ପୁଣି ଚିଟ୍‌ଫଣ୍ଡ ଠକେଇ ଅଭିଯୋଗ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୁଣି ଏକ ଚିଟ୍‌ଫଣ୍ଡ ଠକେଇ ଘଟଣା ପଦାକୁ ଆସିଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆପଲି ଗାଁର ଅନେକ ଲୋକଙ୍କଠାରୁ  କୋଲକାତା ୱେୟାର ଇଣ୍ଡଷ୍ଟ୍ରି ନାମକ ଏକ ଚିଟ୍‌ଫଣ୍ଡ ସଂସ୍ଥା ଲକ୍ଷାଧିକ ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହୋଇଛି।

ଗତକାଲି ଗାଁର ପ୍ରାୟ ୧୫୦ରୁ ଅଧିକ ଲୋକେ କବିସୂର୍ଯ୍ୟନଗର ଥାନାରେ ପହଞ୍ଚି ଏନେଇ ଅଭିଯୋଗ କରିଛନ୍ତି। ଲୋଭନୀୟ ପ୍ରତିଶ୍ରୁତି ଦେଇ କମ୍ପାନୀ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜମାକାରୀମାନେ କହିଛନ୍ତି।