ଘର ଭଡ଼ା ଛାଡ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଏବେ ଦେଶବ୍ୟାପୀ ଲକଡାଉନ ଲାଗୁ ହୋଇଥିବା ଯୋଗୁ ରାଜ୍ୟର ଘରର ମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁରୋଧ କରୁଛନ୍ତି। ନିଜର ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା ଯୋଗୁ ସମଗ୍ର ବିଶ୍ୱ ଏବେ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି। ସମଗ୍ର ଦେଶରେ ଏବେ ଲକଡାଉନ୍ ରହିଛି। ଏଭଳି ମାନବିକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ରାଜ୍ୟ ସରକାର କୌଣସି ସୁଯୋଗକୁ […]

naveen-patnik

Manoranjan Sial
  • Published: Thursday, 02 April 2020
  • , Updated: 02 April 2020, 10:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଏବେ ଦେଶବ୍ୟାପୀ ଲକଡାଉନ ଲାଗୁ ହୋଇଥିବା ଯୋଗୁ ରାଜ୍ୟର ଘରର ମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁରୋଧ କରୁଛନ୍ତି।

ନିଜର ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା ଯୋଗୁ ସମଗ୍ର ବିଶ୍ୱ ଏବେ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି। ସମଗ୍ର ଦେଶରେ ଏବେ ଲକଡାଉନ୍ ରହିଛି। ଏଭଳି ମାନବିକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ରାଜ୍ୟ ସରକାର କୌଣସି ସୁଯୋଗକୁ ହାତଛଡ଼ା କରୁନାହାନ୍ତି । ଏପରି ସଙ୍କଟ ସମୟରେ ଆମେ ସମସ୍ତେ ପରସ୍ପରକୁ ସହଯୋଗ କରିବା ଆବଶ୍ୟକ। ତେଣୁ ସମସ୍ତ ଘରମାଲିକମାନେ ଏଭଳି ସଙ୍କଟ ସମୟରେ ସେମାନଙ୍କ ଘରେ ଭଡ଼ା ଥିବା ଲୋକମାନଙ୍କର ଅତିକମରେ ୩ମାସର ଘରଭଡ଼ାକୁ ଛାଡ଼ ଅବା ସ୍ଥଗିିତ ରଖିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଘରଭଡ଼ା ଦେଇପାରୁନଥିବା ଯୋଗୁ କୌଣସି ଲୋକଙ୍କୁ ଘର ଖାଲି ନକରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘର ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି।

Related story