ଯୋଧପୁରରୁ ୬ ବର୍ଷର ଝିଅକୁ ଉଠାଇ ଆଣିଛି, ୩ ଲକ୍ଷ ଟଙ୍କା ମାଗୁଛି

ସୋର(ଶଶୀକାନ୍ତ ବେହେରା): ବାପା-ମାଆଙ୍କ କୋଳରୁ ୬ ବର୍ଷର ଶିଶୁ କନ୍ୟାକୁ ଉଠାଇ ଆଣିଲା। ଏବେ ଘରେ ବାପା-ମାଆ ପହଞ୍ଚିଲା ପରେ ୩ ଲକ୍ଷ ଦେବାକୁ ଦାବି କରୁଛି ଅପହର୍ତ୍ତା ଯୁବକ। ଟଙ୍କା ନଦେଲେ ଝିଅକୁ ମାରିଦେବି ବୋଲି ଧମକ ଦେଉଥିବା ନେଇ ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗରୁ ପ୍ରକାଶ, ସୋର ଥାନା ମହୁମୁହାଣ ଗାଁର ମୁକ୍ତିକାନ୍ତ ନାୟକ କାମ କରିବା ପାଇଁ […]

child kidnapping india

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 07:41 PM IST

ସୋର(ଶଶୀକାନ୍ତ ବେହେରା): ବାପା-ମାଆଙ୍କ କୋଳରୁ ୬ ବର୍ଷର ଶିଶୁ କନ୍ୟାକୁ ଉଠାଇ ଆଣିଲା। ଏବେ ଘରେ ବାପା-ମାଆ ପହଞ୍ଚିଲା ପରେ ୩ ଲକ୍ଷ ଦେବାକୁ ଦାବି କରୁଛି ଅପହର୍ତ୍ତା ଯୁବକ। ଟଙ୍କା ନଦେଲେ ଝିଅକୁ ମାରିଦେବି ବୋଲି ଧମକ ଦେଉଥିବା ନେଇ ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରୁ ପ୍ରକାଶ, ସୋର ଥାନା ମହୁମୁହାଣ ଗାଁର ମୁକ୍ତିକାନ୍ତ ନାୟକ କାମ କରିବା ପାଇଁ ରାଜସ୍ଥାନ ଯାଇଥିଲେ। ସେ ଯୋଧପୁରରେ ଏକ ସଂସ୍ଥାରେ କାମ କରୁଥିଲେ। ଏହି ସମୟରେ ହଜାରି ଲାଲ୍‌ଙ୍କ ସହିତ ବନ୍ଧୁତାର ସମ୍ପର୍କ ଯୋଡ଼ିଥିଲେ ମୁକ୍ତିକାନ୍ତ।

ତେବେ ଗତ ୭ ତାରିଖରେ ହଜାରି ଲାଲଙ୍କ ୬ ବର୍ଷର ଝିଅର ନିଖୋଜ ହୋଇଯାଇଥିଲା। ଚାରିଆଡ଼େ ଖୋଜିଥିଲେ ମଧ୍ୟ ଝିଅର ପତ୍ତା ମିଳିନଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ହଜାରି ଓ ତାଙ୍କ ପତ୍ନୀ। ଶେଷରେ ଓଡ଼ିଶା ଆସି ମୁକ୍ତିକାନ୍ତଙ୍କୁ ଝିଅ ସମ୍ପର୍କରେ ପଚାରି ଥିଲେ। ୩ ଲକ୍ଷ ଟଙ୍କା ଦେଲେ ଝିଅକୁ ଫେରାଇବି, ନହେଲେ ହତ୍ୟା କରିବି ବୋଲି ମୁକ୍ତିକାନ୍ତ କହିଥିବା ହଜାରି ଅଭିଯୋଗ କରିଛନ୍ତି। ପରେ ହଜାରି ଓ ତାଙ୍କ ପତ୍ନୀ ଏନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି।

Related story