ପିଲା ଚୋର ଭାବି ରୋଗୀଙ୍କୁ ନିର୍ଧୁମ ଛେଚିଲେ

ସାରା ରାଜ୍ୟରେ ଏବେ ପିଲା ଚୋରି ଭୟ। କେଉଁଠୁ ବି ପିଲା ଚୋରି ହୋଇଥିବାର ଅଭିଯୋଗ ଆସୁନାହିଁ। ତଥାପି ଏହି ଭୟର ଶିକାର ହେଉଛନ୍ତି ନିରୀହ ଅଣ ଓଡ଼ିଆ ଲୋକେ। କିଛି ନ ବୁଝି, ଯିଏ ଯେଉଁଠି ପାଇଲା ଅଣ ଓଡ଼ିଆ ଲୋକଙ୍କ ଉପରେ ଆକ୍ରମଣ କରିଦେଉଛନ୍ତି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ସମାନ ଧରଣ ଘଟଣା ଡେଇଁବାକୁ ଲାଗିଛି। ବୟସ୍କ ହୁଅନ୍ତୁ ଅବା ମହିଳା କାହାରିଙ୍କୁ ଛାଡୁ ନାହାଁନ୍ତି। ଭୁଲି ଯାଉଛନ୍ତି ସବୁ ହିତାହିତ ଜ୍ଞାନ […]

nuapada

nuapada

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 12:18 PM IST

Sports

Latest News

ସାରା ରାଜ୍ୟରେ ଏବେ ପିଲା ଚୋରି ଭୟ। କେଉଁଠୁ ବି ପିଲା ଚୋରି ହୋଇଥିବାର ଅଭିଯୋଗ ଆସୁନାହିଁ। ତଥାପି ଏହି ଭୟର ଶିକାର ହେଉଛନ୍ତି ନିରୀହ ଅଣ ଓଡ଼ିଆ ଲୋକେ। କିଛି ନ ବୁଝି, ଯିଏ ଯେଉଁଠି ପାଇଲା ଅଣ ଓଡ଼ିଆ ଲୋକଙ୍କ ଉପରେ ଆକ୍ରମଣ କରିଦେଉଛନ୍ତି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ସମାନ ଧରଣ ଘଟଣା ଡେଇଁବାକୁ ଲାଗିଛି। ବୟସ୍କ ହୁଅନ୍ତୁ ଅବା ମହିଳା କାହାରିଙ୍କୁ ଛାଡୁ ନାହାଁନ୍ତି। ଭୁଲି ଯାଉଛନ୍ତି ସବୁ ହିତାହିତ ଜ୍ଞାନ ଏବଂ ଧରୁଛନ୍ତି, ମାରୁଛନ୍ତି। ଏବେ ଏହି ପିଲା ଚୋରି ଭୟର ରୋଗ ଡେଇଁଛି ନୂଆପଡ଼ା ଜିଲ୍ଲାକୁ। ଏଠାରେ ଲୋକେ ଜଣେ ଅଣ ଓଡ଼ିଆ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାଡ଼ ଖାଇଥିବା ଯୁବକ ଜଣଙ୍କ ମାନସିକ ରୋଗୀ ବୋଲି ପୋଲିସ କହିଛି।

ନୂଆପଡ଼ା (ମାୟାଧର ସରାଫ): ଅଭିଯୋଗ ଅନୁସାରେ, ସୋମବାର ସନ୍ଧ୍ୟାରେ ମହେଶ ସାହୁ ନାମକ ଜଣେ ଅଣ ଓଡ଼ିଆ ଯୁବକ ଝରାହୀ ଗାଁ ବୁଲୁଥିବା ଗାଁ ଲୋକ ଦେଖିଥିଲେ। ମହେଶଙ୍କୁ ପିଲା ଚୋର ଭାବି କିଛି ଯୁବକ ଧରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରିବା ପରେ ତାକୁ ନେଇ ଗାଁ ବାହାରେ ଛାଡି ଦେଇଥିଲେ। ଏହାପରେ ମହେଶଙ୍କୁ ଭେଳା ଗାଁରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ସେଠାରେ ମଧ୍ୟ ସମାନ ସ୍ଥିତି ଥିଲା। ଗାଁ ଲୋକେ ମହେଶକୁ ପିଲା ଚୋର ବୋଲି ଭାବି ନେଇଥିଲେ। ହେଲେ ସେମାନେ ତାକୁ ମାରଧର କରିବା ପରିବର୍ତ୍ତେ ଧରି କୋମନା ଥାନକୁ ଆଣି ପୋଲିସ ଜିମା ଦେଇଥିଲେ।

ପଚରାଉଚରା ବେଳେ ମହେଶ, ନିଜ ଘର ଛତିଶଗଡ଼ ରାୟପୁରରେ ବୋଲି କହିଛି। ପ୍ରାଥମିକ ଯାଞ୍ଚରୁ ସେ ମାନସିକ ରୋଗୀ ବୋଲି ପୋଲିସ ଜାଣିବାକୁ ପାଇଛି।

ଯଦି ପୋଲିସ କଥା ସତ, ତେବେ ରାଜ୍ୟର ସ୍ଥିତି ଏବେ କେମିତି ଅଛି ଜାଣିପାରୁଥିବେ। ଏପରି ସ୍ଥିତି ଲାଗି ରହିଲେ, ଜୀବିକା ପାଇଁ ରାଜ୍ୟରେ ଥିବା ଅଣ ଓଡ଼ିଆମାନେ ନିଜକୁ ଅସୁରକ୍ଷିତ ମଣିବା ସ୍ୱଭାବିକ। ଏହି ସାମାଜିକ ବ୍ୟାଧିକୁ ଶୀଘ୍ର ଦୂର କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରା ନଗଲେ ସମୟ ଆସିବ ଆମ ରାଜ୍ୟକୁ ଅତିଥିମାନେ ଆସିବାକୁ ଭୟ କରିବେ। ଏମିତି ବି ହୋଇପାରେ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆମାନେ ଏହି ଆକ୍ରୋଶର ଶିକାର ହୋଇପାରନ୍ତି। ତେଣୁ ବେଳ ଥାଉଁ ସମସ୍ତଙ୍କୁ ସଚତେନତ ହେବା ସହ ଏହି ସମସ୍ୟାର ସମାଧାନ ଧର୍ଯ୍ୟର ସହ କରିବାକୁ ପଡ଼ିବ। ଯାହା ଏକ ସୁସ୍ଥ ସମାଜ ପାଇଁ ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos