ଆଦିବାସୀବହୁଳ ଜିଲ୍ଲାରେ ଶିଶୁମୃତ୍ୟୁ ହାର ବୃଦ୍ଧି; କାରଣ ଖୋଜିବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଆଦିବାସୀ ବର୍ଗର ଶିଶୁଙ୍କ ମୃତ୍ୟୁହାର କାହିଁକି ବୃଦ୍ଧି ପାଇଛି, ତା’ର କାରଣ ଖୋଜିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ଉପଦେଷ୍ଟା ତଥା ଅବସରପ୍ରାପ୍ତ ଆଇଏଏସ୍ ପିକେ ପ୍ରଧାନଙ୍କୁ ଗତକାଲି ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସେ ଆଦିବାସୀବହୁଳ ୪-୫ଟି ଜିଲ୍ଲା ଗସ୍ତ କରି ସେଠାରେ ଆଦିବାସୀ ପିଲାମାନଙ୍କ ମଧ୍ୟରେ […]

child

child

Ordigital Desk
  • Published: Tuesday, 13 September 2022
  • Updated: 13 September 2022, 09:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଆଦିବାସୀ ବର୍ଗର ଶିଶୁଙ୍କ ମୃତ୍ୟୁହାର କାହିଁକି ବୃଦ୍ଧି ପାଇଛି, ତା’ର କାରଣ ଖୋଜିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ଉପଦେଷ୍ଟା ତଥା ଅବସରପ୍ରାପ୍ତ ଆଇଏଏସ୍ ପିକେ ପ୍ରଧାନଙ୍କୁ ଗତକାଲି ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସେ ଆଦିବାସୀବହୁଳ ୪-୫ଟି ଜିଲ୍ଲା ଗସ୍ତ କରି ସେଠାରେ ଆଦିବାସୀ ପିଲାମାନଙ୍କ ମଧ୍ୟରେ କେଉଁ କାରଣରୁ ମୃତ୍ୟୁହାର ବୃଦ୍ଧି ପାଉଛି ଓ ତା’ର ନିରାକରଣ କିଭଳି ହେବ ସେ ନେଇ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନଏଫଏଚଏସ-୫) ତଥ୍ୟ ଆଧାରରେ ଓଡ଼ିଶାରେ ଆଦିବାସୀ ବର୍ଗର ଶିଶୁଙ୍କ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି । ୫ବର୍ଷରୁ କମ୍ ବୟସର ଆଦିବାସୀ ବର୍ଗର ଶିଶୁଙ୍କ ମୃତ୍ୟୁହାର ୨୦୧୫-୧୬ରେ ପ୍ରତି ୧ହଜାରରେ ୬୫.୬% ଥିବାବେଳେ ୨୦୨୧ରେ ଏହି ପରିମାଣ ୬୬.୨%କୁ ବୃଦ୍ଧି ପାଇଛି । ଯଦିଓ ଜାତୀୟସ୍ତରରେ ଆଦିବାସୀ ବର୍ଗର ପିଲାଙ୍କ ମୃତ୍ୟୁ ହାର ୪୧.୬%କୁ ହ୍ରାସ ପାଇଛି । ତେବେ କେଉଁ କାରଣରୁ ରାଜ୍ୟରେ ଆଦିବାସୀ ବର୍ଗର ନବଜାତ ଓ ଶିଶୁଙ୍କ ମୃତ୍ୟୁହାର ବୃଦ୍ଧି ପାଉଛି ଓ କାର୍ଯ୍ୟକାରୀ ହେଉଥିବା ଯୋଜନାରେ କ’ଣ ସବୁ ତ୍ରୁଟି ରହିଛି ତାହାର ଆକଳନ କରିବା ସହ ଏହି ଶିଶୁ ମୃତ୍ୟୁହାର ହ୍ରାସ ନିମନ୍ତେ ଆବଶ୍ୟକ ପରାମର୍ଶ ସରକାରଙ୍କୁ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଉପଦେଷ୍ଟା ଶ୍ରୀ ପ୍ରଧାନଙ୍କୁ କୁହାଯାଇଛି । ଏହି ସର୍ଭେ ଓ ଆକଳନ ନିମନ୍ତେ ସମସ୍ତ ପ୍ରକାରର ସହଯୋଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଯୋଗାଇ ଦେବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ ଗତକାଲି ଏନେଇ ଶ୍ରୀ ପ୍ରଧାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

ସୂଚନାଯୋଗ୍ୟ, ଏନଏଫଏଚଏସ-୫ ଅନୁସାରେ ରାଜ୍ୟରେ କେବଳ ଶିଶୁ ନୁହଁନ୍ତି ବରଂ ମହିଳାଙ୍କ ମଧ୍ୟରେ ରକ୍ତହୀନତା ପରିମାଣ ଅଧିକ ଭାବେ ବୃଦ୍ଧି ପାଇଛି । ମହିଳାଙ୍କ ମଧ୍ୟରେ ରକ୍ତହୀନତାର ଜାତୀୟ ହାର ୫୨.୨%(୨୦୧୯-୨୦ ମସିହା) ରହିଥିବାବେଳେ ଓନିଶାରେ ଏହି ପରିମାଣ ୪୭.୬%ରୁ ୬୧.୮%କୁ ବୃଦ୍ଧି ପାଇଛି । ଯାହାକି ରାଜ୍ୟରେ ଉଚ୍ଚ ମାତୃ ମୃତ୍ୟୁହାରର ଆଶଙ୍କାକୁ ବୃଦ୍ଧି କରିଛି ।ଯଦିଓ ୫ବର୍ଷରୁ କମ୍ ଶିଶୁ ମୃତ୍ୟୁ ହାର ହ୍ରାସରେ ଓଡ଼ିଶାର ପ୍ରଦର୍ଶନ ବେଶ୍ ଭଲ ରହିଛି କିନ୍ତୁ ଆଦିବାସୀବର୍ଗର ଶିଶୁଙ୍କ ମଧ୍ୟରେ ମୃତ୍ୟୁ ହାର ଓଡ଼ିଶା ପାଇଁ ଚିନ୍ତାଜନକ ପାଲଟିଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଗତ ବିଧାନସଭା ଅଧିବେଶନରେ ଏକ ପ୍ରଶ୍ନ ଲିଖିତ ଉତ୍ତରରେ ସ୍ୱୀକାର କରିଥିଲେ ଯେ ୨୦୧୬-୧୭ରୁ ୨୦୨୧-୨୨ ମସିହା ମଧ୍ୟରେ ୫ବର୍ଷରୁ କମ୍ ୯୨୯୨୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୧-୨୨ରେ କେବଳ ୧୪୨୨୮ଜଣ ଶିଶୁ (୫ବର୍ଷରୁ କମ)ଙ୍କ ମୃତ୍ୟୁ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story