ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତମାସରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ଚାଷୀଙ୍କ ନିମନ୍ତେ ରାଜ୍ୟ ସରକାର ଆଜି ୩୦୦କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚାଷୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଜୀବିକାନିର୍ବାହ ସହାୟତା ଘୋଷଣା କରିଛନ୍ତି। ଏହାସହିତ ଦ୍ରୁତଗତିରେ ଚାଷୀଙ୍କ ଫସଲ ନଷ୍ଟ ଆକଳନ କରି ଫସଲବୀମା ଯୋଜନାରେ ସେମାନେ ଯେଭଳି ସହାୟତା ପାଇବେ ସେ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟ ସରକାରଙ୍କ […]

flood

flood

Manoranjan Sial
  • Published: Friday, 11 September 2020
  • Updated: 11 September 2020, 06:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତମାସରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ଚାଷୀଙ୍କ ନିମନ୍ତେ ରାଜ୍ୟ ସରକାର ଆଜି ୩୦୦କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚାଷୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଜୀବିକାନିର୍ବାହ ସହାୟତା ଘୋଷଣା କରିଛନ୍ତି। ଏହାସହିତ ଦ୍ରୁତଗତିରେ ଚାଷୀଙ୍କ ଫସଲ ନଷ୍ଟ ଆକଳନ କରି ଫସଲବୀମା ଯୋଜନାରେ ସେମାନେ ଯେଭଳି ସହାୟତା ପାଇବେ ସେ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ବନ୍ୟାରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୩୩ ପ୍ରତିଶତରୁ ଅଧିକ ସମସ୍ତ ପ୍ରକାରର ଫସଲ ନଷ୍ଟ ହୋଇଥିଲେ ସେମାନଙ୍କର ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ଟଙ୍କା, ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦, ବାରମାସୀ ଫସଲ ପାଇଁ ୧୮ହଜାର ଟଙ୍କା ସହାୟତା ମିଳିବ। ଏହି ଫସଲ ମଧ୍ୟରେ ଆମ୍ବ, କାଜୁ, ନଡ଼ିଆ,କିଆଁ ଓ ପାନବରଜ ଆଦି ସାମିଲ ଅଛି। ଏହି ସହାୟତା ପ୍ରକୃତ ଚାଷୀଙ୍କୁ ମିଳିବ। ପ୍ରତ୍ୟେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କର ସବୁଦିନିଆ ଫସଲ ନିମନ୍ତେ ସର୍ବନିମ୍ନ ୨ହଜାର ଟଙ୍କା ଓ ଅନ୍ୟ ଫସଲ ପାଇଁ ୧ହଜାର ଟଙ୍କାରୁ କମ୍ ସହାୟତା ମିଳିବ ନାହିଁ।

ସେହିପରି ବନ୍ୟା ପ୍ରଭାବିତ ଚାଷୀଙ୍କୁ ଆସନ୍ତା ରବି ଋତୁରେ ୨୦ହଜାର ଡାଲି ବିହନ ମିନିକିଟ୍ ଯୋଗାଇ ଦିଆଯିବ। ରବି ଋତୁରେ ବନ୍ୟା ପ୍ରଭାବିତ ଜିଲ୍ଲାର ପ୍ରଦର୍ଶନମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ୬୦ହଜାର ଏକ ଜମିରେ ବିଭିନ୍ନ ଫସଲକୁ ହାତକୁ ନିଆଯିବ। ୨ହଜାର ଚାଷୀଙ୍କୁ ୫୦ ପ୍ରତିଶତ ସବସିଡିରେ ପାଣି ପମ୍ପ ଯୋଗାଇ ଦିଆଯିବ । ଏଥିପାଇଁ ଜଣେ ଚାଷୀ ସର୍ବାଧିକ ୧୫ଟଙ୍କାର ସବସିଡି ପାଇବାକୁ ହକଦାର ହେବ। ସେହିପରି ୫୦ ପ୍ରତିଶତ ସବସିଡିରେ ୫ହଜାର ପାୱାର ସ୍ପ୍ରେ’ ଯୋଗାଇ ଦିଆଯିବ । ବ୍ୟାଟେରୀଚାଳିତ ପାୱାର ସ୍ପ୍ରେୟାର ପାଇଁ ୩ହଜାର ଟଙ୍କା ଓ ହାତଚାଳିତ ସ୍ପ୍ରେୟାର ପାଇଁ ୬୦୦ଟଙ୍କା ଯୋଗାଇ ଦିଆଯିବ।
ଏକ ଲକ୍ଷ ଚାଷୀଙ୍କୁ ବିହନ ଟ୍ରିଟିମେଣ୍ଟ କାର୍ଯ୍ୟକ୍ରମ ମାଧ୍ୟମରେ ମାଗଣାରେ ବିହନ ଟ୍ରିଟମେଣ୍ଟ କେମିକାଲ ବା ବାୟୋ ପେଷ୍ଟିସାଇଡ୍ ଯୋଗାଇ ଦିଆଯିବ। ରବି ଋତୁରେ ପ୍ରାୟ ଏକଲକ୍ଷ ଏକର ଜମିକୁ ଏହି ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ରବି ଋତୁରେ ଗୁଣାତ୍ମକ ମାନର ବିହନ ଯୋଗାଇ ଦେବାକୁ ତୁରନ୍ତ ପଦକ୍ଷେପ ନିଆଯାଇଛି। ପ୍ରମାଣୀକୃତ ଗୁଣାତ୍ମକ ବିହନ ଉପରେ ଚାଷୀଙ୍କୁ ସ୍ୱତନ୍ତ୍ର ସହାୟତା ମାଧ୍ୟମରେ ସର୍ବାଧିକ ୭୫% ସବସିଡି ଯୋଗାଇ ଦିଆଯିବ।

ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାରେ ପ୍ରାୟ ୧୦କୋଟି ଟଙ୍କାର ଚାଷ ଯନ୍ତ୍ରାଂଶ ଉପରେ ସବସିଡି ଦିଆଯିବ । ୧ଲକ୍ଷ ଚାଷୀଙ୍କୁ ପନିପରିବା କିଟ ଯୋଗାଇ ଦିଆଯିବ। ପ୍ରତ୍ୟେକ କିଟର ଦାମ ୧୩୦ଟଙ୍କା ରଖାଯାଇଛି। ସେହିପରି ପ୍ରଭାବିତ ଜିଲ୍ଲାର ୭୫ହଜାର ଚାଷୀଙ୍କୁ ଅମୃତଭଣ୍ଡା, କଦଳୀ ଓ ସଜନା ଛୁଇଁ ସମେତ ୧୦ଟି ଶୀଘ୍ର ଉତ୍ପାଦନ ହେଉଥିବା ଫଳ କିଟ୍‌( ପ୍ରତ୍ୟେକ କିଟ୍ ୧୬୦ଟଙ୍କା ଲେଖାଏଁ) ଯୋଗାଇ ଦିଆଯିବ। ଏହାସହିତ ଛତୁ ଚାଷୀଙ୍କୁ ନିଜର କ୍ଷତିଗ୍ରସ୍ତ ଚାଷ ପାଇଁ ୟୁନିଟ୍ ପିଛା ୫୦୦ଟଙ୍କା ଯୋଗାଇ ଦିଆଯିବ। ପ୍ରାୟ ୧୦ହଜାର ଛତୁ ୟୁନିଟକୁ ସହାୟତା ନିମନ୍ତେ ଲକ୍ଷ୍ୟ ରଖାଯାଇଛି।

ଏସବୁ ବ୍ୟତୀତ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିବା ଚାଷୀଙ୍କ ସ୍ୱଳ୍ପମିଆଦୀ ଖରିଫ ଋଣକୁ ମଧ୍ୟମମିଆଦୀ ଋଣରେ ପରିବର୍ତ୍ତନ କରାଯିବ। ଏହି ସ୍ୱଳ୍ପ ମିଆଦୀ ଖରିଫ ଋଣର ପରିଶୋଧ ଅବଧିକୁ ୨୦୨୨ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କ୍ଷତିଗ୍ରସ୍ତ ଚାଷୀ ରବି ଋତୁ ଆରମ୍ଭରେ ପୁଣିଥରେ ଚାଷ ପାଇଁ ଋଣ ନେଇପାରିବେ।

ସେହିପରି ଦୁହାଁଳିଆ ଗାଈ ଓ ମଇଁଷି ପ୍ରାଣ ହରାଇଥିଲେ ୩୦ହଜାର ଟଙ୍କା(ପ୍ରତ୍ୟେକ), ବଳଦ ପିଛା ୨୫ହଜାର ଟଙ୍କା(ସର୍ବାଧିକ ୩ଟି), ବାଛୁରୀ ପାଇଁ ୧୬ହଜାର ଟଙ୍କା(ସର୍ବାଧିକ ୬ଟି), ଛେଳି ପାଇଁ ୩ହଜାର ଟଙ୍କା(ସର୍ବାଧିକ ୩୦ଟି ଛେଳି) ଓ କୁକୁଡ଼ା ପାଇଁ ୫୦ଟଙ୍କା(ସର୍ବାଧିକ ୫ହଜାର ଟଙ୍କା) ସହାୟତା ମିଳିବ।

ସେହିପରି କ୍ଷତିଗ୍ରସ୍ତ ମାଛ ଚାଷୀଙ୍କୁ ସେମାନଙ୍କର ମାଛ ପେଖାରୀ ମରାମତି ନିମନ୍ତେ ହେକ୍ଟର ପିଛା ୧୨୨୦୦ଟଙ୍କା ଆର୍ଥିକ ସହାୟତା ମିଳିବ। ମାଛ ଚାଷୀଙ୍କୁ ମଧ୍ୟ ସରକାର ହେକ୍ଟର ପିଛା ୮୨୦୦ଟଙ୍କାର ଇନପୁଟ୍ ସବସିଡି ମଧ୍ୟ ଦେବେ।
ଏସବୁ ବ୍ୟତୀତ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବୁଣାକାରଙ୍କୁ ଉପକରଣ ବା ଯନ୍ତ୍ରାଂଶ ନିମନ୍ତେ ୪୧୦୦ଟଙ୍କାର ସହାୟତା ଓ କଂଚାମାଲ୍ ପାଇଁ ୪୧୦୦ଟଙ୍କାର ସହାୟତା ଦିଆଯିବ।

ସେହିପରି ବନ୍ୟାଂଚଳରେ ବନ୍ୟା ପାଣି ଛାଡ଼ିବାପରେ ମନରେଗା ଯୋଜନାରେ ବ୍ୟାପକ କାମ ଆରମ୍ଭ କରାଯିବ। ଏଥିରେ ପଂଚାୟତ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ, ଖେଳପଡ଼ିଆ, କେନାଲ, ମାଟି ବନ୍ଧ, ଛେଳି ରହିବା ଘର, ଗୁହାଳ ଆଦି ନିର୍ମାଣ ଉପରେ ଫୋକସ୍ ଦିଆଯିବ ବୋଲି ଏହି ପ୍ୟାକେଜରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଗତମାସରେ ଆସିଥିବା ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲା ପ୍ରଭାବିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story