ଧାନ ବିଲରେ ପଡ଼ିଛି ଶିଶୁର କଟା ମୁଣ୍ଡ: ବଳି ନୁହେଁ ତ ?

ସାଲେପୁର(ଓଡ଼ିଶା ରିପୋର୍ଟର): ଶୁଖିଲା ବିଲରେ ପଡ଼ିଛି ନିଷ୍ପାପ ଶିଶୁର କଟା ମୁଣ୍ଡ। କିଏ ଓ କାହିଁକି ଏପରି ଅମାନୁସିକ କାମ କରିଛି, ତାହା ଜଣାପଡ଼ିନି। ଖବର ପାଇ କଟକ ଜିଲ୍ଲା ନେମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କଟା ମୁଣ୍ଡ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଶିଶୁଟିକୁ ବଳି ଦିଆଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନିଶ୍ଚିନ୍ତକୋଇଲି ବ୍ଲକ୍ ନେମାଳ ଥାନା କୁଆଁଶାଳ ଗାଁର ଏକ ଗହିର ଧାନ ବିଲରେ ଜଣେ ଶିଶୁର […]

child murder in salapur

Rakesh Mallick
  • Published: Tuesday, 16 January 2018
  • , Updated: 16 January 2018, 04:42 PM IST

ସାଲେପୁର(ଓଡ଼ିଶା ରିପୋର୍ଟର): ଶୁଖିଲା ବିଲରେ ପଡ଼ିଛି ନିଷ୍ପାପ ଶିଶୁର କଟା ମୁଣ୍ଡ। କିଏ ଓ କାହିଁକି ଏପରି ଅମାନୁସିକ କାମ କରିଛି, ତାହା ଜଣାପଡ଼ିନି। ଖବର ପାଇ କଟକ ଜିଲ୍ଲା ନେମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କଟା ମୁଣ୍ଡ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଶିଶୁଟିକୁ ବଳି ଦିଆଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ନିଶ୍ଚିନ୍ତକୋଇଲି ବ୍ଲକ୍ ନେମାଳ ଥାନା କୁଆଁଶାଳ ଗାଁର ଏକ ଗହିର ଧାନ ବିଲରେ ଜଣେ ଶିଶୁର କଟାମୁଣ୍ଡ ପଡ଼ିଥିଲା। ଆଜି ସକାଳେ ସେହି ବିଲ ଦେଇଯାଉଥିବା ଲୋକେ କଟା ମୁଣ୍ଡ ଦେଖି ପୋଲିସକୁ ଖବର ଦେଇଥିଲେ। ନେମାଳ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ଶିଶୁଟି କେଉଁ ଅଞ୍ଚଳରେ ଓ ସେ କାହା ପିଲା ଜଣାପଡି ନାହିଁ। ତେବେ ଏହାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। ବଳି ଦିଆଯିବା ପରେ ଶିଶୁର କଟା ମୁଣ୍ଡଟିକୁ ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେବେ ବଳି ନେଇ ଘଟଣା ସ୍ଥଳରେ କୌଣସି ସୁରାଗ ମିଳିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟର ପ୍ରକୃତ କାରଣ ଜଣାପଡ଼ିବ।

Related story