ଦାୟିତ୍ୱ ନତୁଲାଇ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ପରିଚାଳନାରେ ରାଜ୍ୟ ସରକାର ସମ୍ପୁୂର୍ଣ୍ଣ ଫେଲ୍ ମାରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦାୟିତ୍ୱ ନତୁଲାଇ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ନାଁରେ ମିଛ କଥା କହି ବିଭ୍ରାନ୍ତ କରିବାକୁ ବିଫଳ ପ୍ରୟାସ କରୁଛନ୍ତି। ରାଜ୍ୟରେ କୋଭିଡ ପରିଚାଳନାକୁ ସଠିକ୍ ଢଙ୍ଗରେ ନକରି ମୁଖ୍ୟମନ୍ତ୍ରୀ ରାଜନୈତିକ ଡ୍ରାମା କରିବା ଅତ୍ୟନ୍ତ ଅଶୋଭନୀୟ ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଓ […]

bjp

bjp

Manoranjan Sial
  • Published: Friday, 09 October 2020
  • Updated: 09 October 2020, 08:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ପରିଚାଳନାରେ ରାଜ୍ୟ ସରକାର ସମ୍ପୁୂର୍ଣ୍ଣ ଫେଲ୍ ମାରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦାୟିତ୍ୱ ନତୁଲାଇ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ନାଁରେ ମିଛ କଥା କହି ବିଭ୍ରାନ୍ତ କରିବାକୁ ବିଫଳ ପ୍ରୟାସ କରୁଛନ୍ତି। ରାଜ୍ୟରେ କୋଭିଡ ପରିଚାଳନାକୁ ସଠିକ୍ ଢଙ୍ଗରେ ନକରି ମୁଖ୍ୟମନ୍ତ୍ରୀ ରାଜନୈତିକ ଡ୍ରାମା କରିବା ଅତ୍ୟନ୍ତ ଅଶୋଭନୀୟ ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଶହୀଦ କରୋନା ଯୋଦ୍ଧାଙ୍କ ନାଁ ରେ ମିଥ୍ୟା ଓ ବିଭ୍ରାନ୍ତିକର କଥା କହି କେନ୍ଦ୍ର ସରକାରଙ୍କ ଉପରେ ମିଥ୍ୟା ଅଭିଯୋଗ ଆଣିଥିବା ରାଜ୍ୟ ସରକାର ନିଜ ଭୁଲକୁ ସ୍ୱୀକାର କରି ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି। ରାଜ୍ୟ ସରକାର ଏବେ ‘ପ୍ରଫେସନାଲ ରୁଦାଲି’ ଭାବେ ସବୁବେଳେ ବିଳାପ କରୁଛନ୍ତି। ରାଜ୍ୟ ସରକାର ଏପର୍ଯ୍ୟନ୍ତ ୪୭ଜଣ ଶହୀଦ କୋଭିଡ୍ ଯୋଦ୍ଧାଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ୬୦ଜଣଙ୍କର ଦିଆଯାଇଛି ବୋଲି ଭୁଲ୍ ତଥ୍ୟ ଲୋକଙ୍କୁ ଦେଉଛନ୍ତି। ସେହିପରି ମୃତ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ପରିବାରକୁ ମଧ୍ୟ ଅଗଷ୍ଟ ମାସଠୁ ମାସିକ ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। କୋଭିଡ ନିୟନ୍ତ୍ରଣରେ କେନ୍ଦ୍ର ସରକାର ରାଜ୍ୟସରକାରଙ୍କୁ ବ୍ୟାପକ ସହାୟତା ଯୋଗାଇଦେଇଥିବା ସମୟରେ ରାଜ୍ୟସରକାର ଏହି ଅନୁଦାନକୁ ବିନିଯୋଗ କରିପାରିନାହାନ୍ତି। କୋଭିଡ ପରିଚାଳନାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ କରୋନା ଯୁଦ୍ଧରେ ସହିଦ ହୋଇଥିବା ଲୋକଙ୍କ ନାଁ ରେ ମିଥ୍ୟା କହିବା ଏବଂ ସେମାନଙ୍କ ପରିବାର ଲୋକଙ୍କୁ ବିଭ୍ରାନ୍ତିକର କଥା କହି କେନ୍ଦ୍ର ସରକାରଙ୍କ ଉପରେ ମିଥ୍ୟା ଆରୋପ ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଗତ ୭ ତାରିଖରେ ରାଜ୍ୟସରକାର ସହିଦ ୬୦ ଜଣ କୋଭିଡ ଯୋଦ୍ଧାଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇଥିବା ଏବଂ କେବଳ ଜଣେ ସହିଦଙ୍କ ପରିବାରକୁ ସହାୟତା ଦେବା ପାଇଁ କେନ୍ଦ୍ର ସରକାର କହିଥିବା କଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରେସ ବିଜ୍ଞପ୍ତିରେ ଜଣାଇଥିଲା। ଏହି ତଥ୍ୟ ସଂପୂର୍ଣ୍ଣଭାବେ ଅମୂଳକ ଓ ଭିତ୍ତିହୀନ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା କି, ସହିଦ ପରିବାରଙ୍କୁ ରାଜ୍ୟସରକାର ସମ୍ମାନ ଦେବା ପରିବର୍ତେ ଏକ ମିଥ୍ୟା ତଥ୍ୟ ରଖି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ବାସ୍ତବରେ ୨୦୨୦ ମାର୍ଚ୍ଚ ୩୦ରୁ ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ରାଜ୍ୟସରକାର ୪୭ ଜଣ କୋଭିଡ ଯୋଦ୍ଧା ସହିଦ ହୋଇଛନ୍ତି ବୋଲି କେନ୍ଦ୍ରସରକାରଙ୍କୁ ତାଲିକା ପ୍ରଦାନ କରିଛନ୍ତି। ଏଥିରୁ ୪୧ ସହିଦ ପରିବାରଙ୍କୁ ଅନୁକଂପା ରାଶି ପ୍ରଦାନ ପାଇଁ ଇନସ୍ୟୁରାନ୍ସ ଭେରିଫିକେସନ ଚାଲିଥିବାବେଳେ ବାକି ୫ ଜଣ ସହିଦଙ୍କର କୌଣସି ତଥ୍ୟ କିମ୍ବା ସେ ସମ୍ବନ୍ଧିତ କାଗଜପତ୍ର ରାଜ୍ୟସରକାର ପଠାଇ ନାହାନ୍ତି। ଗଂଜାମ ଜିଲ୍ଲାର ଜଣେ ସହିଦ ଡାକ୍ତରଙ୍କ ପରିବାରକୁ କେନ୍ଦ୍ର ସରକାର ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟସରକାର ମିଥ୍ୟା ନକହି ତଥ୍ୟ ସମ୍ବଳିତ କଥା କୁହନ୍ତୁ। ରାଜ୍ୟସରକାର ସଠିକ୍ ତଥ୍ୟ ନଦେଇ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ସହିଦ ପରିବାରଙ୍କ ଭାବନା ସହ ଖେଳିବା ଅତ୍ୟନ୍ତ ନିନ୍ଦନୀୟ। ସେହିପରି ୨୮ ଜୁଲାଇରେ ୨୦୨୦ରେ କୋଭିଡରେ ମୃତ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପରିବାରକୁ ମୃତକଙ୍କ ବୟସ ୬୦ ବର୍ଷ ହେବା ପର୍ଯ୍ୟନ୍ତ ମାସିକ ୭୫୦୦ ଏବଂ ୫୦୦୦ଟଙ୍କା ମାସିକ ସହାୟତା ରାଶି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ୨ ମାସ ବିତିଯାଇଥିଲେ ବି ଏଯାବତ୍ କୌଣସି ଯୋଦ୍ଧାଙ୍କ ପରିବାରକୁ ଟଙ୍କାଟିଏ ବି ମିଳିନାହିଁ। ରାଜ୍ୟ ସରକାର ସପ୍ତାହକ ମଧ୍ୟରେ ଏସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ହରିଚନ୍ଦନ ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଠାକୁର ରଣଜିତ୍ ସିଂ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story