ଚେଙ୍କ ନେଲା ଜୀବନ

କେନ୍ଦୁଝର: ଚେଙ୍କ ଦିଆଯିବା ଯୋଗୁଁ କେନ୍ଦୁଝରରେ ଜଣେ ୨୫ଦିନର ଶିଶୁପୁତ୍ରର ଆଜି ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ହେଲେ ହରିଚନ୍ଦନପୁର ବ୍ଲକ ଖରବା ଗାଁର। ଗତ ୨୯ତାରିଖ ରାତିରେ ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଥିଲା। ଚେଙ୍କ ଦିଆଯିବା ପରେ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା। ତାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ଆଜି ତା’ର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଗତ ୧ତାରିଖରେ ହରିଚନ୍ଦନପୁର ବ୍ଲକ କୁଲାଢାଙ୍କୁଣୀ ଗାଁରେ ଚେଙ୍କ ନେଇ […]

chenka

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 05:10 PM IST

କେନ୍ଦୁଝର: ଚେଙ୍କ ଦିଆଯିବା ଯୋଗୁଁ କେନ୍ଦୁଝରରେ ଜଣେ ୨୫ଦିନର ଶିଶୁପୁତ୍ରର ଆଜି ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ହେଲେ ହରିଚନ୍ଦନପୁର ବ୍ଲକ ଖରବା ଗାଁର। ଗତ ୨୯ତାରିଖ ରାତିରେ ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଥିଲା।

ଚେଙ୍କ ଦିଆଯିବା ପରେ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା। ତାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ଆଜି ତା’ର ମୃତ୍ୟୁ ଘଟିଛି।

ଏହା ପୂର୍ବରୁ ଗତ ୧ତାରିଖରେ ହରିଚନ୍ଦନପୁର ବ୍ଲକ କୁଲାଢାଙ୍କୁଣୀ ଗାଁରେ ଚେଙ୍କ ନେଇ ଜଣେ ୧୯ ଦିନର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଗତ ୫୧ ଦିନ ମଧ୍ୟରେ ଜିଲ୍ଲାରେ ୧୧ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ବେଳେ ୨ଜଣଭ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Related story