ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲେନି ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ

ଭୁବନେଶ୍ୱର: ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା ଆଜି ନବୀନ ନିବାସ ଯାଇ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନାହଁନ୍ତି। ଅଭିଯୁକ୍ତମାନଙ୍କୁ ଗିରଫରେ ବିଳମ୍ୱ ଓ ଉପଯୁକ୍ତ ନ୍ୟାୟ ପାଇବା ଆଶାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆଜି ସକାଳେ ନବୀନ ନିବାସ ଯାଇଥିଲେ। ମୁଖ୍ୟମନ୍ତ୍ରୀ ସେତେବେଳକୁ ସଚିବାଳୟ ବାହାରି ଯାଇଥିଲେ। ଲୋପାମୁଦ୍ରାଙ୍କ ଅଭିଯୋଗ ଆଧାରରେ ଗତକାଲି ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ଘର ଆଗରେ ମହିଳା ଥାନା ପକ୍ଷରୁ ହାଜର ନୋଟିସ୍ ଲଗାଯାଇଥିଲା।  ବର୍ତ୍ତମାନ ସୁଦ୍ଧା ତ୍ରୈଲୋକ୍ୟ କିମ୍ୱା ତାଙ୍କ ପୁଅ ସବ୍ୟସାଚୀଙ୍କୁ […]

lopamudra

Rakesh Mallick
  • Published: Saturday, 18 June 2016
  • , Updated: 18 June 2016, 05:01 PM IST

ଭୁବନେଶ୍ୱର: ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା ଆଜି ନବୀନ ନିବାସ ଯାଇ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନାହଁନ୍ତି। ଅଭିଯୁକ୍ତମାନଙ୍କୁ ଗିରଫରେ ବିଳମ୍ୱ ଓ ଉପଯୁକ୍ତ ନ୍ୟାୟ ପାଇବା ଆଶାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆଜି ସକାଳେ ନବୀନ ନିବାସ ଯାଇଥିଲେ। ମୁଖ୍ୟମନ୍ତ୍ରୀ ସେତେବେଳକୁ ସଚିବାଳୟ ବାହାରି ଯାଇଥିଲେ।

ଲୋପାମୁଦ୍ରାଙ୍କ ଅଭିଯୋଗ ଆଧାରରେ ଗତକାଲି ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ଘର ଆଗରେ ମହିଳା ଥାନା ପକ୍ଷରୁ ହାଜର ନୋଟିସ୍ ଲଗାଯାଇଥିଲା।  ବର୍ତ୍ତମାନ ସୁଦ୍ଧା ତ୍ରୈଲୋକ୍ୟ କିମ୍ୱା ତାଙ୍କ ପୁଅ ସବ୍ୟସାଚୀଙ୍କୁ ଗିରଫ କରାଯାଇନାହିଁ।

ସୂଚନାଯୋଗ୍ୟ, ଗତ ଜୁନ୍ ୧୪ ତାରିଖରେ ତ୍ରୈଲୋକ୍ୟ ମିଶ୍ର, ତାଙ୍କ ପତ୍ନୀ ଓ ପୁଅ ବିରୋଧରେ ବୋହୂ ଲୋପାମୁଦ୍ରା ମିଶ୍ର ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ନେଇ ପୂର୍ବରୁ ସେ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related story