ଭୁବନେଶ୍ୱର: ଚିଟଫଣ୍ଡ ଠକେଇରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିବାପାଇଁ ସାତରୁ ଦଶଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ଚିଟଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ୍ ମଦନ ମୋହନ ଦାସ କହିଛନ୍ତି। ଏବେ ଡିଜିଟାଇଲାଜେସନ୍ ପ୍ରକ୍ରିୟା ଚାଲିଛି ଓ ତଥ୍ୟ ପ୍ରସ୍ତୁତ ହେବାପରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଅଧିକାଂଶ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯିବା ପରେ ସରକାରଙ୍କୁ ଏକ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ ବୋଲି ଜଷ୍ଟିସ୍ ଦାସ କହିଛନ୍ତି। ଏହି ରିପୋର୍ଟ ଆଧାରରେ ସରକାର କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ଦେଇପାରିବେ ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠ ମଧ୍ୟରୁ ୭ଲକ୍ଷ ୭୧ହଜାର ୮୭୦ଟି ଯାଞ୍ଚ କରାଯାଇଛି। ପାଖାପାଖି ୧୦ହଜାର ଲଫ।ପା ଖୋଲାଯିବାକୁ ବାକି ରହିଛି। ମୋଟ ୩ ଲକ୍ଷ ୮୪ ହଜାର ସତ୍ୟପାଠର ସ୍କାନିଂ ଶେଷହୋଇ ଡ଼ାଟାଏଣ୍ଟ୍ରି କରାଯାଉଛି। ପ୍ରାୟ ୧୮୦ରୁ ଅଧିକ କମ୍ପାନୀ ବିରୋଧରେ ଜମାକାରୀମାନେ ଅଭିଯୋଗ କରିଛନ୍ତି ବୋଲି ଜଷ୍ଟିସ୍ ଦାସ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।