ଚୀନା ପୁଞ୍ଜିନିବେଶ ପ୍ରକଳ୍ପ ସହ ୯୧୦୦ କୋଟିର ୬ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ନେଇ ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବାବେଳେ ଓଡ଼ିଶା ସରକାର ୯୧୦୦ କୋଟି ଟଙ୍କାର ୬ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଆଜି ଅନୁମୋଦନ ଦେଇଛନ୍ତି। ଏଥିରେ ଚୀନର କମ୍ପାନୀର ସ୍ପୋଟର୍ସ ଜୋତା ପ୍ରସ୍ତୁତ ନିମନ୍ତେ ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମଧ୍ୟ ମିଳିଛି। ଏହାସହିତ ଶିଳ୍ପ ଓ ଏମଏସଏମଇ କ୍ଷେତ୍ରକୁ ପୁଣିଥରେ ଚଳଚଂଚଳ କରିବା ନିମନ୍ତେ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ […]

naveen-patnaik-1-2

naveen-patnaik-1-2

Manoranjan Sial
  • Published: Monday, 20 April 2020
  • Updated: 20 April 2020, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ନେଇ ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବାବେଳେ ଓଡ଼ିଶା ସରକାର ୯୧୦୦ କୋଟି ଟଙ୍କାର ୬ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଆଜି ଅନୁମୋଦନ ଦେଇଛନ୍ତି। ଏଥିରେ ଚୀନର କମ୍ପାନୀର ସ୍ପୋଟର୍ସ ଜୋତା ପ୍ରସ୍ତୁତ ନିମନ୍ତେ ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମଧ୍ୟ ମିଳିଛି। ଏହାସହିତ ଶିଳ୍ପ ଓ ଏମଏସଏମଇ କ୍ଷେତ୍ରକୁ ପୁଣିଥରେ ଚଳଚଂଚଳ କରିବା ନିମନ୍ତେ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି(ଏଚଏଲସିଏ) ୮୮୫୦.୧୯ କୋଟି ଟଙ୍କାର ୨ଟି ପ୍ରକଳ୍ପକୁ ଅନୁମୋଦନ କରିଥିବାବେଳେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ୪ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି।

କରୋନା ସଂକ୍ରମଣ ବ୍ୟାପିବାକୁ ନେଇ ଚାରିଆଡ଼େ ଆଶଙ୍କା ଲାଗି ରହିଥିବାବେଳେ ଓଡ଼ିଶା ସରକାର ରାଜ୍ୟରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଗତିଶୀଳ କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ଶିଳ୍ପ ଓ ଏମଏସଏମଇ କ୍ଷେତ୍ରକୁ ପୁଣିଥରେ କ୍ରିୟାଶୀଳ କରିବା ନିମନ୍ତେ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ରାଜ୍ୟରେ ଶିଳ୍ପାୟନ ଓ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ସରକାରଙ୍କୁ ନିଜର ପରାମର୍ଶ ଦେବ। କମିଟିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ, ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଦସ୍ୟ ଅଛନ୍ତି। ସମ୍ପୃକ୍ତ ମନ୍ତ୍ରୀମାନେ ଏବେ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟିର ସଦସ୍ୟ ମଧ୍ୟ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୨ତମ ଏଚଏଲସିଏ ବୈଠକରେ ମେସର୍ସ ଧୁନସେରୀ ଭେଞ୍ଚର୍ସ ଲିଃ ଦ୍ୱାରା ପାରାଦୀପରେ ୧୦୧୩.୨୯ କୋଟି ଟଙ୍କାରେ ବାର୍ଷିକ ୬୦ହଜାର ମେଟ୍ରିକ ଟନ୍ ବିଶିଷ୍ଟ ମେଲିକ୍ ଆନହାଇଡ୍ରାଇଡ୍ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ରୁଙ୍ଗଟା ମାଇନ୍ସ ଲିଃର ୭୮୩୬.୯୦କୋଟି ଟଙ୍କାର ବାର୍ଷିକ ୦.୯ ନିୟୁତ ଟନ୍ ସମନ୍ୱିତ ଇସ୍ପାତ ପ୍ରକଳ୍ପ ଓ ୩୮୫ ମେଗାୱାଟର କ୍ୟାପଟିଭ୍ ପାୱାର ପ୍ଲାଂଟ ଓ ବାର୍ଷିକ ୧.୬୯ ନିୟୁତ ଟନର ସିମେଂଟ୍ ପ୍ଲାଂଟକୁ ମଞ୍ଜୁରୀ ମିଳିଛି। ଢେଙ୍କାନାଳର ଝାରବନ୍ଧଠାରେ ଏହି ପ୍ରକଳ୍ପ ହେବ ଓ ଏଥିରେ ପ୍ରାୟ ୪୯୦୦ ଲୋକଙ୍କୁ କର୍ମନିଯୁକ୍ତି ମିଳିବ।

ଏହି ଦୁଇ ପ୍ରକଳ୍ପ ବ୍ୟତୀତ ଅନ୍ୟ ୪ଟି ପ୍ରକଳ୍ପକୁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କମିଟିର କ୍ଲିଅରାନ୍ସ ମିଳିଛି। ଏଥିରେ ମେସର୍ସ ନିରେନ୍ କୁମାର ଆନନ୍ଦ ଦ୍ୱାରା ୧ ନିୟୁତ କ୍ଷମତା ବିଶିଷ୍ଟ ଜୋତା ତିଆରି କାରଖାନା ନିର୍ମାଣ ସାମିଲ ଅଛି। ଏହି ଜୋତା ପ୍ରସ୍ତୁତ କମ୍ପାନୀରେ ୬୨.୪୪କୋଟି ଟଙ୍କା ନିବେଶ ହେବ ଓ ୬୨୦ଜଣଙ୍କୁ କର୍ମନିଯୁକ୍ତି ମିଳିବ। ଏଭଳି ପ୍ରକଳ୍ପ ରାଜ୍ୟରେ ପ୍ରଥମ।
ସେହିପରି ମେସର୍ସ କାଶଭୀ ଇଣ୍ଟରନ୍ୟାସନାଲ ଦ୍ୱାରା ବାର୍ଷିକ ୧.୨ ନିୟୁତ ଟନ୍ ଲୁହାପଥର ବେନିଫିକେସନ୍ ପ୍ଲାଂଟ୍ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ କମ୍ପାନୀ ୫୫.୨୩ କୋଟି ଟଙ୍କା ନିବେଶ କରିବ ଓ ୫୦ଜଣଙ୍କୁ କର୍ମନିଯୁକ୍ତି ମିଳିବ।

ସେହିପରି ପୁରୁଷୋତ୍ତମ ଇଣ୍ଡିଆ ପ୍ରାଃ ଲିଃ ଦ୍ୱାରା ଟ୍ୟୁବସ, ପାଇପ୍ ଓ ଫର୍ଣ୍ଣିଚର ଫ୍ରାବିକେସନ୍ ନିର୍ମାଣ ପାଇଁ ୫୩.୪୨ କୋଟି ଟଙ୍କାର ନିବେଶ କରାଯିବ। ଏଥିରେ ୨୦୦ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହି ପ୍ରକଳ୍ପକୁ ମଧ୍ୟ ସିଙ୍ଗଲୱଣ୍ଡୋ କ୍ଲିଅରାନ୍ସ ମିଳିଛି। ସେହିପରି ଓଡ଼ିଶା କାରିୟର ଆଣ୍ଡ ଟ୍ରେଡ୍ ପକ୍ଷରୁ ୩ଟି ଲଜିଷ୍ଟିକ ପାର୍କ ସ୍ଥାପନ ପାଇଁ ୮୦କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି। ଏଥିରେ ୪୦୫ଜଣ କର୍ମନିଯୁକ୍ତିର ସୁଯୋଗ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story