ଅଜ୍ଞାତବାସରେ ଚିରଞ୍ଜୀବ, ଛାଡ଼ିବେ କଂଗ୍ରେସ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଏବେ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଛନ୍ତି। ବିଶେଷକରି ଓଡ଼ିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟିକୁ ଏଆଇସିସି ଭାଙ୍ଗି ଦେବାପରଠୁ ଶ୍ରୀ ବିଶ୍ୱାଳ ଦଳର କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି। ଯଦିଓ ସେ ଏବେ ବି ପିସିସି କାର୍ଯ୍ୟକାରୀ ସଭାପତି ଅଛନ୍ତି ତଥାପି ତାଙ୍କର ଏଭଳି ଅଜ୍ଞାତବାସକୁ ନେଇ କଂଗ୍ରେସ ମହଲରେ ନାନାଦି ଚର୍ଚ୍ଚା ଲାଗି ରହିଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ କଂଗ୍ରେସରେ ପ୍ରଭାବଶାଳୀ […]

chiranjib

chiranjib

Manoranjan Sial
  • Published: Thursday, 03 October 2019
  • Updated: 03 October 2019, 06:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଏବେ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଛନ୍ତି। ବିଶେଷକରି ଓଡ଼ିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟିକୁ ଏଆଇସିସି ଭାଙ୍ଗି ଦେବାପରଠୁ ଶ୍ରୀ ବିଶ୍ୱାଳ ଦଳର କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି। ଯଦିଓ ସେ ଏବେ ବି ପିସିସି କାର୍ଯ୍ୟକାରୀ ସଭାପତି ଅଛନ୍ତି ତଥାପି ତାଙ୍କର ଏଭଳି ଅଜ୍ଞାତବାସକୁ ନେଇ କଂଗ୍ରେସ ମହଲରେ ନାନାଦି ଚର୍ଚ୍ଚା ଲାଗି ରହିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ କଂଗ୍ରେସରେ ପ୍ରଭାବଶାଳୀ ‘ବିଶ୍ୱାଳ ପରିବାର’ ଏବେ ସାଂଗଠନିକ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି। ସଂଗଠନକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ନେତୃତ୍ୱରେ ସେପ୍ଟେମ୍ବର ୧୯ରେ ଅନୁଷ୍ଠିତ ବୈଠକରେ ମଧ୍ୟ ଚିରଞ୍ଜୀବଙ୍କୁ ଦେଖିବାକୁ ମିଳିନଥିଲା। କେବଳ ସେତିକି ନୁହେଁ ଗତ ଦୁଇଦିନ ଧରି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇନଥିଲେ। ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଓ ପ୍ରଚାର କାର୍ଯ୍ୟରେ ସାମିଲ ହେବା ପାଇଁ ଚିରଞ୍ଜୀବଙ୍କୁ ଖୋଜା ଯାଇଥିଲେ ମଧ୍ୟ ସେ ଅନୁପସ୍ଥିତ ରହିଥିଲେ। କଂଗ୍ରେସ ସୂତ୍ର ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗତ କିଛଦିନ ଧରି ଚିରଞ୍ଜୀବଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଛନ୍ତି। ଚିରଞ୍ଜୀବ ଏବେ କେଉଁଠି ଅଛନ୍ତି ତାହା ତାଙ୍କ ଦଳର ନେତାମାନେ ମଧ୍ୟ ଜାଣନ୍ତି ନାହିଁ।

ଅନ୍ୟପକ୍ଷରେ, ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ଚିରଞ୍ଜୀବ ଖୁବଶୀଘ୍ର କଂଗ୍ରେସକୁ ସବୁଦିନ ପାଇଁ ବାଏବାଏ କରିପାରନ୍ତି। ଶାସକ ବିଜେଡିର ଜଣେ ପ୍ରଭାବଶାଳୀ ଯୁବନେତାଙ୍କ ମାଧ୍ୟମରେ ଚିରଞ୍ଜୀବ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା। ତେବେ ଏ ସମ୍ପର୍କରେ ଚିରଞ୍ଜୀବଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନି। ଚିରଞ୍ଜୀବ ଏବେ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିବାରୁ ତାଙ୍କର ଘନିଷ୍ଠ ସହଯୋଗୀମାନେ ମଧ୍ୟ ଅନୁରୂପ ଆଭିମୁଖ୍ୟ ପୋଷଣ କରିଛନ୍ତି।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ବିପର୍ଯ୍ୟୟ ପରେ ଦଳୀୟ ନେତୃତ୍ୱଙ୍କ ପାରିବା ପଣିଆ ଓ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିଲା। ଏପରିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଇସ୍ତଫା ପତ୍ର ଏଆଇସିସିକୁ ପଠାଇ ସାଂଗଠନିକ କାର୍ଯ୍ୟକ୍ରମରୁ ସାମୟିକ ଭାବେ ଦୂରେଇ ରହିଥିଲେ। ମାତ୍ର କଂଗ୍ରେସ ହାଇକମାଣ୍ଡ ଓଡ଼ିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦେବା ସହ ନିରଞ୍ଜନଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ନିରଞ୍ଜନଙ୍କୁ ପିସିସି ସଭାପତି ଏବଂ ଚିରଞ୍ଜୀବ ଓ ପ୍ରଦୀପ ମାଝୀଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos