ନିରାପଦ ନୁହେଁ ଶିଶୁ, ୬ ବର୍ଷରେ ରାଜ୍ୟରୁ ନିଖୋଜ ୧୬ ହଜାର ୬୫୪

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି ଶିଶୁ ନିଖୋଜ ମାମଲା। ଏ କ୍ଷେତ୍ରରେ ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ ବା ଏନସିଆରବି ତଥ୍ୟ କହୁଛି ଗଲା ୬ ବର୍ଷରେ ରାଜ୍ୟରୁ ନିଖୋଜ ହେଇଗଲେଣି ୧୬ ହଜାର ୬୫୪ ଶିଶୁ। ଆହୁରି ଉଦବେଗଜନକ କଥାଟି ହେଉଛି, ୨୦୨୦ରୁ ୨୦୨୧ ମସିହା ଭିତରେ ରାଜ୍ୟରେ ଶିଶୁ ନିଖୋଜ ଘଟଣା ୪୨ ପ୍ରତିଶତ ବଢ଼ିଛି। ୨୦୨୦ରେ ରାଜ୍ୟରୁ ୨୮୯୯ ଶିଶୁ ଗାଏବ୍ ହୋଇଥିଲା ବେଳେ ପୂର୍ବର ସବୁ ରେକର୍ଡ ଭାଙ୍ଗି ୨୦୨୧ରେ […]

child

child

Niranjan Mishra
  • Published: Wednesday, 31 August 2022
  • Updated: 31 August 2022, 09:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି ଶିଶୁ ନିଖୋଜ ମାମଲା। ଏ କ୍ଷେତ୍ରରେ ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ ବା ଏନସିଆରବି ତଥ୍ୟ କହୁଛି ଗଲା ୬ ବର୍ଷରେ ରାଜ୍ୟରୁ ନିଖୋଜ ହେଇଗଲେଣି ୧୬ ହଜାର ୬୫୪ ଶିଶୁ।

ଆହୁରି ଉଦବେଗଜନକ କଥାଟି ହେଉଛି, ୨୦୨୦ରୁ ୨୦୨୧ ମସିହା ଭିତରେ ରାଜ୍ୟରେ ଶିଶୁ ନିଖୋଜ ଘଟଣା ୪୨ ପ୍ରତିଶତ ବଢ଼ିଛି। ୨୦୨୦ରେ ରାଜ୍ୟରୁ ୨୮୯୯ ଶିଶୁ ଗାଏବ୍ ହୋଇଥିଲା ବେଳେ ପୂର୍ବର ସବୁ ରେକର୍ଡ ଭାଙ୍ଗି ୨୦୨୧ରେ ନିଖୋଜ ହୋଇଛନ୍ତି ୪ ହଜାର ୧୩୩ ଜଣ ଶିଶୁ।

ଅର୍ଥାତ୍ ଦିନକୁ ନିଖୋଜ ହେଉଛନ୍ତି ପାଖାପାଖି ୧୧ ଶିଶୁ ୨୦୨୧ର ତଥ୍ୟରୁ ଆଉ ଯେଉଁ ସାଂଘାତିକ ଦିଗଟି ସାମ୍ନାକୁ ଆସିଛି ତାହା ହେଉଛି ଏଇ ବର୍ଷ ନିଖୋଜ ଶିଶୁଙ୍କ ମଧ୍ୟରେ ୪୭୭ ଜଣ ନାବାଳକ ଥିଲା ବେଳେ ନାବାଳିକାଙ୍କ ସଂଖ୍ୟା ହେଉଛି ୩ ହଜାର ୬୫୬ ଜଣ।

ହେଲେ ଏମାନେ ଯାଉଛନ୍ତି କୁଆଡ଼େ ? କିଏ ନେଉଛନ୍ତି ଏମାନଙ୍କୁ ? କେଉଁ ଉଦ୍ଦେଶ୍ୟରେ ନେଉଛନ୍ତି ? ଏହା ପଛରେ ଶିଶୁ ଚାଲାଣ ରାକେଟ୍ କାମ କରୁଛି କି ? କାହିଁକି ଶିଶୁ ଚୋରୀ କରୁଥିବା ରାକେଟ ପାଖରେ ପହଞ୍ଚି ପାରୁନିି ପୁଲିସ ?

ଏନେଇ ଭୁବନେଶ୍ୱର ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ଡ. ବେଣୁଧର ସେନାପତି କହିଛନ୍ତି, ଶିଶୁ ନିଖୋଜ ହେବା ପରେ ଯେଉଁ SOP ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ରହିଛି, ତାହାକୁ ପୁଲିସ ଫଲୋ କରୁନି। ଅନେକ ମାମଲାରେ ଏକ ଏତଲା ଧରି ବସିଯାଉଛି। ବିଳମ୍ବିତ ତଦନ୍ତ କରାଯାଉଛି। ଶିଶୁ ଚାଲାଣକାରୀଙ୍କୁ ଧରପଗଡ଼ ଜୋରଦାର କରାଯାଉନି। ଯେଉଁଥି ପାଇଁ ଏଭଳି ସ୍ଥିତି ଉପୁଜିଛି।

ଶିଶୁ ଅଧିକାର କର୍ମୀ ରିନି ମହାନ୍ତି କହିଛନ୍ତି, ରାଜ୍ୟ ସରକାରଙ୍କ ନିଦ କେବେ ଭାଙ୍ଗିବ କେଜାଣି। କାହିଁକି ମହିଳା ଓ ଶିଶୁ ସୁରକ୍ଷା କମିଶନ କରିଛନ୍ତି ବୁଝି ହେଉନି। ଡିସିପିଓ ୟୁନିଟ୍, ଶିଶୁ ଡେସ୍କ ୟୁନିଟ୍ ପ୍ରଭୃତି କାହିଁକି ଗଢ଼ା ଯାଇଛି ଓ କିପରି କାମ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ପୂର୍ବତନ ପୁଲିସ୍ ଆଇଜି ବଟକୃଷ୍ଣ ତ୍ରିପାଠୀ କହିଛନ୍ତି, ସାଧାରଣ ଲୋକେ ଓ ଏନ୍‌ଜିଓମାନେ ଏବାବଦରେ ସତର୍କତା ଦେଖାଉନାହାନ୍ତି। ଶିଶୁ ନିଖୋଜ ମାମଲାକୁ ରୋକିବା ଓ ରାକେଟକୁ ଧରିବା ନିମନ୍ତେ ଆବଶ୍ୟକ ସେଚେତନତା କରାଯାଉନି। ଫଳରେ ଏଭଳି ଘଟଣା ବଢ଼ି ଚାଲିଛି।

ସୂଚନା ଥାଉକି, ଶିଶୁଙ୍କ ପ୍ରତି ଏଭଳି ଅପରାଧ ଓ ଅଘଟଣକୁ ଏଡ଼ାଇବାକୁ ରାଜ୍ୟରେ ଅପରେସନ୍ ସ୍ମାଇଲ୍, ମୁସ୍କାନ୍ ଓ ପରୀ ଭଳି କାଗଜକଲମରେ ବହୁ କାର୍ଯ୍ୟକ୍ରମ ଚାଲିଛି। ଏଥିଯୋଗୁ ଶିଶୁ ନିରାପତା ପ୍ରତି ବିପଦ ମାଡ଼ି ବସିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos