ଜନ୍ମଦାତ୍ରୀଙ୍କୁ ଅଧା ରାସ୍ତାରେ ଛାଡ଼ି ପଳାଇଗଲେ ଦୁଇ ପୁଅ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଇଏ ହେଉଛି ମାଆ। ଯିଏ ନିଜ ଜୀବନକୁ ସଳିତା ପରି ଜଳି ପିଲାଙ୍କ ଜୀବନକୁ ଆଲୋକିତ କରିଥିଲେ। ଇଏ ହେଉଛନ୍ତି ମାଆ, ଯିଏ ଦିନରାତି ଅନିଦ୍ରା ରହି ପିଲାଙ୍କ ଭବିଷ୍ୟତ ଗଢ଼ିଥିଲେ। ଆଉ ଭାବିଥିଲେ ବାର୍ଦ୍ଧକ୍ୟ ବେଳେ ସେହି ପିଲା ଆଶ୍ରାବାଡ଼ି ହେବ। ହେଲେ ଆଜି ସେହି ପିଲା ଜନ୍ମଦାତ୍ରୀଙ୍କୁ ଠକିଦେଲା। ବାର୍ଦ୍ଧକ୍ୟ ବେଳେ ଆଶ୍ରାବାଡ଼ି ହେବା ପରିବର୍ତ୍ତେ ନିଛାଟିଆ ରାସ୍ତା ମଝିରେ ଛାଡ଼ି ପଳାଇଗଲା। ଆଜି ଏପରି ଏକ ହୃଦୟବିଦାରକ […]

ganjam

ganjam

Manoranjan Sial
  • Published: Friday, 11 June 2021
  • Updated: 11 June 2021, 04:36 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଇଏ ହେଉଛି ମାଆ। ଯିଏ ନିଜ ଜୀବନକୁ ସଳିତା ପରି ଜଳି ପିଲାଙ୍କ ଜୀବନକୁ ଆଲୋକିତ କରିଥିଲେ। ଇଏ ହେଉଛନ୍ତି ମାଆ, ଯିଏ ଦିନରାତି ଅନିଦ୍ରା ରହି ପିଲାଙ୍କ ଭବିଷ୍ୟତ ଗଢ଼ିଥିଲେ। ଆଉ ଭାବିଥିଲେ ବାର୍ଦ୍ଧକ୍ୟ ବେଳେ ସେହି ପିଲା ଆଶ୍ରାବାଡ଼ି ହେବ। ହେଲେ ଆଜି ସେହି ପିଲା ଜନ୍ମଦାତ୍ରୀଙ୍କୁ ଠକିଦେଲା। ବାର୍ଦ୍ଧକ୍ୟ ବେଳେ ଆଶ୍ରାବାଡ଼ି ହେବା ପରିବର୍ତ୍ତେ ନିଛାଟିଆ ରାସ୍ତା ମଝିରେ ଛାଡ଼ି ପଳାଇଗଲା। ଆଜି ଏପରି ଏକ ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ପୁଲିସ ବୃଦ୍ଧା ମାଆକୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିବା ବେଳେ ଦୁଇ ପଥଭ୍ରଷ୍ଟ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୂରା ଘଟଣାଟି ଏମିତି। ଗୋଳନ୍ଥରା ଥାନା ଚଟି ଅଞ୍ଚଳର ବିଜୟା ପଟ୍ଟନାୟକ। ଦୀର୍ଘ ଦିନ ତଳେ ସ୍ୱାମୀଙ୍କୁ ହରାଇଥିଲେ। ଜୀବନ ସାଥୀଙ୍କୁ ହରାଇବା ପରେ ୨ ଦିବ୍ୟାଙ୍ଗ ପୁଅ ଓ ଝିଅକୁ ନେଇ ତାଙ୍କ ସଂସାର। କାମଦାମ କରି ଚଳାଉଥିଲେ ପୂରା ପରିବାର। ୨୦୦୦ ମସିହାରେ ଏକମାତ୍ର ଝିଅକୁ ଜଗନ୍ନାଥପ୍ରସାଦରେ ବିବାହ କରାଇଥିଲେ ବିଜୟା। ଦୁର୍ଭାଗ୍ୟକୁ ଜ୍ୱାଇଁ ମଧ୍ୟ ଝିଅ ହାତ ଛାଡ଼ି ପଳାଇଗଲେ। ଜ୍ୱାଇଁଙ୍କ ମୃତ୍ୟୁ ପରେ ବିଜୟାଙ୍କ ଝିଅ ଜଗନ୍ନାଥପ୍ରସାଦ କରଣ ସାହିରେ ଭଡ଼ା ଘରେ ତାଙ୍କର ଦୁଇ ସନ୍ତାନକୁ ଧରି ରହୁଥିଲେ। କାମଧନ୍ଦା କରି ଚଳୁଥିଲେ।

[caption id="attachment_650183" align="aligncenter" width="650"]Ganjam ଷ୍ଟ୍ରେଚରରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଉଛି[/caption]

ବଜୟାଙ୍କ ବଡ଼ ପୁଅ ରବିନ୍ଦ୍ରନାଥ ପଟ୍ଟନାୟକଙ୍କ କହିବା ଅନୁସାରେ ସେ(ରବିନ୍ଦ୍ର) ଓ ତାଙ୍କ ସାନ ଭାଇ ରମେଶ ପଟ୍ଟନାୟକ ୫ ବର୍ଷ ତଳେ କାମ ଅନ୍ୱେଷଣରେ କଲିକତା ଯାଇଥିଲେ। ସେହି ସମୟରେ ବୃଦ୍ଧା ମାଆଙ୍କୁ ଆଣି ଭଉଣୀ ପାଖରେ ଛାଡ଼ି ପଳାଇଯାଇଥିଲେ। ମହାମାରୀ କରୋନା ପାଇଁ ସବୁ କାମଧନ୍ଦା ବନ୍ଦ ହୋଇଗଲା। ତେଣୁ ଦୁଇ ଭାଇ ଦୁଇ ମାସ ତଳେ କଲିକତାରୁ ଗାଁକୁ ଫେରି ଆସିଲେ। ସେମାନେ ନିଜ ଘରକୁ ନଯାଇ ଭଉଣୀ ରହୁଥିବା ଭଡ଼ା ଘରକୁ ଚାଲି ଯାଇଥିଲେ। ବୃଦ୍ଧା ମାଆ, ଦୁଇ ଭାଇ ଓ ନିଜର ଦୁଇ ପିଲାଙ୍କ ଗୁଜୁରାଣ ମେଣ୍ଟାଇବା ଭଉଣୀଙ୍କ ପକ୍ଷେ ସମ୍ଭବ ହେଉନଥିଲା।

ଚଳିବା କଷ୍ଟକର ହେଉଥିବାରୁ ବୃଦ୍ଧା ମାଆଙ୍କୁ ଧରି ଅନ୍ୟତ୍ର ପଳାଇ ଯିବାକୁ ଦୁଇ ଭାଇଙ୍କୁ କୁଆଡ଼େ ଭଉଣୀ କହିଥିଲେ। ବାରମ୍ବାର କହିବା ପରେ ମଧ୍ୟ ଦୁଇ ଭାଇ ଭଉଣୀଙ୍କ ଘର ଛାଡି ଯାଉନଥିଲେ। ଆଜି ଦୁଇ ଭାଇ ବୃଦ୍ଧ ମାଆଙ୍କୁ ଧରି ଭଉଣୀ ଘରୁ ଛାଡ଼ି ଥିଲେ। ହେଲେ ସେମାନେ କେଉଁଠି ରହିବେ? ସେହି ଠିକଣା ଖୋଜୁଥିଲେ ଦୁଇ ଭାଇ। ସେମାନେ, ଚାଲି ପାରୁନଥିବା ବୃଦ୍ଧା ମାଆଙ୍କୁ ସାଙ୍ଗରେ ନେଇ ନପାରି ଭଞ୍ଜନଗର ଲୋହରାଖଣ୍ଡି ନଦୀ ତଟ ବାଇପାସ୍ ରାସ୍ତାରେ ଛାଡ଼ି ପଳାଇ ଯାଉଥିଲେ। ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ।

ଏସ୍ଆଇ ସମୀର କୁମାର ବେହେରା ନିଜେ ଷ୍ଟ୍ରେଚର ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଏହି ମାମଲାରେ ପୁଲିସ ଦୁଇ ପୁଅଙ୍କୁ ଅଟକ ରଖିଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ପୁଲିସ ଜଗନ୍ନାଥପ୍ରସାଦ ସରପଞ୍ଚ ଓ ବୃଦ୍ଧାଙ୍କ ଝିଅକୁ ସୂଚନା ଦେଇଛି। ସେମାନେ ଆସିଲେ କୌଣସି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos