କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଲଜ୍ଜା। ଡେରାବିଶ ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ତଳନ୍ତ ଚଳାଇଛି।
ଗତ ୨୩ ତାରିଖ ଅପରାହ୍ଣରେ ନାବାଳିକା ଜଣକ ଗାଁ ମୁଣ୍ଡରେ ଭାଇ ଓ ଭଉଣୀଙ୍କ ସହିତ ଖେଳୁଥିଲେ। ଏହି ସମୟରେ କଟକ ଜିଲ୍ଲା ହଳଦିଆ ଗାଁର ମିହିର ସିଂ ନାମକ ଜଣେ ବ୍ୟକ୍ତି ତାଙ୍କୁ ଚକୋଲେଟ୍ ଦେବା ବାହାନାରେ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଏନେଇ ତାଙ୍କ ମାଆଙ୍କୁ କହିଥିଲେ।
ଘଟଣା ପ୍ରଘଟ ହେବା ପରେ ଗାଁ ଲୋକେ ମାମଲାକୁ ଆପୋଷ ସମାଧାନ ପାଇଁ ଚେଷ୍ଟା କରିଥିଲେ। ମାତ୍ର କୌଣସି ସମାଧାନର ରାସ୍ତା ବାହାରି ପାରିନଥିଲା। ଶେଷରେ ନାବାଳିକାଙ୍କ ମାଆ ଏନେଇ ଡେରାବିଶ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀମାଇନା କରାଇଛି। ଏଥିସହ ନାବାଳିକା ଓ ତାଙ୍କ ଦୁଇ ଭାଇଭଉଣୀଙ୍କ ବୟାନ୍ ମଧ୍ୟ ରେକର୍ଡ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।