ଠିପି ନେଇଗଲା ଜୀବନ: ୮ ମାସର ଶିଶୁର ମୃତ୍ୟୁକୁ ନେଇ ମେଡିକାଲ୍‌ରେ ଉତ୍ତେଜନା, ରାସ୍ତା ଅବରୋଧ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ପିଲା ମୃତ୍ୟୁକୁ ନେଇ ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିବାରୁ ପୋଲିସ ଲାଠି ମାଡ କରିଥିବା ଅଭିଯୋଗ ହୋଇଛି। ଫଳରେ ଆନ୍ଦୋଳକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ସେଠାରେ ପୋଲିସ ମୁତୟନ ହୋଇଛନ୍ତି। ନୂଆଗାଁ ବ୍ଲକ୍ ଗୋଳଗୋଳା ଗାଁର ଏକ ୮ ମାସର ଶିଶୁ ଖେଳୁଥିବା ବେଳେ ବୋତଲ ଠିପି ଗିଳି ଦେଇଥିଲା। ପରିବାର ଲୋକେ ତାକୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ […]

Nayagarh

Rakesh Mallick
  • Published: Thursday, 05 July 2018
  • , Updated: 05 July 2018, 05:38 PM IST

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ପିଲା ମୃତ୍ୟୁକୁ ନେଇ ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିବାରୁ ପୋଲିସ ଲାଠି ମାଡ କରିଥିବା ଅଭିଯୋଗ ହୋଇଛି। ଫଳରେ ଆନ୍ଦୋଳକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ସେଠାରେ ପୋଲିସ ମୁତୟନ ହୋଇଛନ୍ତି।

ନୂଆଗାଁ ବ୍ଲକ୍ ଗୋଳଗୋଳା ଗାଁର ଏକ ୮ ମାସର ଶିଶୁ ଖେଳୁଥିବା ବେଳେ ବୋତଲ ଠିପି ଗିଳି ଦେଇଥିଲା। ପରିବାର ଲୋକେ ତାକୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଏହି ସମୟରେ ଶିଶୁ ବିଶେଷଜ୍ଞ ନଥିବାରୁ ପିଲାକୁ ସାଧାରଣ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ଘଟିଥିଲା। ଶିଶୁ ଡାକ୍ତର ନଥିବା କାରଣରୁ ପିଲାଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଧୀରେ ଧୀରେ ଉତ୍ତେଜନା ଉଗ୍ରରୂପ ଧାରଣ କରିଥିଲା।

ଆନ୍ଦୋଳନକାରୀମାନେ ଟାୟାର ଜାଳି ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଏକପ୍ରକାର ଠପ୍ ହୋଇଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରଥମେ ବୁଝାସୁଝା କରିଥିଲେ। ଏହାସତ୍ତ୍ୱେ ରାସ୍ତାରୋକ ହଟିନଥିଲା। ପରେ ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠିମାଡ କରିଥିବା ଅଭିଯୋଗ ହୋଇଛି। ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ତଥାପି ଏବେ କିଛି ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ଉତ୍ତେଜନାକୁ କାବୁ କରିବା ପାଇଁ ପୋଲିସ ମୁତୟନ ହୋଇଛନ୍ତି।

Related story