କଂଗ୍ରେସରେ ପୁଣି ସକ୍ରିୟ ହେଲେ ଚିରଞ୍ଜିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରଠୁ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିବା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ପୁଣିଥରେ ଦଳୀୟ କାର୍ଯ୍ୟରେ ସକ୍ରିୟ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କ ବୟାନରୁ ଏଭଳି ଆଭାସ ମିଳିଛି। ଶ୍ରୀ ରାଉତରାୟ ଆଜି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ହେବା ନେଇ କୌଣସି କଥା ସେ ଗଣମାଧ୍ୟମକୁ କହିନାହାନ୍ତି ବୋଲି ଆଜି ସ୍ପଷ୍ଟ କରିଥିବାବେଳେ ଗୋଟିଏ ଖାଲି ପଡ଼ିଥିବା କାର୍ଯ୍ୟକାରୀ ସଭାପତି […]

sura000

sura000

Manoranjan Sial
  • Published: Monday, 13 July 2020
  • Updated: 13 July 2020, 08:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରଠୁ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିବା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ପୁଣିଥରେ ଦଳୀୟ କାର୍ଯ୍ୟରେ ସକ୍ରିୟ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କ ବୟାନରୁ ଏଭଳି ଆଭାସ ମିଳିଛି।

ଶ୍ରୀ ରାଉତରାୟ ଆଜି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ହେବା ନେଇ କୌଣସି କଥା ସେ ଗଣମାଧ୍ୟମକୁ କହିନାହାନ୍ତି ବୋଲି ଆଜି ସ୍ପଷ୍ଟ କରିଥିବାବେଳେ ଗୋଟିଏ ଖାଲି ପଡ଼ିଥିବା କାର୍ଯ୍ୟକାରୀ ସଭାପତି ପଦବୀରେ ଜଣେ ଯୁବନେତାଙ୍କୁ ଦାୟିତ୍ୱ ଦେବା ସପକ୍ଷରେ ମତ ଦେଇଛନ୍ତି। ରାଜ୍ୟରେ ଆଗକୁ ଦୁଇଟି ଉପନିର୍ବାଚନ ହେବାକୁ ଯାଉଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏଥିପାଇଁ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳଙ୍କ ନେତୃତ୍ୱରେ ଦୁଇଟି କମିଟି ଗଠନ ହୋଇଛି। ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଶ୍ରୀ ରାଉତରାୟଙ୍କୁ ପର୍ଯ୍ୟବେକ୍ଷକ ଓ ବାଲେଶ୍ୱର ସଦର ଆସନ ପାଇଁ ତାରାପ୍ରସାଦ ବାହିନୀପତିଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଏହି ଦୁଇଟି ଉପନିର୍ବାଚନ ଜିତିବା ପାଇଁ ଦଳ ଚେଷ୍ଟା ଜାରି ରଖିଛି ବୋଲି ଶ୍ରୀ ରାଉତରାୟ କହିଛନ୍ତି।
ଶ୍ରୀ ରାଉତରାୟଙ୍କର ଗଣମାଧ୍ୟମକୁ ଏହି ବୟାନ ପରେ ଦୀର୍ଘ ବର୍ଷକରୁ ଅଧିକ ଦିନ ଧରି ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିବା ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ବିଶ୍ୱାଳ ପୁଣିଥରେ ସକ୍ରିୟ ହେଉଥିବା ଜଣାପଡ଼ିଛି। ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଶ୍ରୀ ବିଶ୍ୱାଳଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଏବେଠୁ ଆଭାସ ମିଳିଛି।

ଅନ୍ୟପକ୍ଷରେ ଉପନିର୍ବାଚନ ପ୍ରସଙ୍ଗରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖି ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ବିଜେଡିରେ ଏପର୍ଯ୍ୟନ୍ତ ଉପନିର୍ବାଚନ ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନି। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ନିଷ୍ପତ୍ତି ନେବେ। ଜିଲ୍ଲା ନେତାମାନଙ୍କ ସହ ଆଲୋଚନା କରି ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଯେଉଁ ଆଧାରରେ ପୂର୍ବରୁ ବିଜେଡି ନିଜର ପ୍ରାର୍ଥୀ ଚୟନ କରେ ସେହି ମାପଦଣ୍ଡ ଆଧାରରେ ଦଳ ପ୍ରାର୍ଥୀ ଦେବ।

ସେହିପରି ବିଜେପି ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି ଯେ, ଉପନିର୍ବାଚନ ପାଇଁ ବିଜେପିରେ ଆଲୋଚନା ଜାରି ରହିଛି। ଦଳ ଏଥିପାଇଁ ନିଜକୁ ପ୍ରସ୍ତୁତ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story