ଚିଟଫଣ୍ଡ ଠକେଇର ସିବିଆଇ ତଦନ୍ତ: ୧୭ ମାମଲାର ତଦନ୍ତ ଶେଷ, ୧୨ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରାୟ ୨୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଠକେଇର ତଦନ୍ତ କରୁଥିବା ସିବିଆଇ ପୁଣିଥରେ ସକ୍ରିୟ ହେବାକୁ ସଜବାଜ ହେଉଥିବା ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ତଦନ୍ତ କରୁଥିବା ସିବିଆଇ ମୋଟ ୨୯ଟି ଚିଟଫଣ୍ଡ କମ୍ପାନୀର ଠକେଇ ମାମଲା ହାତକୁ ନେଇଥିବାବେଳେ ସେଥିରୁ ଏବେ ୧୭ଟିର ତଦନ୍ତ ଶେଷ କରି ସାରିଛି । ଆଉ ୧୨ଟି କମ୍ପାନୀର ଠକେଇର ତଦନ୍ତ କରି ଏକାଧିକ ଚାର୍ଜସିଟ୍ ଦାଖଲ କରିଥିଲେ ମଧ୍ୟ ଏହାର ଅଧିକ ତଦନ୍ତ […]

chitfund

chitfund

Niranjan Mishra
  • Published: Tuesday, 02 August 2022
  • Updated: 02 August 2022, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରାୟ ୨୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଠକେଇର ତଦନ୍ତ କରୁଥିବା ସିବିଆଇ ପୁଣିଥରେ ସକ୍ରିୟ ହେବାକୁ ସଜବାଜ ହେଉଥିବା ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ତଦନ୍ତ କରୁଥିବା ସିବିଆଇ ମୋଟ ୨୯ଟି ଚିଟଫଣ୍ଡ କମ୍ପାନୀର ଠକେଇ ମାମଲା ହାତକୁ ନେଇଥିବାବେଳେ ସେଥିରୁ ଏବେ ୧୭ଟିର ତଦନ୍ତ ଶେଷ କରି ସାରିଛି । ଆଉ ୧୨ଟି କମ୍ପାନୀର ଠକେଇର ତଦନ୍ତ କରି ଏକାଧିକ ଚାର୍ଜସିଟ୍ ଦାଖଲ କରିଥିଲେ ମଧ୍ୟ ଏହାର ଅଧିକ ତଦନ୍ତ ଚାଲିଥିବା କହିଛି । ଏହି ୧୨ଟି କମ୍ପାନୀ ମଧ୍ୟରେ ଅର୍ଥତତ୍ତ୍ୱ(ଏଟି),ସିସୋର, ଆସ୍ଥା, ସମୃଦ୍ଧ ଜୀବନ, ଶସ୍ତ୍ର, ସ୍ୱସ୍ତିକ ଇଣ୍ଡିଆ ଭଳି ଚିଟଫଣ୍ଡ କମ୍ପାନୀର ତଦନ୍ତ ସିବିଆଇ ଏବେବି ଜାରି ରଖିଛି । ବିଶେଷକରି ଏସବୁ କମ୍ପାନୀଗୁଡ଼ିକ ମିଥ୍ୟା ପ୍ରଲୋଭନ ଦେଇ ସାଧାରଣ ଲୋକଙ୍କଠୁ କୋଟିକୋଟି ଟଙ୍କା ଠକିଥିବାବେଳେ ଏଥିରେ ରାଜନେତାମାନଙ୍କ ସମ୍ପୃକ୍ତି ଅଭିଯୋଗ ଯୋଗୁ ତଦନ୍ତ ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପକାଇବା ସିବିଆଇ ପକ୍ଷେ ସମ୍ଭବପର ହୋଇପାରିନି । ତେବେ ଖୁବଶୀଘ୍ର ସିବିଆଇ ପୁଣିଥରେ ରାଜ୍ୟରେ ଅଧିକ ସକ୍ରିୟ ହୋଇ ଏସବୁ ମାମଲାର ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରିବ ବୋଲି ଜଣାପଡ଼ିଛି ।

ଭୁବନେଶ୍ୱରସ୍ଥିତ ସିବିଆଇ ଅର୍ଥନୀତିକ ଶାଖା ଏସପି ଦେଇଥିବା ସୂଚନାରୁ ଜଣାପଡ଼ିଛି ଯେ, ୨୦୧୩ ମେ’ ୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କୋଲକାତାସ୍ଥିତ ସବିଆଇ କାର୍ଯ୍ୟାଳୟ ଦ୍ୱାରା ଚିଟଫଣ୍ଡ ଠକେଇ ମାମଲା ପଞ୍ଜିକୃତ ହୋଇଥିଲା । ମୋଟ ମାମଲାରୁ ୨୯ଟି ଚିଟଫଣ୍ଡ କେସକୁ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା । ସେହି ୨୯ଟି ଚିଟଫଣ୍ଡ ମାମଲାରୁ ୧୨ଟିର ତଦନ୍ତ ଏବେବି ଚାଲିଛି ଓ ବାକି ୧୭ଟି ମାମଲାର ତଦନ୍ତ ଶେଷ ହୋଇସାରିଛି । ଏହି ୧୭ଟିରୁ ଇସୋର ଡେଭଲପର୍ସ ଲିଃ କମ୍ପାନୀର ତଦନ୍ତ ଓ ବିଚାର ଶେଷ ହୋଇସାରିଛି ।

ଭୁବନେଶ୍ୱରସ୍ଥିତ ସିବିଆଇ ଅର୍ଥନୀତିକ ଶାଖା ଏସପି ଦେଇଥିବା ସୂଚନାରୁ ଜଣାପଡ଼ିଛି ଯେ, ଇସୋର ଡେଭଲପର୍ସ ଲିଃ କମ୍ପାନୀ ନାଁରେ ୨୦୧୪ରେ ସିବିଆଇ ମାମଲା ରୁଜୁ କରିଥିଲା । ତା’ର ପ୍ରଥମ ତଥା ଚୂଡ଼ାନ୍ତ ଚାର୍ଜସିଟ୍ ୨୦୧୫ ସେପ୍ଟେମ୍ବର ୩୦ତାରିଖରେ ଭୁବନେଶ୍ୱରସ୍ଥିତ ସିବିଆଇର ସ୍ପତନ୍ତ୍ର ସ୍ପେଶାଲ ସିଜେଏମ କୋର୍ଟରେ ଦାଖଲ ହୋଇଥିଲା । ଏହି ମାମଲାର ଉଭୟ ତଦନ୍ତ ଓ ବିଚାର ମଧ୍ୟ ଶେଷ ହୋଇସାରିଛି ।

ସେହିପରି ଯେଉଁ ୧୬ଟି ମାମଲାର ତଦନ୍ତ ସିବିଆଇ ଶେଷ କରି ସାରିଛି ସେଗୁଡ଼ିକ ହେଲା-ଗ୍ରୀନ ଇଣ୍ଡିଆ ଇନଫ୍ରା ପ୍ରୋଜେକ୍ଟ ଲିଃ, ଆଦର୍ଶ ଗ୍ରୁପ୍ , ସାଫେକ୍ସ ଇନଫ୍ରା, ଏବିସି ଇଣ୍ଡ୍ୟା ନେଟୱାର୍କ, ମାଗ୍ନମ୍ ଗ୍ରୁଫ , ଗ୍ରୀନ-ରେ ଇଂଟରନ୍ୟାସନାଲ, ଜନମଙ୍ଗଳ ଆଗ୍ରୋ କେୟାର, ରିଏଲ ଆଲିଆନ୍ସ ଇଷ୍ଟେଟ୍ , ରିଲେ ଫାଉଣ୍ଡେସନ୍‌, ସାଇ ପ୍ରକାଶ ଫାଇନାନ୍ସିଆଲ, ଜୋଡ଼ିଆକ୍ ଫାଉଣ୍ଡେସନ, ନିର୍ମଳ ଇନଫ୍ରା ହୋମ, ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ , ମିଡାସ୍ ଟଚ୍ ଗ୍ରୁପ,ରାଇଟ୍ ମ୍ୟାକ୍ସ ଟେକ୍ନୋଟ୍ରେଡ୍ ଓ ନବଦିଗନ୍ତ କ୍ୟାପିଟାଲ ସର୍ଭିସ୍ ମାମଲାର ତଦନ୍ତ ଶେଷ ହୋଇସାରିଛି ଓ କୋର୍ଟରେ ବିଚାର ଚାଲିଛି ।
ଅନ୍ୟପକ୍ଷରେ ଯେଉଁ ୧୨ଟି ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ସିବିଆଇ ଏସପି କହିଛନ୍ତି ସେଗୁଡ଼ିକ ହେଲା- ସିସୋର ଗ୍ରୁପ୍ , ଅର୍ଥତତ୍ତ୍ୱ(ଏଟି), ମାଇକ୍ରୋ ଫାଇନାନ୍ସ ଲିଃ, ସାଇପ୍ରସାଦ ଗ୍ରୁପ୍ , ସମୃଦ୍ଧ ଜୀବନ ଫୁଡସ୍ ଇଣ୍ଡିଆ, ସାଇ ପ୍ରକାଶ ପ୍ରର୍ପଟିଜ୍ ଡେଭଲପମେଂଟ, ଅକ୍ଷୟ ଗୋଲଡ ଫାର୍ମ ଆଣ୍ଡ ଭିଲ୍ଲା, ସ୍ୱସ୍ତିକ ଇଣ୍ଡିଆ ମଲଟିଷ୍ଟେଟ୍ କୋପରେଟିଭ, ସମୃଦ୍ଧ ଜୀବନ ମଲଟିଷ୍ଟେଟ୍ ଓ ଆସ୍ଥା ଗ୍ରୁପ୍ ବିରୁଦ୍ଧରେ ସିବିଆଇ ଏକାଧିକ ଚାର୍ଜସିଟ୍ ଦାଖଲ କରିଥିଲେ ମଧ୍ୟ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛି । ମାଇକ୍ରୋଫାଇନାନ୍ସ ବିରୁଦ୍ଧରେ ଗୋଟିଏ ଚାର୍ଜସିଟ୍ , ସିସୋର୍ ଗ୍ରୁପ୍ ଓ ସମୃଦ୍ଧ ଜୀବନ ଫୁଡ୍ ଇଣ୍ଡିଆ ବିରୋଧରେ ତିନୋଟି ଲେଖାଏଁ ଏବଂ ଅର୍ଥତତ୍ତ୍ୱ ବିରୋଧରେ ୪ଟି ଚାର୍ଜସିଟ୍ ଦାଖଲ କରି ସିବିଆଇ ଅଧିକ ଖୋଳତାଡ଼ ଚଳାଇଛି ।

ମାନବିକ ଅଧିକାର କର୍ମୀ ଅଖଣ୍ଡ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,“ବେଆଇନ ଭାବେ ଲୋକଙ୍କଠୁ କୋଟିକୋଟି ଟଙ୍କା ଠକି ନେଇଥିବା ଚିଟଫଣ୍ଡ କମ୍ପାନୀଗୁଡ଼ିକ ବିରୁଦ୍ଧରେ ସିବିଆଇର ତଦନ୍ତ ୮ ବର୍ଷ ପରେ କେଉଁ ପର୍ଯାୟରେ ପହଂଚିଛି, ଏସବୁ ମାମଲାରେ କେତେ ଜଣଙ୍କୁ ଅଭିଯୁକ୍ତ ଓ ଗିରଫ କରାଯାଇଛି ସେ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲି । ଭୁବନେଶ୍ୱର ସିବିଆଇ ଅଫିସ୍ ପ୍ରଥମେ ଏହି ତଥ୍ୟ ଦେଇନଥିଲେ ଏବଂ ପ୍ରଥମ ଆପିଲେଟ୍ ଅଥରିଟିଙ୍କ ନିର୍ଦ୍ଦେଶ ପରେ ଏ ସମ୍ପର୍କରେ ଆଶିଂକ ତଥ୍ୟ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କୋଲକାତା ସିବିଆଇ ଅଫିସ ମୋଟ ୧୧୮ଟି ଚିଟଫଣ୍ଡ ମାମଲା ପଞ୍ଜିକୃତ କରିଥିଲା ଓ ସେଥିରୁ ୨୯ଟି ମାମଲାକୁ ତଦନ୍ତ ପାଇଁ ଭୁବନେଶ୍ୱର ସିବିଆଇ ଅଫିସକୁ ସ୍ଥାନାନ୍ତର ହୋଇଥିଲା । ଦୀର୍ଘ ୮ ବର୍ଷ ଧରି ତଦନ୍ତ ଶେଷ ହେଉନଥିବା ନେଇ ଶ୍ରୀ ଅଖଣ୍ଡ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା ଦ୍ୱାରା ଅନେକ ସାକ୍ଷୀ ପ୍ରମାଣ ନଷ୍ଟ ଓ ଦୋଷୀମାନେ ବିଚାରବେଳେ ଖସିବା ସହଜ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟ ଅର୍ଥନୀତିକ ଅପରାଧ ଶାଖା ଦ୍ୱାରା ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ୧୮୯ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି ।

ସେମାନଙ୍କ ମଧ୍ୟରୁ ଏବେ ୨୪ଜଣ ଅଭିଯୁକ୍ତ ବିଚାରବିଭାଗୀୟ ହେପାଜତରେ ଅଛନ୍ତି । ରାଜ୍ୟ ଅର୍ଥନୀତିକ ଅପରାଧ ଶାଖା, ଜିଲ୍ଲା ପୁଲିସ ଅଧିକାରୀ ଓ ଅନ୍ୟାନ୍ୟ ତଦନ୍ତକାରୀ ଏଜେନ୍ସୀ ଦ୍ୱାରା ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ପ୍ରକ୍ରିୟା ଚାଲୁଅଛି । ୬୪ଟି ଚିଟଫଣ୍ଡ କମ୍ପାନୀର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ ନିମନ୍ତେ ୮୨ଟି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇଥିବାବେଳେ ସେଥିରୁ ମାତ୍ର ୨୮ଟି ମାମଲାରେ ସରକାର ଅନ୍ତରୀଣ କୋରଖ ଆଦେଶକୁ କୋର୍ଟ କାଏମ ରଖିଛନ୍ତି । ପ୍ରାୟ ଦୁଇ ହଜାର କୋଟି ଟଙ୍କାରୁ ଅଧିକ ସମ୍ପତ୍ତିକୁ ଏପର୍ଯ୍ୟନ୍ତ ଠାବ କରିବାରେ ତଦନ୍ତକାରୀ ଏଜେନ୍ସୀ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story