ପାଳନ ହେଉଛି ଶିଶୁ ସୁରକ୍ଷା ଦିବସ, ଏଣେ ନ୍ୟାୟ ପାଉନାହାନ୍ତି ଶିଶୁ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର)ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ୭ମ ପ୍ରତିଷ୍ଠା ଦିବସ ବୁଧବାର ପାଳିତ ହୋଇଯାଇଛି। ରାଜ୍ୟରେ ଶିଶୁଙ୍କ ସୁରକ୍ଷା ଲାଗି ଗଠନ ହୋଇଥିବା ଏହି ଆୟୋଗ ବାସ୍ତବରେ ଶିଶୁମାନଙ୍କ ଲାଗି ଯେ, ଲାଭଦାୟକ ତାହା ଅନୁଭବ ହେଉନାହିଁ। ଛୋଟ ଛୋଟପିଲାଙ୍କ ଉପରେ ନିର୍ଯାତନା ଘଟଣା ବୃଦ୍ଧି ପାଉଛି। ଏ ବାବଦରେ ଅଭିଭାବକ ନ୍ୟାୟ ପାଇଁ ଆୟୋଗ କାର୍ଯ୍ୟାଳୟକୁ ଦୌଡିଦୌଡି ନୟାନ୍ତ ହେଉଥିଲେ ବି କୌଣସି ଲାଭ ହେଉ ନ ଥିବା ଅଭିଯୋଗ ହେଉଛି ।</p> <p>ଭୁବନେଶ୍ୱର ଏମ୍ସରେ ପେଶାରେ ଡାକ୍ତର&nbsp; ଥିବା ପ୍ରକୃତି ଦାଶ ଆୟୋଗରେ ଜଣେ ଅଭିଯୋଗକାରୀ ଭାବେ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏହାର ସୁଫଳ ତାଙ୍କୁ ମିଳିପାରି ନାହିଁ । ଅଜି ପର୍ଯ୍ୟନ୍ତ ସେ ନ୍ୟାୟ ପାଇ ନ ଥିବା ଅଭିଯୋଗ କରିଛନ୍ତି। ଡାକ୍ତର ଦାଶ ନୟାପଲୀର ଏକ ଘରୋଇ କୋଚିଂ ସେଣ୍ଟରକୁ ନିଜ ୯ମ ଶ୍ରେଣୀରେ ପଢୁଥିବା ପୁଅକୁ ନେଇ ଛାଡିଥିଲେ । ଆଡମିସନ୍ ସମୟରେ ବର୍ଷକର ଫି ମଧ୍ୟ ଦିଆଯାଥିଲା । ପୁଅର ସୁରକ୍ଷା ପାଇଁ ପ୍ରକୃତି ତାକୁ ଏକ ମୋବାଇଲ୍ ଫୋନ୍ ଦେଇଥିଲେ । କିନ୍ତୁ କୋଚିଂ ସେଣ୍ଟରରେ ମୋବାଇଲ୍ ଫୋନ୍ କାଢିବାରୁ ସେଣ୍ଟର ଅଧିକାରୀ ପିଲାଟିକୁ ଭିଷଣ ଗାଳି ଦେଇଥିଲେ । ଫଳରେ ସେ ମାନସିକ ସ୍ଥିତି ହରାଇ ବସିଛି। ଏହି ଅଭିଯୋଗ ନେଇ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିବା ପ୍ରକୃତିଙ୍କୁ ନ୍ୟାୟ ମିଳୁନାହିଁ। ମାତ୍ର ତିନି ତିନି ଥର ସମନ୍ ପରେ ବି କୋଚିଂ ସେଣ୍ଟର ମୁଖ୍ୟ ଅଧିକାରୀ ଆୟୋଗରେ ହାଜର ହୋଇ ନ ଥିଲେ । ପରେ ଜଣେ ତଳିଆ କର୍ମଚାରୀ ହାଜିର ହୋଇଥିଲେ । ଏଣେ ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି କୋଚିଂ ସେଣ୍ଟର କର୍ମଚାରୀ ।</p>

Ordigital Desk
  • Published: Wednesday, 01 November 2017
  • Updated: 01 November 2017, 10:00 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର)ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ୭ମ ପ୍ରତିଷ୍ଠା ଦିବସ ବୁଧବାର ପାଳିତ ହୋଇଯାଇଛି। ରାଜ୍ୟରେ ଶିଶୁଙ୍କ ସୁରକ୍ଷା ଲାଗି ଗଠନ ହୋଇଥିବା ଏହି ଆୟୋଗ ବାସ୍ତବରେ ଶିଶୁମାନଙ୍କ ଲାଗି ଯେ, ଲାଭଦାୟକ ତାହା ଅନୁଭବ ହେଉନାହିଁ। ଛୋଟ ଛୋଟପିଲାଙ୍କ ଉପରେ ନିର୍ଯାତନା ଘଟଣା ବୃଦ୍ଧି ପାଉଛି। ଏ ବାବଦରେ ଅଭିଭାବକ ନ୍ୟାୟ ପାଇଁ ଆୟୋଗ କାର୍ଯ୍ୟାଳୟକୁ ଦୌଡିଦୌଡି ନୟାନ୍ତ ହେଉଥିଲେ ବି କୌଣସି ଲାଭ ହେଉ ନ ଥିବା ଅଭିଯୋଗ ହେଉଛି ।</p><p>ଭୁବନେଶ୍ୱର ଏମ୍ସରେ ପେଶାରେ ଡାକ୍ତର&nbsp; ଥିବା ପ୍ରକୃତି ଦାଶ ଆୟୋଗରେ ଜଣେ ଅଭିଯୋଗକାରୀ ଭାବେ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏହାର ସୁଫଳ ତାଙ୍କୁ ମିଳିପାରି ନାହିଁ । ଅଜି ପର୍ଯ୍ୟନ୍ତ ସେ ନ୍ୟାୟ ପାଇ ନ ଥିବା ଅଭିଯୋଗ କରିଛନ୍ତି। ଡାକ୍ତର ଦାଶ ନୟାପଲୀର ଏକ ଘରୋଇ କୋଚିଂ ସେଣ୍ଟରକୁ ନିଜ ୯ମ ଶ୍ରେଣୀରେ ପଢୁଥିବା ପୁଅକୁ ନେଇ ଛାଡିଥିଲେ । ଆଡମିସନ୍ ସମୟରେ ବର୍ଷକର ଫି ମଧ୍ୟ ଦିଆଯାଥିଲା । ପୁଅର ସୁରକ୍ଷା ପାଇଁ ପ୍ରକୃତି ତାକୁ ଏକ ମୋବାଇଲ୍ ଫୋନ୍ ଦେଇଥିଲେ । କିନ୍ତୁ କୋଚିଂ ସେଣ୍ଟରରେ ମୋବାଇଲ୍ ଫୋନ୍ କାଢିବାରୁ ସେଣ୍ଟର ଅଧିକାରୀ ପିଲାଟିକୁ ଭିଷଣ ଗାଳି ଦେଇଥିଲେ । ଫଳରେ ସେ ମାନସିକ ସ୍ଥିତି ହରାଇ ବସିଛି। ଏହି ଅଭିଯୋଗ ନେଇ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିବା ପ୍ରକୃତିଙ୍କୁ ନ୍ୟାୟ ମିଳୁନାହିଁ। ମାତ୍ର ତିନି ତିନି ଥର ସମନ୍ ପରେ ବି କୋଚିଂ ସେଣ୍ଟର ମୁଖ୍ୟ ଅଧିକାରୀ ଆୟୋଗରେ ହାଜର ହୋଇ ନ ଥିଲେ । ପରେ ଜଣେ ତଳିଆ କର୍ମଚାରୀ ହାଜିର ହୋଇଥିଲେ । ଏଣେ ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି କୋଚିଂ ସେଣ୍ଟର କର୍ମଚାରୀ ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos