ଚିନ୍ମୟୀଙ୍କୁ ସ୍ପେଶାଲ ପୋଲିସ୍‌ ଅଫିସର ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କମିଶନରେଟ୍‌ ପୋଲିସର ରେଜିଂ ଡେରେ ମହିଳାଙ୍କୁ ସଶକ୍ତିରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ସାହାସିକତାର ପରିଚୟ ଦେଇଥିବା ଚିନ୍ମୟୀ ଭୁୟାଁଙ୍କୁ ଗୃହ ବିଭାଗରେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଚିନ୍ମୟୀଙ୍କୁ ସ୍ପେଶାଲ ପୋଲିସ୍‌ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ସେ ପୋଲିସ୍‌ ବିଭାଗରେ କର୍ମରତ ମହିଳା କର୍ମଚାରୀଙ୍କୁ ଆତ୍ମରକ୍ଷାର ପ୍ରଶିକ୍ଷଣ ଦେବେ। ଏହାସହ ବିଭିନ୍ନ ଶିକ୍ଷାନୁଷ୍ଠାକୁ ଯାଇ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା କଳା କୌଶଳର ପ୍ରଶିକ୍ଷଣ ଦେବେ। କିଛିଦିନ ତଳେ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳ କଳିଙ୍ଗ […]

RAISING DAY

Rakesh Mallick
  • Published: Tuesday, 10 January 2017
  • , Updated: 10 January 2017, 08:36 PM IST

ଭୁବନେଶ୍ୱର: କମିଶନରେଟ୍‌ ପୋଲିସର ରେଜିଂ ଡେରେ ମହିଳାଙ୍କୁ ସଶକ୍ତିରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ସାହାସିକତାର ପରିଚୟ ଦେଇଥିବା ଚିନ୍ମୟୀ ଭୁୟାଁଙ୍କୁ ଗୃହ ବିଭାଗରେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଚିନ୍ମୟୀଙ୍କୁ ସ୍ପେଶାଲ ପୋଲିସ୍‌ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ସେ ପୋଲିସ୍‌ ବିଭାଗରେ କର୍ମରତ ମହିଳା କର୍ମଚାରୀଙ୍କୁ ଆତ୍ମରକ୍ଷାର ପ୍ରଶିକ୍ଷଣ ଦେବେ। ଏହାସହ ବିଭିନ୍ନ ଶିକ୍ଷାନୁଷ୍ଠାକୁ ଯାଇ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା କଳା କୌଶଳର ପ୍ରଶିକ୍ଷଣ ଦେବେ।

କିଛିଦିନ ତଳେ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳ କଳିଙ୍ଗ ଷ୍ଟାଡିୟମ ପାଖରେ ଚିନ୍ମୟୀଙ୍କୁ ଲୁଟିବାକୁ ଦୁଇ ଲୁଟେରା ଉଦ୍ୟମ କରିଥିଲେ। ମାର୍ଶଲ ଆର୍ଟରେ ଅଭିଜ୍ଞ ଚିନ୍ମୟୀ ଉଭୟଙ୍କୁ କଡ଼ା ଜବାବ ଦେବା ସହ ଦୁଇ ଲୁଟେରାଙ୍କୁ ପୋଲିସ୍‌ ହାତରେ ଧରାଇଥିଲେ। ଏହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଂଶସା ମିଳିଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଚିନ୍ମୟୀଙ୍କୁ ପୁରସ୍କୃତ କରାଯାଇଥିଲା।

Related story