ବୃଦ୍ଧାଙ୍କୁ ସହାୟତା କରିବାକୁ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଭଞ୍ଜନଗର ବାଇପାସ୍‌ର ନିର୍ଜନ ସ୍ଥାନରୁ ଉଦ୍ଧାର ଅସହାୟ ବୃଦ୍ଧା ବିଜୟା ପଟ୍ଟନାୟକଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଏହା ପରେ ନିଜେ ଜିଲ୍ଲାପାଳ ବୃଦ୍ଧାଙ୍କୁ ଉଦ୍ଧାର କରି ସହାୟତା ଯୋଗାଇଛନ୍ତି। ବୃଦ୍ଧାଙ୍କୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା ଆରମ୍ଭ କରାଇଛନ୍ତି। ସଂପୃକ ବୃଦ୍ଧାଙ୍କର ୨ ପୁଅ ଓ ୨ ଝିଅ ଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଝିଅ ଅଙ୍ଗନବାଡ଼ି କର୍ମୀ […]

Ganjam

Manoranjan Sial
  • Published: Friday, 11 June 2021
  • , Updated: 11 June 2021, 09:28 PM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଭଞ୍ଜନଗର ବାଇପାସ୍‌ର ନିର୍ଜନ ସ୍ଥାନରୁ ଉଦ୍ଧାର ଅସହାୟ ବୃଦ୍ଧା ବିଜୟା ପଟ୍ଟନାୟକଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଏହା ପରେ ନିଜେ ଜିଲ୍ଲାପାଳ ବୃଦ୍ଧାଙ୍କୁ ଉଦ୍ଧାର କରି ସହାୟତା ଯୋଗାଇଛନ୍ତି। ବୃଦ୍ଧାଙ୍କୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା ଆରମ୍ଭ କରାଇଛନ୍ତି। ସଂପୃକ ବୃଦ୍ଧାଙ୍କର ୨ ପୁଅ ଓ ୨ ଝିଅ ଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଝିଅ ଅଙ୍ଗନବାଡ଼ି କର୍ମୀ ବୋଲି ଜଣାପଡ଼ିଛି। ବୃଦ୍ଧାଙ୍କୁ ସାମାଜିକ ସହାୟତା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବୃଦ୍ଧାଙ୍କୁ ତାଙ୍କ ନିଜ ଘରେ ଥଇଥାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବରିଷ୍ଠ ନାଗରିକଙ୍କ ପ୍ରତି ଅମାନୁଷିକ ବ୍ୟବହାରକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।

ଗୋଳନ୍ଥରା ଥାନା ଚଟି ଅଞ୍ଚଳର ବିଜୟା ପଟ୍ଟନାୟକଙ୍କୁ ଭଞ୍ଜନଗର ଲୋହରାଖଣ୍ଡି ନଦୀ ତଟ ବାଇପାସରେ ଅସହାୟ ଅବସ୍ଥାରେ ଫିଙ୍ଗି ଦେଇଥିଲେ ତାଙ୍କର ଦୁଇ ପୁଅ। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାରେ ପୁଲିସ ଦୁଇ ପୁଅଙ୍କୁ ଅଟକ ରଖିଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ପ୍ରଶାସନ। ଅସହାୟ ବୃଦ୍ଧାଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ମୁଖ୍ୟଶାସନ ସଚିବ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related story