ନିଶାର୍ଦ୍ଧ ରାତିରେ ପଡ଼ିଆରେ ଶୋଇଥିଲା କୁନି ପୁଅ, ବାପା-ମାଆ କିଏ?

ବୌଦ୍ଧ (ଦୀପକ): ନିଶାର୍ଦ୍ଧ ରାତିରେ ରାଜୁତି କରୁଛି ଅନ୍ଧାର। ଆଉ ସେହି ଅନ୍ଧକାର ଭିତରେ ନିରବତା ଭାଙ୍ଗୁଥିଲା କୀଟପତଙ୍ଗଙ୍କ ଚି’ ଚା’ ଶବ୍ଦ। ତାହାରି ଭିତରେ ଚୁପ୍‌ ଚାପ୍‌ ହୋଇ ପଡ଼ିଆ ମଝିରେ ଶୋଇଥିଲା ବର୍ଷକର କୁନି ପୁଅଟିଏ। ନାଁ ତା’ର କଣ? ତା’ର ବାପା-ମାଆ କିଏ? କେମିତି ଆସିଲା ପଡ଼ିଆ ମଝିକୁ? ଏମିତି ଅନେକ ପ୍ରଶ୍ନ ଭିତରେ ଛୋଟ ପିଲାଟି କଡ଼ ଲେଉଟାଇଲା ବେଳକୁ ଥିଲା ଛବିଲାଲ ମେହେରଙ୍କ କୋଳରେ। ପୂରା ଘଟଣାଟି ଏମିତି। ବୌଦ୍ଧ […]

Boudha

Boudha

Manoranjan Sial
  • Published: Friday, 17 September 2021
  • Updated: 17 September 2021, 10:34 PM IST

Sports

Latest News

ବୌଦ୍ଧ (ଦୀପକ): ନିଶାର୍ଦ୍ଧ ରାତିରେ ରାଜୁତି କରୁଛି ଅନ୍ଧାର। ଆଉ ସେହି ଅନ୍ଧକାର ଭିତରେ ନିରବତା ଭାଙ୍ଗୁଥିଲା କୀଟପତଙ୍ଗଙ୍କ ଚି’ ଚା’ ଶବ୍ଦ। ତାହାରି ଭିତରେ ଚୁପ୍‌ ଚାପ୍‌ ହୋଇ ପଡ଼ିଆ ମଝିରେ ଶୋଇଥିଲା ବର୍ଷକର କୁନି ପୁଅଟିଏ। ନାଁ ତା’ର କଣ? ତା’ର ବାପା-ମାଆ କିଏ? କେମିତି ଆସିଲା ପଡ଼ିଆ ମଝିକୁ? ଏମିତି ଅନେକ ପ୍ରଶ୍ନ ଭିତରେ ଛୋଟ ପିଲାଟି କଡ଼ ଲେଉଟାଇଲା ବେଳକୁ ଥିଲା ଛବିଲାଲ ମେହେରଙ୍କ କୋଳରେ।

ପୂରା ଘଟଣାଟି ଏମିତି। ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ବ୍ରମହଚାରି ଗାଁର ମେହେର ସାହିରେ ବାସ କରନ୍ତି ଛବିଲାଲ ମେହେର। ଆଜି ଭୋର ପ୍ରାୟ ୪ଟା ବେଳେ ସେ ଘର ନିକଟସ୍ଥ ପଡ଼ିଆକୁ ଯାଇଥିଲେ। ନିଶାର୍ଦ୍ଧ ରାତିରେ ପଡ଼ିଆ ମଝିରେ ଦେଖିବାକୁ ପାଇଲେ ଶିଶୁ ପୁତ୍ରଟିଏ ଶୋଇଛି। ତା’ ଉପରେ ଲୁଗା ଘୋଡ଼ା ଯାଇଛି। ଛୋଟ ପିଲାଟିକୁ ଦେଖି ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଶିଶୁଟି ମୃତ କି ଜୀବତ ଜାଣିବା ପାଇଁ ଛବିଲାଲ୍‌ ପ୍ରଥମେ ତାଳି ମାରିଥିଲେ। ଆଉ ତାଳି ଶବ୍ଦ ଶୁଣିବା ପରେ ଶିଶୁଟି କଡ଼ ଲେଉଟାଇ ଥିଲା। ଏହା ପରେ ସେ ଜାଣିବାକୁ ପାଇଲେ ଶିଶୁଟି ଜୀବିତ ଓ ଶୋଇଛି। ତେଣୁ ତାକୁ ସେ ସଙ୍ଗେ ସଙ୍ଗେ କୋଳକୁ ନେଇଆସିଲେ। କାଳ ବିଳମ୍ୱ ନକରି ଘରକୁ ଚାଲି ଆସିଥିଲେ।

ଶିଶୁ ଶୋଇଥିବା ସ୍ଥାନ ନିକଟରେ ଏକ ବ୍ୟାଗ ପଡ଼ିଥିଲା। ସେହି ବ୍ୟାଗରେ ଏକ ବାଳିକାର ଆଧାର କାର୍ଡ। ଆଧାର କାର୍ଡରେ ବୌଦ୍ଧ ସହର ବାପୁଜୀ ନଗରର ଠିକଣା ଲେଖାଯାଇଛି। ଏହା ପରେ ଶ୍ରୀ ମେହେର ଶିଶୁକୁ ନେଇ ଜଂହାପ ଫାଣ୍ଡିରେ ପହଞ୍ଚିଥିଲେ। ପିଲାଟିକୁ ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଥିଲେ। ପିଲାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଛି ପୁଲିସ।

ଚାଇଲ୍‌ଡଲାଇନ୍‌ କର୍ମକର୍ତ୍ତାଙ୍କ କହିବା ଅନୁସାରେ ପିଲାର ବୟସ ବର୍ଷେ ହେବ। ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସେ ଏବେ ସୁସ୍ଥ ଅଛି। ଛୁଆର ବାପା-ମାଆଙ୍କୁ ଖୋଜା ଚାଲିଛି ଚାଇଲ୍‌ଡଲାଇନ୍‌। ସେମାନଙ୍କ ପରିଚୟ ମିଳିଗଲେ ପରେ ପିଲାକୁ ହସ୍ତାନ୍ତର କରାଯିବ ବୋଲି ଚାଇଲ୍‌ଡଲାଇନ୍‌ କର୍ତ୍ତୃପକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story