ମନ୍ତ୍ରିପରିଷଦ ବୈଠକରେ ସଂକଳ୍ପ ଗୃହୀତ: ବିପର୍ଯ୍ୟୟ ମୁକାବିଲାର ପାଠ ପଢ଼ିବେ ପିଲା, ସମସ୍ତଙ୍କୁ ମିଳିବ ତାଲିମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ହାଇସ୍କୁଲ ଓ କଲେଜ ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତିକୁ ଏକ ବିଷୟ ଭାବେ ଗ୍ରହଣ କରାଯିବ। ଏହା ସହିତ ସମସ୍ତଙ୍କୁ ମଧ୍ୟ ଏନେଇ ତାଲିମ ଦିଆଯିବ। ଘରେ ଘରେ ଯୋଦ୍ଧା ସୃଷ୍ଟି କରାଯିବ ଓ ଓଡ଼ିଶାକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ଏକ ଟ୍ୟାକ୍ସଫୋର୍ସ ମଧ୍ୟ ଗଠନ କରାଯିବ। ଆଜି ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଏନେଇ ଏକ ସଂକଳ୍ପ ଗୃହୀତ ହୋଇଛି। ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ […]

Naveen Pattnaik

Naveen Pattnaik

Ordigital Desk
  • Published: Saturday, 29 May 2021
  • Updated: 29 May 2021, 07:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ହାଇସ୍କୁଲ ଓ କଲେଜ ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତିକୁ ଏକ ବିଷୟ ଭାବେ ଗ୍ରହଣ କରାଯିବ। ଏହା ସହିତ ସମସ୍ତଙ୍କୁ ମଧ୍ୟ ଏନେଇ ତାଲିମ ଦିଆଯିବ। ଘରେ ଘରେ ଯୋଦ୍ଧା ସୃଷ୍ଟି କରାଯିବ ଓ ଓଡ଼ିଶାକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ଏକ ଟ୍ୟାକ୍ସଫୋର୍ସ ମଧ୍ୟ ଗଠନ କରାଯିବ। ଆଜି ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଏନେଇ ଏକ ସଂକଳ୍ପ ଗୃହୀତ ହୋଇଛି। ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଓ ‘ୟାସ’ ବାତ୍ୟା କ୍ଷୟକ୍ଷତି ମଧ୍ୟରେ ବିଜେଡି ସରକାର ଆଜି ନିଜର ପଂଚମ ପାଳିର ଦ୍ୱିତୀୟ ବର୍ଷ ଶାସନ ପୂରଣ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରିପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଛି।

ଏହି ମନ୍ତ୍ରିପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସରକାରର ବିଗତ ୨ବର୍ଷର ଚ୍ୟାଲେଞ୍ଜ ଓ ସଫଳତା ସହ ବିଜୁବାବୁଙ୍କ ସ୍ୱପ୍ନ ସାକାର ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ନିଜର ମନ୍ତ୍ରିପରିଷଦ ସହଯୋଗୀମାନଙ୍କୁ ସୂଚନା ଦେଇଥିଲେ । ବିପର୍ଯ୍ୟୟର ମୁକାବିଲା କିପରି କରିବାକୁ ହେବ ସେ ବିଷୟରେ ନିରନ୍ତର ଶିକ୍ଷା ଲାଭ କରିବାକୁ ହେବ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପଖୁଆଇ ଚଳିବା ସଙ୍ଗେସଙ୍ଗେ ବ୍ୟବସ୍ଥାରେ ମଧ୍ୟ ନିରନ୍ତର ଉନ୍ନତି ଆଣିବାକୁ ପଡ଼ିବ । ତେଣୁ ରାଜ୍ୟକୁ ଦକ୍ଷ ଓ ଦୃଢ଼ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୨ବର୍ଷ ତଳେ ତାଙ୍କ ସରକାର ‘ଫୋନି’ ବାତ୍ୟା ପରେ ଶପଥ ନେଇଥିଲା। ବିଗତ ଦୁଇବର୍ଷ ମଧ୍ୟରେ ବାତ୍ୟା ଓ କରୋନା ମହାମାରୀର ବିପର୍ଯ୍ୟୟକାରୀ ପ୍ରଭାବର ଓଡ଼ିଶା ସମ୍ମୁଖୀନ ହୋଇଛି । ସମଗ୍ର ବିଶ୍ୱରେ ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ଭାବେ ସ୍ୱୀକୃତ ଓଡ଼ିଶା ଏ କ୍ଷେତ୍ରରେ ତା’ର ମାନବୀୟ ଦୃଷ୍ଟିଭଙ୍ଗୀ ଓ ଦକ୍ଷତା ପାଇଁ ସୁନାମ ଅର୍ଜନ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମନ୍ତ୍ରିପରିଷଦ ବୈଠକରେ ଆଜି ଏ ସଂକ୍ରାନ୍ତରେ ଏକ ସଂକଳ୍ପ ପାରିତ ହୋଇଛି। ଯେଉଁଥିରେ ହାଇସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତିକୁ ଏକ ବିଷୟ ଭାବେ ଗ୍ରହଣ କରାଯାଇଛି। ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ୱାର୍ଡ଼ ମେମ୍ୱରରୁ ମୁଖ୍ୟମନ୍ତ୍ରୀ ଯାଏଁ, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟ, ବନ ସୁରକ୍ଷା ସମିତି ଓ ସମସ୍ତଙ୍କୁ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ ବୋଲି କୁହାଯାଇଛି।

ଏହି ପ୍ରସ୍ତାବ ପାରିତ ହେବାପରେ ମୁଖ୍ୟମନ୍ତ୍ରୀ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିବା ସହ ଭବିଷ୍ୟତରେ ପ୍ରକୃତିର ତାଣ୍ଡବ, ଜୈବିକ ହେଉ ବା ଜଳବାୟୁଜନିତ, ତା’ର ସମ୍ମୁଖୀନ ହେବାକୁ ଭବିଷ୍ୟତ ବଂଶଧରମାନଙ୍କୁ ଏହା ଦକ୍ଷ ଓ ସଶକ୍ତ କରିବ। ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ମଧ୍ୟ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିବ । ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଚେତନତା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ହେଉଛି ଆମର ଉପଲବ୍ଧି। ଯେତେବେଳେ ସରକାର ଗୋଟିଏ ପରେ ଗୋଟିଏ ସଙ୍କଟର ମୁକାବିଲା କରି ଚାଲିଚନ୍ତି, ସେତେବେଳେ କିନ୍ତୁ ଲୋକଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଆମେ ଭୁଲି ଯାଇ ନାହୁଁ । ପ୍ରତ୍ୟେକ ବିପଭାଗ ସେମାନଙ୍କ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଜୀବନରେ ଆଖିଦୃଶିଆ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେ ନେଇଛନ୍ତି ଓ ଏହି ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାମ କରି ଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos