ଧରାପଡିଗଲା ସରକାରଙ୍କ ମିଛ, ଏଣିକି ଡଙ୍ଗାରେ ଚଢିବାକୁ ନୂଆ ନିୟମ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସାମ୍ନାକୁ ଆସିଲା ମଝି ଚିଲିକାରେ ଡଙ୍ଗାବୁଡ଼ି ୬ ଜଣଙ୍କ ମୃତ୍ୟୁ ପଛର ସାଂଘାତିକ ସତ । ମରଣମୁହଁରୁ ବର୍ତ୍ତିଯାଇଥିବା ଯାତ୍ରୀଙ୍କ ବୟାନ  ରାଜ୍ୟ ସରକାରଙ୍କ ମିଛକୁ ପଦାରେ ପକାଇଛି । କାରଣ ଡଙ୍ଗାବୁଡି ଘଟଣାରେ ସରକାର ପାଗକୁ ଦୋଷ ଦେଇ ଖସିଯିବାକୁ ବସିଥିବା ବେଳେ ଏବେ ପ୍ରଶାସନିକ ଅଧିକାରୀଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ପଦାରେ ପଡିଛି ସରକାରୀ ଅବେହଳା। ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ନ ଥିଲା କୌଣସି ସୁରକ୍ଷା ବ୍ୟବସ୍ଥା । ଫଳରେ […]

chilika

chilika

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 10:40 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସାମ୍ନାକୁ ଆସିଲା ମଝି ଚିଲିକାରେ ଡଙ୍ଗାବୁଡ଼ି ୬ ଜଣଙ୍କ ମୃତ୍ୟୁ ପଛର ସାଂଘାତିକ ସତ । ମରଣମୁହଁରୁ ବର୍ତ୍ତିଯାଇଥିବା ଯାତ୍ରୀଙ୍କ ବୟାନ  ରାଜ୍ୟ ସରକାରଙ୍କ ମିଛକୁ ପଦାରେ ପକାଇଛି । କାରଣ ଡଙ୍ଗାବୁଡି ଘଟଣାରେ ସରକାର ପାଗକୁ ଦୋଷ ଦେଇ ଖସିଯିବାକୁ ବସିଥିବା ବେଳେ ଏବେ ପ୍ରଶାସନିକ ଅଧିକାରୀଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ପଦାରେ ପଡିଛି ସରକାରୀ ଅବେହଳା।

ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ନ ଥିଲା କୌଣସି ସୁରକ୍ଷା ବ୍ୟବସ୍ଥା । ଫଳରେ ଚିଲିକା ପାଣିରେ ଲିଭିଗଲା ଛଅ ଛଅଟି ଜୀବନଦୀପ। ହେଲେ ଦୁର୍ଘଟଣାର କାରଣକୁ ନେଇ ସଚିବ ଏବଂ ମନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ରହୁନି। ଗତକାଲି ପରିବହନ ସଚିବ କହିଥିଲେ ଡଙ୍ଗାରେ ୨୦ଟି ଲାଇଫ୍ ଜ୍ୟାକେଟ୍ ଥିଲା। ଏବଂ ଝଡ଼ତୋଫାନ ଯୋଗୁ ହିଁ ଏଭଳି ଦୁର୍ଘଟଣା ଘଟିଲା । ଆଜି କିନ୍ତୁ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପ୍ରକୃତ ସତ୍ୟର ଗୁମର ଖୋଲିଛି । ପରିବହନ ମନ୍ତ୍ରୀ ଆଜି କହିଛନ୍ତି କେବଳ ପବନ ନୁହେଁ, ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ କଣା ଥିଲା। ତେବେ ପ୍ରଶ୍ନ ସଚିବ ଏବଂ ମନ୍ତ୍ରୀଙ୍କ ଏଭଳି ଭିନ୍ନ ଭିନ୍ନ ତଥ୍ୟ କାହିଁକି ଦେଲେ? ପରିବହନ ସଚିବ କାହାକୁ ଘଣ୍ଟ ଘୋଡାଇବା ପାଇଁ ଡଙ୍ଗାରେ କଣାଥିବା ତଥ୍ୟ ଲୁଚାଇଥିଲେ କି ?

ସୂଚନାଯୋଗ୍ୟ, ଚିଲିକା ଡଙ୍ଗାବୁଡି ଘଟଣାରେ ପ୍ରାଣ ହରାଇଥିବା ୪ ବର୍ଷର ପୁଅ ସୁଧାଂଶୁଙ୍କ ବାପା ଶ୍ରୀନିବାସ ବଖାଣିଛନ୍ତି ଘଟଣାଦିନର କଥା।  କାଳିଜାଈ ଦର୍ଶନ କରି ଫେରିବାବେଳେ ୬ଜଣଙ୍କୁ କେମିତି ଗ୍ରାସିଲା ଅକାଳ ମୃତ୍ୟୁ ଆଉ କେମିତି ଚରମ ଅବହେଳା ଓ ଦାୟିତ୍ୱହୀନ କାର୍ଯ୍ୟ କରିଥିଲେ ଡଙ୍ଗା ଚାଳକ ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି ସେ।

ସେ ଯାଉଥିବା ଡଙ୍ଗାରେ ନ ଥିଲା କୌଣସି ଲାଇଫ୍ ଜ୍ୟାକେଟ୍ କିମ୍ବା ନ ଥିଲା ଲାଇଫ ଗାର୍ଡ। ଦୁର୍ଘଟଣା ସମୟରେ ଡଙ୍ଗା ଓଲଟିବାବେଳେ ଜୀବନ ବଞ୍ଚାଇବାକୁ ଚିତ୍କାର କରିବା ସହ ସୁରକ୍ଷା ମାଗିଥିଲେ ଯାତ୍ରୀ । କିନ୍ତୁ, ଡଙ୍ଗାରେ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ହାତଟେକିଦେଇଥିଲେ ଡଙ୍ଗା ଚାଳକ। ପରିଣାମ ସ୍ୱରୂପ କାଳିଜାଈ ଗଣ୍ଡର ଅକାତକାତ ପାଣିରେ ବୁଡ଼ି ମରିଲେ ୬ ପର୍ଯ୍ୟଟକ।

ଚେତିଲେ ସରକାର, ଏମିତି ନେଲେ ପଦକ୍ଷେପ

ଚିଲିକାରେ ଡଙ୍ଗାବୁଡ଼ି ଘଟଣାରେ ୬ଜଣଙ୍କ ମୃତ୍ୟୁ ପରେ ଚେତିଛି ପ୍ରଶାସନ । ଚିଲିକାରେ ନୌକା ପରିଚାଳନା ଓ ସୁରକ୍ଷା ନେଇ ସଚିବାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଲାଇଫ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ସମସ୍ତ ଡଙ୍ଗା ସରକାରଙ୍କ ପାଖରେ ପଞ୍ଜୀକୃତ କରିବା ସହ ଫିଟନେସ ସାର୍ଟିଫିକେଟ୍ ନେବା ବାଧ୍ୟ। ଚିଲିକାର ବିଭିନ୍ନ କୂଳରେ ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିବାକୁ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story