‘ମୁଖ୍ୟମନ୍ତ୍ରୀ ଆଇସୋଲେସନରେ ଅଛନ୍ତି, ସୁଯୋଗ ପାଇଲେ ଭେଟିବି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ମୁଖ୍ୟମନ୍ତ୍ରୀ ଏବେ ଆଇସୋଲେସନରେ ଅଛନ୍ତି। ତଥାପି ତାଙ୍କୁ ଭେଟିବା ପାଇଁ ଚେଷ୍ଟା କରିବି ବୋଲି ବିଜେଡିରୁ ନିଲମ୍ବିତ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାସ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ସେ କୌଣସି ଭୁଲ୍ କରିନାହାନ୍ତି। ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି ତାହା ସେ ଠିକ୍ ଭାବେ ନିର୍ବାହ କରିଛନ୍ତି। ସେ ନିଜର ସମ୍ପୂର୍ଣ୍ଣ ସମୟ ଦଳ ପାଇଁ ଦେଇ କାମ କରିଛନ୍ତି। ସେ […]

jiban-pradeep-das

jiban-pradeep-das

Manoranjan Sial
  • Published: Thursday, 05 November 2020
  • Updated: 05 November 2020, 10:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ମୁଖ୍ୟମନ୍ତ୍ରୀ ଏବେ ଆଇସୋଲେସନରେ ଅଛନ୍ତି। ତଥାପି ତାଙ୍କୁ ଭେଟିବା ପାଇଁ ଚେଷ୍ଟା କରିବି ବୋଲି ବିଜେଡିରୁ ନିଲମ୍ବିତ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାସ କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ସେ କୌଣସି ଭୁଲ୍ କରିନାହାନ୍ତି। ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି ତାହା ସେ ଠିକ୍ ଭାବେ ନିର୍ବାହ କରିଛନ୍ତି। ସେ ନିଜର ସମ୍ପୂର୍ଣ୍ଣ ସମୟ ଦଳ ପାଇଁ ଦେଇ କାମ କରିଛନ୍ତି। ସେ କୌଣସି ଦଳବିରୋଧୀ କାର୍ଯ୍ୟ କି ଶୃଙ୍ଖଳା ଭଙ୍ଗ କରିନାହାନ୍ତି। କିନ୍ତୁ ତାଙ୍କୁ କାହିଁକି ନିଲମ୍ବନ କରାଗଲା ସେ ଜାଣିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ତ ସବୁକଥା ଜାଣିବାର ସମ୍ଭାବନା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଯେମିତି ରିପୋର୍ଟ କରାଯାଇଥିବ ସେ ସେହି ଆଧାରରେ ପଦକ୍ଷେପ ନେଇଥିବେ। ତେବେ ତାଙ୍କ ପ୍ରତି ହୋଇଥିବା ଷଡ଼ଯନ୍ତ୍ର ସମ୍ପର୍କରେ ସେ ସୁଯୋଗ ପାଇଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଜଣାଇବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ସେ ହିଁ ପ୍ରଥମେ ସ୍ୱାଗତ କରିଥିଲେ, ଯଦିଓ ସେ ନିଜେ ପ୍ରାର୍ଥୀ ଦୌଡ଼ରେ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇ ତାଙ୍କୁ ଉପନିର୍ବାଚନରେ ଯାହା କାମ ଦିଆଗଲା ତାହା ସେ କଲେ। କିଛି ଲୋକ ତାଙ୍କ ବିରୁଦ୍ଧରେ ଏଭଳି ଷଡ଼ଯନ୍ତ୍ର କରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା କହିଛନ୍ତି ଯେ, ଦଳରେ କାହାରି ବ୍ୟକ୍ତିଗତ କଥା ଉପରେ କିଛି ନିଷ୍ପତ୍ତି ନିଆଯାଏ ନାହିଁ। ଦଳରେ ଶୃଙ୍ଖଳାଗତ କମିଟି ଅଛି, ଯେ ସମସ୍ତ ଅଭିଯୋଗର ତର୍ଜମା କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ବୋଧହୁଏ ସେଭଳି କିଛି ଗୁରୁତର ଅଭିଯୋଗ ତାଙ୍କ ବିରୁଦ୍ଧରେ ଥାଇପାରେ। ଯେଉଁଥିପାଇଁ ଦଳ ଶ୍ରୀ ଦାସଙ୍କୁ ନିଲମ୍ବନ କରିଛି ବୋଲି ଶ୍ରୀ ଜେନା କହିଛନ୍ତି।

ବିଜେଡି ସୂତ୍ର ଅନୁସାରେ, ଉପନିର୍ବାଚନରେ ଟିକେଟରୁ ବଂଚିତ ଥିବା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପ୍ରଭାବ ବାଲେଶ୍ୱରରେ ବୃଦ୍ଧି କରିବା ପାଇଁ ତାଙ୍କର ପାରମ୍ପରିକ ବିରୋଧୀ ଜୀବନପ୍ରଦୀପ ଦାସଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ଦୁଇଦିନ ତଳେ ବିଜେଡିର ଜଣେ ପ୍ରଭାବଶାଳୀ ନେତା ବାଲେଶ୍ୱର ଯାଇ ଶ୍ରୀ ଜେନାଙ୍କୁ ଭେଟି ଆଲୋଚନା କରିବାପରେ ଶ୍ରୀ ଦାସଙ୍କ ବିରୁଦ୍ଧରେ ଦଳ ପକ୍ଷରୁ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story