ଦୋଳି ନେଇଗଲା ଝିଅର ଜୀବନ

ସୋର(ଶଶୀକାନ୍ତ ବେହେରା): ଆଜି ଥିଲା ନୂଆବର୍ଷ। ସବୁଠି ଉତ୍ସବର ମାହୋଲ। ଏହି ଖସି ଭିତରେ ବାଲେଶ୍ୱର ଜିଲ୍ଲା ବାହାନଗା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ସାଙ୍ଗମାନଙ୍କ ସହ ଦୋଳି ଖେଳୁଥିବା ଜଣେ ୧୦ ବର୍ଷୀ ଝିଅର ଜୀବନ ଦୋଳି ଦୌଡ଼ି ନେଇଯାଇଛି। ଦ୍ୱାରିକା ଗାଁ ଅକ୍ଷୟ ମଲିକଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାଙ୍ଗମାନଙ୍କ ସହ ଘର ପଛ ପାର୍ଶ୍ୱରେ ଦୋଳି ଖେଳୁଥିଲେ। ଦୋଳିରେ ଝୁଲୁଥିବା ବେଳେ ଦୋଳି ଦୌଡ଼ିଟି ତାଙ୍କ ବେକରେ ଗୋଡ଼ାଇ ହୋଇଥିଲା। ଫଳରେ ଅଣ […]

chid-death-in-soro

Manoranjan Sial
  • Published: Wednesday, 01 January 2020
  • , Updated: 01 January 2020, 09:56 PM IST

ସୋର(ଶଶୀକାନ୍ତ ବେହେରା): ଆଜି ଥିଲା ନୂଆବର୍ଷ। ସବୁଠି ଉତ୍ସବର ମାହୋଲ। ଏହି ଖସି ଭିତରେ ବାଲେଶ୍ୱର ଜିଲ୍ଲା ବାହାନଗା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ସାଙ୍ଗମାନଙ୍କ ସହ ଦୋଳି ଖେଳୁଥିବା ଜଣେ ୧୦ ବର୍ଷୀ ଝିଅର ଜୀବନ ଦୋଳି ଦୌଡ଼ି ନେଇଯାଇଛି।

ଦ୍ୱାରିକା ଗାଁ ଅକ୍ଷୟ ମଲିକଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାଙ୍ଗମାନଙ୍କ ସହ ଘର ପଛ ପାର୍ଶ୍ୱରେ ଦୋଳି ଖେଳୁଥିଲେ। ଦୋଳିରେ ଝୁଲୁଥିବା ବେଳେ ଦୋଳି ଦୌଡ଼ିଟି ତାଙ୍କ ବେକରେ ଗୋଡ଼ାଇ ହୋଇଥିଲା। ଫଳରେ ଅଣ ନିଶ୍ୱାସୀ ହୋଇ ଚିତ୍କାର କରୁଥିଲେ। ଏହା ଦେଖି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related story