ଉଦଳା(ମାନସ ପାଣି): ଲୁଗାରେ ପ୍ରସ୍ତୁତ ଦୋଳି ଗୁଡ଼େଇ ହୋଇ ଗଲା ୭ ବର୍ଷ ଝିଅର ଜୀବନ। ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି। ଝିଅର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଛି।
କପ୍ତିପଦା ଥାନା ପେଡ଼ାଗଡ଼ି ଗାଁର ବିରେନ୍ଦ୍ର ନାୟକଙ୍କ ପରିବାର ଲୋକ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଘରେ ଖାଉଥିଲେ। ଠିକ୍ ଏହି ସମୟରେ ବିରେନ୍ଦ୍ରଙ୍କ ୭ ବର୍ଷର ଝିଅ ମାମୁନି ଦାଣ୍ଡ ପିଣ୍ଡରେ ଲୁଗାରେ ପ୍ରସ୍ତୁତ ଦୋଳିରେ ଝୁଲୁଥିଲେ। ଝୁଲିବା ବେଳେ ଲୁଗା ଦୋଳିଟି ମାମୁନିଙ୍କ ବେକରେ ଗୋଡ଼ାଇ ଯାଇଥିଲା। ସେ ସେହି ଦୋଳିରେ ଚେତା ହରାଇ ରହିଯାଇଥିଲା। ପରେ ପରିବାର ଲୋକେ ତାକୁ ଉଦ୍ଧାର କରି ଉଦଳା ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।