ପୋଖରୀ ହୁଡ଼ାରେ କାନ୍ଦୁଛି ନବଜାତ ଶିଶୁପୁତ୍ର

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଶିଶୁ ପୁତ୍ରଟିଏ ପାଇଁ କିଏ କେତେ କ’ଣ ପୂଜା ପାଠ କରୁଛି। ପିଲା ଜନ୍ମ ହେବା ପରେ ତାକୁ ଅବହେଳା କରାଯାଉଛି। ପୋଖରୀ ହୁଡ଼ାରେ ଗଡ଼ାଇ ଦିଆ ଯାଉଛନ୍ତି। ପିଲାଟି ପରିଚୟ ପାଇବା ପାଇଁ ରାହାଧରି କାନ୍ଦୁଛି। ଏପରି ଏକ ଘଟଣା ଆଜି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଆଜି ସକାଳେ କୁମୁସୀ ପଞ୍ଚାୟତ ରଆ ଗାଁର ଦୁର୍ଯୋଧନ ସାମଲ ପୋଖରୀ ହୁଡ଼ାକୁ ଶୌଚ ପାଇଁ ଯାଇଥିଲେ। […]

chil resque from pond side

Rakesh Mallick
  • Published: Wednesday, 04 April 2018
  • , Updated: 04 April 2018, 11:52 AM IST

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଶିଶୁ ପୁତ୍ରଟିଏ ପାଇଁ କିଏ କେତେ କ’ଣ ପୂଜା ପାଠ କରୁଛି। ପିଲା ଜନ୍ମ ହେବା ପରେ ତାକୁ ଅବହେଳା କରାଯାଉଛି। ପୋଖରୀ ହୁଡ଼ାରେ ଗଡ଼ାଇ ଦିଆ ଯାଉଛନ୍ତି। ପିଲାଟି ପରିଚୟ ପାଇବା ପାଇଁ ରାହାଧରି କାନ୍ଦୁଛି। ଏପରି ଏକ ଘଟଣା ଆଜି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ଆଜି ସକାଳେ କୁମୁସୀ ପଞ୍ଚାୟତ ରଆ ଗାଁର ଦୁର୍ଯୋଧନ ସାମଲ ପୋଖରୀ ହୁଡ଼ାକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଛୋଟ ପିଲାର କାନ୍ଦ ଶୁଣିବାକୁ ପାଇ ଡରି ଯାଇଥିଲେ। ପରେ ନିଜ ଭିତରେ ସାହଜ ଜୁଟାଇ ପାଖକୁ ଗଲେ। କଅଁଳ ଛିଆଟି ରାହା ଧରି କାନ୍ଦୁଥିବା ଦେଖି କୋଳକୁ ନେଇଯାଇଥିଲେ। ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାକୁ ପର୍ଜଙ୍ଗ ମେଡ଼ିକାଲରେ ଭର୍ତ୍ତି କରଇଥିଲେ। ମାତ୍ର ପିଲାଟିର ପରିଚୟ ନଣାପଡ଼ିନାହିଁ।

Related story