୨୯ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ସ୍ୱଳକାଳୀନ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମାର୍ଚ୍ଚ ୨୯ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀରେ ଏପ୍ରିଲ ୨ତାରିଖ ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସମ୍ପର୍କରେ ଆନୁଷ୍ଠାନିକ ଭାବେ କେହି ଏନେଇ ମୁହଁ ଖୋଲୁନଥିଲେ ବି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ , ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାର୍ଚ୍ଚ […]

naveen

Ordigital Desk
  • Published: Friday, 25 March 2022
  • , Updated: 25 March 2022, 10:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ସ୍ୱଳକାଳୀନ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମାର୍ଚ୍ଚ ୨୯ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀରେ ଏପ୍ରିଲ ୨ତାରିଖ ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସମ୍ପର୍କରେ ଆନୁଷ୍ଠାନିକ ଭାବେ କେହି ଏନେଇ ମୁହଁ ଖୋଲୁନଥିଲେ ବି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ , ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାର୍ଚ୍ଚ ୨୯ରେ ୫ଦିନ ପାଇଁ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଓଡ଼ିଶା ଭବନରେ କେନ୍ଦ୍ର ସରକାରରେ ପଡ଼ି ରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ଉତ୍କଳ ଦିବସ ପାଳନ ସମାରୋହରେ ସାମିଲ ହେବେ।

ଅନ୍ୟପକ୍ଷରେ ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ଖାଲି ହେବାର ଥିବାବେଳେ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ଓ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନର କାର୍ଯ୍ୟକ୍ରମ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ନିଜର ଏହି ଗସ୍ତବେଳେ ବିଜେପିର ଶୀର୍ଷ ନେତ୍ୱତ୍ୱଙ୍କ ସହ ଏନେଇ ଅଣଆନୁଷ୍ଠାନିକ ବିଚାରବିମର୍ଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Related story