୧୩୩୧୧ କୋଟିର ୨୨ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୩,୩୧୧କୋଟି ୫୩ଲକ୍ଷ ଟଙ୍କାର ୨୨ଟି ଶିଳ୍ପ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏଥିରେ ୨୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ହୋଇଥିବାବେଳେ ୨ଟି ପ୍ରକଳ୍ପ ଉଦଘାଟିତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ମୋଟ ୧୦,୬୭୭ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଆଜି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମ୍ୟାନୁଫାକଚରିଂ କ୍ଷେତ୍ରରେ ଓଡ଼ିଶାରେ ଅଧିକ ଉତ୍ସାହଜନକ ପୁଞ୍ଜିନିବେଶ ହେଉଛି। ଯେଉଁଥିପାଇଁ ଓଡ଼ିଶା ଭାରତର ପ୍ରମୁଖ […]

industrial

Manoranjan Sial
  • Published: Wednesday, 17 February 2021
  • , Updated: 18 February 2021, 03:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୩,୩୧୧କୋଟି ୫୩ଲକ୍ଷ ଟଙ୍କାର ୨୨ଟି ଶିଳ୍ପ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏଥିରେ ୨୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ହୋଇଥିବାବେଳେ ୨ଟି ପ୍ରକଳ୍ପ ଉଦଘାଟିତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ମୋଟ ୧୦,୬୭୭ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଆଜି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମ୍ୟାନୁଫାକଚରିଂ କ୍ଷେତ୍ରରେ ଓଡ଼ିଶାରେ ଅଧିକ ଉତ୍ସାହଜନକ ପୁଞ୍ଜିନିବେଶ ହେଉଛି। ଯେଉଁଥିପାଇଁ ଓଡ଼ିଶା ଭାରତର ପ୍ରମୁଖ ମ୍ୟାନୁଫାକଚରିଂ ହବ୍ ହେବାରେ ଲାଗିଛି। ନୂଆ ପ୍ରକଳ୍ପଗୁଡ଼ିକୁ ନେଇ ସନ୍ତୋଷ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାୟ ୧୩ହଜାର କୋଟି ଟଙ୍କାର ୨୨ଟି ପ୍ରକଳ୍ପକୁ ଆଜି ଶୁଭାରମ୍ଭ ଯୋଗୁ ୧୦୬୦୦ଲୋକଙ୍କୁ ନିଯୁକ୍ତି ମିଳିବ।

ଗତ କିଛିବର୍ଷ ହେଲା ଓଡ଼ିଶାରେ ପୁଞ୍ଜିନିବେଶ ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଗୋ ପ୍ଲସ’ ମୋବାଇଲ୍ ଆପକୁ ଲୋକାର୍ପଣ କରିଥିଲେ। ଏଥିରେ ଲ୍ୟାଣ୍ଡବ୍ୟାଙ୍କ୍ ସଂକ୍ରାନ୍ତ ସମସ୍ତ ତଥ୍ୟ ରହିଛି। ଯାହାକି ଏମଏସଏମଇ କ୍ଷେତ୍ର ପାଇଁ ବିଶେଷ ସହାୟକ ହେବ। ଯେଉଁ ପ୍ରକଳ୍ପ ଶୁଭାରମ୍ଭ ହେଲା ସେଥିରେ ୧୫୦.୩୮କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ଲାଇଫଲାଇନ୍ ମଲଟି ଭେଞ୍ଚର୍ସ ପ୍ରାଃ ଦ୍ୱାରା ପଂଚତାରକା ହୋଟେଲ ଓ ଟାଙ୍ଗି-ଚୌଦ୍ୱାରରେ ଓସିଏଲ ଇଣ୍ଡିଆ ଲିଃ ଦ୍ୱାରା ୪୪୧.୪୩କୋଟି ଟଙ୍କା ବ୍ୟୟରେ ବାର୍ଷିକ ଅଢ଼େଇ ନିୟୁତ ଟନ୍ ବିଶିଷ୍ଟ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ରହିଛି। ଏହି ଦୁଇ ପ୍ରକଳ୍ପରେ ଯଥାକ୍ରମେ ୨୪୦ ଓ ୧୪୧ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଅଧିକ ପଢ଼ନ୍ତୁ >> ମାହାଙ୍ଗା ଡବଲ ମର୍ଡରର ତଦନ୍ତରେ ଶିଥିଳତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି, ଡିଜିପିଙ୍କୁ ଚିଠି

 

 

Related story