ଗଙ୍ଗୁଆ ନାଳ ନେଲା ଜୀବନ, ଖେଳୁ ଖେଳୁ ବୁଡ଼ିଗଲା ଶିଶୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଙ୍ଗୁଆ ନାଳ ନେଲା ଜୀବନ । ଖେଳୁ ଖେଳୁ ଗଙ୍ଗୁଆ ନାଳରେ ପଡ଼ିଯିବାରୁ ଅକାଳରେ ଆଖି ବୁଜିଲା ୫ ବର୍ଷର ଶିଶୁ।  ଗତକାଲି ରାଜଧାନୀରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା। ମୃତ ଶିଶୁ ଭୁଆଶୁଣି ଲେନ୍ ନିକଟ ଅଞ୍ଚଳରେ ପରିବାର ସହ ରହୁଥିଲା। ଗତକାଲି ସେ ସାଙ୍ଗଙ୍କ ସହ ଖେଳୁଥିବା ବେଳେ ହଠାତ୍‌ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପିଲାଟିର ସନ୍ଧାନ ପାଇ ନ ଥିଲେ। […]

drown-in-water

drown-in-water

Niharika Rout
  • Published: Monday, 18 July 2022
  • Updated: 18 July 2022, 09:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଙ୍ଗୁଆ ନାଳ ନେଲା ଜୀବନ । ଖେଳୁ ଖେଳୁ ଗଙ୍ଗୁଆ ନାଳରେ ପଡ଼ିଯିବାରୁ ଅକାଳରେ ଆଖି ବୁଜିଲା ୫ ବର୍ଷର ଶିଶୁ।  ଗତକାଲି ରାଜଧାନୀରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା।

ମୃତ ଶିଶୁ ଭୁଆଶୁଣି ଲେନ୍ ନିକଟ ଅଞ୍ଚଳରେ ପରିବାର ସହ ରହୁଥିଲା। ଗତକାଲି ସେ ସାଙ୍ଗଙ୍କ ସହ ଖେଳୁଥିବା ବେଳେ ହଠାତ୍‌ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପିଲାଟିର ସନ୍ଧାନ ପାଇ ନ ଥିଲେ। ଦୀର୍ଘ ସମୟ ପରେ ଗଙ୍ଗୁଆ ନାଳରେ ଏକ  ଶିଶୁଟି ପଡିଥିବା ସୂଚନା ପାଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ବହୁ ଖୋଜାଖୋଜି ପରେ ଶିଶୁକୁ ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ତାକୁ ଡାକ୍ତରଖାନା ନିଆଯାଇଥିବା ବେଳେ  ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ଶିଶୁର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଛି  । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos