୨୪ ଘଣ୍ଟା ଧରି ମେଡିକାଲ୍‌ ବେଡ୍‌ରେ ପଡ଼ିଛି କୁନି ଝିଅର ମୃତଦେହ, କେତେ ବେଳେ ହେବ ବ୍ୟବଚ୍ଛେଦ?

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବେଡ଼ରେ ୨୪ ଘଣ୍ଟା ହେଲା ପଡ଼ିରହିଛି ଦୁଇ ବର୍ଷର କୁନି ଝିଅର ମୃତଦେହ। ବ୍ୟବଚ୍ଛେଦ ହେବ ହେବ କହୁଛନ୍ତି। ଆଉ ନିଜ ଜନ୍ମିତ ମୃତ ଝିଅ ପାଖରେ ରାତିସାରା ଜଗି ବସିଛନ୍ତି ବାପା ଓ ମାଆ। ଝିଅକୁ ହରାଇଥିବା ଦୁଃଖଠାରୁ ବଳି ଯାଇଛି ପ୍ରଶାସନର ଏ ବ୍ୟବସ୍ଥା। ଶୁକ୍ରବାର ଦିନ ଗୋଟାଏରୁ ଆଜି(ଶନିବାର) ମଧ୍ୟାହ୍ନ ହେଲାଣି। ହେଲେ କେହିବି ଆସୁନାହଁନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ଝିଅର […]

Bhadrak

Bhadrak

Manoranjan Sial
  • Published: Saturday, 09 October 2021
  • Updated: 09 October 2021, 04:44 PM IST

Sports

Latest News

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବେଡ଼ରେ ୨୪ ଘଣ୍ଟା ହେଲା ପଡ଼ିରହିଛି ଦୁଇ ବର୍ଷର କୁନି ଝିଅର ମୃତଦେହ। ବ୍ୟବଚ୍ଛେଦ ହେବ ହେବ କହୁଛନ୍ତି। ଆଉ ନିଜ ଜନ୍ମିତ ମୃତ ଝିଅ ପାଖରେ ରାତିସାରା ଜଗି ବସିଛନ୍ତି ବାପା ଓ ମାଆ। ଝିଅକୁ ହରାଇଥିବା ଦୁଃଖଠାରୁ ବଳି ଯାଇଛି ପ୍ରଶାସନର ଏ ବ୍ୟବସ୍ଥା। ଶୁକ୍ରବାର ଦିନ ଗୋଟାଏରୁ ଆଜି(ଶନିବାର) ମଧ୍ୟାହ୍ନ ହେଲାଣି। ହେଲେ କେହିବି ଆସୁନାହଁନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ଝିଅର ବାପା।

ବାଁଶଡା ଥାନା ଯୁଣୁନ୍ଦା ଗାଁର ଦୁଇବର୍ଷର କୁନି ଝିଅ ଜୋଷ୍ଣରାଣୀ ଜେନା ଘର ପାଖରେ ଖେଳୁ ଖେଳୁ ପାଖ ପୋଖରୀରେ ବୁଡିଯାଇଥିଲେ। ତାଙ୍କୁ ପ୍ରଥମେ ମତୋ ଓ ପରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମେଡିକାଲ୍‌ରେ ଭର୍ତ୍ତି ହେବାର କିଛି ସମୟ ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ବାଁଶଡା ଥାନା ପୁଲିସ ପହଁଞ୍ଚି ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କହିଥିଲା।  ପୁଲିସ ଜଣେ ହୋମଗାର୍ଡଙ୍କୁ ଜଗାଇଦେଇ କିଏ କୁଆଡେ ଚାଲିଗଲେ। ଆସିବେ ଆସିବେ କହି ଶୁକ୍ରବାର ଦିନ ଗୋଟାଏରୁ ଆଜି(ଶନିବାର) ମଧ୍ୟାହ୍ନ ବାଜିଲା। ହେଲେ କେହି ଆସୁନାହାନ୍ତି।

ସେପଟେ ମୃତଦେହ ଜଗିଥିବା କନ୍‌ଷ୍ଟେବଳ ଜଣକ କହୁଛନ୍ତି ମୁଁ ଜଗିଛି। ଶବବ୍ୟବଚ୍ଛେଦ କେତେବେଳେ ହେବ ମୁଁ ଜାଣିନାହିଁ। ସେକଥା ସାର୍‌ କହିବେ। ଅନ୍ୟପଟରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ବିଷ୍ଣୁ ସାହୁ କହିଛନ୍ତି, ଡାକ୍ତର ପ୍ରସ୍ତୁତ ଅଛନ୍ତି। ଶବବ୍ୟବଚ୍ଛେଦ କରିବା ଦାୟିତ୍ୱ ପୁଲିସର।

ତେବେ ଏଠି ପ୍ରଶ୍ନ ଉଠୁଛି, ଶବ ବ୍ୟବଚ୍ଛେଦ ପାଇଁ ସରକାରୀ ବିଧି ବ୍ୟବସ୍ଥା କଣ ଅଛି? କଣ ଗୋଟିଏ ମୃତଦେହ ମେଡ଼ିକାଲ୍‌ ବେଡ୍‌ରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ି ରହିବ? ସେପଟେ ମୃତଦେହ ବ୍ୟବଚ୍ଛେଦ ହୋଇନପାରିବାରୁ ମେଡିକାଲ୍‌ ବେଡ୍‌ ପାଖରେ ଜଗି ରହିଛନ୍ତି ବାପା-ମାଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story