ତହସିଲ ଆଗରେ ଗର୍ଜିଲେ ଚିଟ୍‌ଫଣ୍ଡ ଜମାକାରୀ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲାରୁ ପ୍ରାୟ ୫ ଲକ୍ଷ ଜମାକାରୀଙ୍କଠାରୁ ଚିଟ୍‌ଫଣ୍ଡ୍‌ କମ୍ପାନୀମାନେ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇନାହିଁ କି କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ। ଯାହାଫଳରେ ଟଙ୍କା ହରାଇଥିବା ଗରିବ ଖଟିଖିଆମାନେ ନାନା ଅସୁବିଧାରେ ପଡ଼ୁଛନ୍ତି। ଏହାର ପ୍ରତିବାଦରେ କ୍ଷତିଗ୍ରସ୍ତମାନେ ଜୁନାଗଡ଼ ତହସିଲ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ଜମାକରୀ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ସଭ୍ୟାମାନେ ଜୁନାଗଡ଼ରେ ଏକତ୍ର ହୋଇଥିଲେ। ପରେ ଏକ […]

chitfund-scham-in-kalahandi-district

Manoranjan Sial
  • Published: Tuesday, 28 January 2020
  • , Updated: 28 January 2020, 04:49 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲାରୁ ପ୍ରାୟ ୫ ଲକ୍ଷ ଜମାକାରୀଙ୍କଠାରୁ ଚିଟ୍‌ଫଣ୍ଡ୍‌ କମ୍ପାନୀମାନେ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇନାହିଁ କି କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ। ଯାହାଫଳରେ ଟଙ୍କା ହରାଇଥିବା ଗରିବ ଖଟିଖିଆମାନେ ନାନା ଅସୁବିଧାରେ ପଡ଼ୁଛନ୍ତି। ଏହାର ପ୍ରତିବାଦରେ କ୍ଷତିଗ୍ରସ୍ତମାନେ ଜୁନାଗଡ଼ ତହସିଲ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଆଜି ଜମାକରୀ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ସଭ୍ୟାମାନେ ଜୁନାଗଡ଼ରେ ଏକତ୍ର ହୋଇଥିଲେ। ପରେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବା ଦାବିରେ ତହସିଲ ଅଫିସ ଆଗରେ ଧାରଣାରେ ବସିଥିଲେ। ପରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଆନ୍ଦୋଳନରେ ଜମାକରୀ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ରାଜ୍ୟ ସଭାପତି ଜୟନ୍ତ ଦାସ, ସାଧାରଣ ସମ୍ପାଦକ ମଧୂସୁଦନ ଦାସ, କେନ୍ଦ୍ରୀୟ କର୍ମକର୍ତ୍ତା ମଣ୍ଡଳୀର ଅନୁରାଧା ବିଶ୍ୱାଳ, ଶ୍ରମିକ ନେତା ଦାମୋଦର ଦାସ ପ୍ରମୁଖ ଯୋଗଦେଇଥିଲେ।

Related story