ଚିଲିକାରେ ଡଙ୍ଗା ବୁଡି ୪ଜଣଙ୍କ ମୃତ୍ୟୁ ଘଟଣା: ଡଙ୍ଗା ଚାଳକ ବିଦେଶୀ ମଲ୍ଲିକ ଅଟକ

ବ୍ରହ୍ମପୁର: ଚିଲିକା ଡଙ୍ଗା ବୁଡିରେ ୪ଜଣ ମୃତ୍ୟୁ ଘଟଣାରେ ଡଙ୍ଗା ଚାଳକ ବିଦେଶୀ ମଲ୍ଲିକଙ୍କୁ ବ୍ରହ୍ମପୁର ଏମକେସିଜି ଫାଣ୍ଡିରେ ପୋଲିସ୍‌ ଅଟକ ରଖିଛି। ବିଦେଶୀ ଏମକେସିଜି ଚିକିତ୍ସା ହେଉଥିଲେ। ତେବେ ସେ ଆଜି ଡିସଚାର୍ଜ ହେବା ପରେ ତାଙ୍କ ପୋଲିସ୍‌ ଅଟକ ରଖିଛି। ରମ୍ଭା ଥାନାର ଆଇଆଇସି ପ୍ରଶାନ୍ତ କୁମାର ଦାଶ କହିଛନ୍ତି,“ବିଦେଶୀଙ୍କୁ  ପଚରାଉଚରା କରି ପକୃତ ଘଟଣା ସମ୍ପର୍କରେ ଜାଣିଲା ପରେ କୋର୍ଟ ଚାଲାଣ କରିବୁ। ଡଙ୍ଗାରେ ବସିଥିବା ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ବିଦେଶୀ […]

boat

Rakesh Mallick
  • Published: Monday, 12 December 2016
  • , Updated: 12 December 2016, 03:48 PM IST

ବ୍ରହ୍ମପୁର: ଚିଲିକା ଡଙ୍ଗା ବୁଡିରେ ୪ଜଣ ମୃତ୍ୟୁ ଘଟଣାରେ ଡଙ୍ଗା ଚାଳକ ବିଦେଶୀ ମଲ୍ଲିକଙ୍କୁ ବ୍ରହ୍ମପୁର ଏମକେସିଜି ଫାଣ୍ଡିରେ ପୋଲିସ୍‌ ଅଟକ ରଖିଛି। ବିଦେଶୀ ଏମକେସିଜି ଚିକିତ୍ସା ହେଉଥିଲେ। ତେବେ ସେ ଆଜି ଡିସଚାର୍ଜ ହେବା ପରେ ତାଙ୍କ ପୋଲିସ୍‌ ଅଟକ ରଖିଛି।

ରମ୍ଭା ଥାନାର ଆଇଆଇସି ପ୍ରଶାନ୍ତ କୁମାର ଦାଶ କହିଛନ୍ତି,“ବିଦେଶୀଙ୍କୁ  ପଚରାଉଚରା କରି ପକୃତ ଘଟଣା ସମ୍ପର୍କରେ ଜାଣିଲା ପରେ କୋର୍ଟ ଚାଲାଣ କରିବୁ। ଡଙ୍ଗାରେ ବସିଥିବା ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।

ବିଦେଶୀ ମଲ୍ଲିକ କହିଛନ୍ତି,“ଡଙ୍ଗା ବୁଡିଲା ବେଳେ ମୋ ଚେଷ୍ଟାରେ ଯେତେ ଲୋକଙ୍କୁ ଉଦ୍ଧାର କରିବା କଥା ମୁଁ କରିଛି। ମୋର ଚେତା ଚାଲି ଗଲା ପରେ ମୁଁ ଆଉ କିଛି ଜାଣିପାରି ନଥିଲି।  ମୋ ଚେତା ଆସିବାରୁ ମୁଁ ଡାକ୍ତରଖାନାରେ ଥିଲି।  ଆମର ମାଛ ଧରା ଡଙ୍ଗା ହୋଇଥିଲେ ମଧ୍ୟ ମଝିରେ ମଝିରେ ଯାତ୍ରୀଙ୍କୁ ନେଇ ଯାଇଥାଉ।”

ଗତ ୧୦ ତାରିଖରେ ଶାବଳିଆରୁ ଗୋଟିଏ ପରିବାର ସଦସ୍ୟ, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ଧରି ଘଣ୍ଟଶିଳା ପିକ୍‌ନିକ୍‌ କରିବାକୁ ଯିବା ବେଳେ ଭାରସାମ୍ୟ ହରାଇ  ଡଙ୍ଗାଟି ବୁଡି ଯାଇଥିଲା। ଏଥିରେ ୨ଶିଶୁଙ୍କ ସହ ୪ ଜଣର ମୃତ୍ୟୁ ହୋଇଥିଲା। ଡଙ୍ଗାରେ ମୋଟ ୨୯ ଜଣ ଯାତ୍ରୀ ଓ ୨ ଜଣ ନାଉରିଆ ଥିଲେ। ଯାତ୍ରୀଙ୍କ ମଧ୍ୟରେ ୧୮ ଜଣ ପୁରୁଷ, ୮ ଜଣ ମହିଳା ଓ ୩ ଜଣ ଶିଶୁଥିଲେ।

ପ୍ରାଥମିକ ତଦନ୍ତରୁ ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟି ଏକ ମାଛଧରା ଡଙ୍ଗା ଥିବା ଜଣାପଡ଼ିଥିଲା।

Related story