ଚିଟଫଣ୍ଡ୍ ଠକେଇ: ଇଷ୍ଟକୋଷ୍ଟ ମ୍ୟୁଚୁଆଲ୍ ଟ୍ରଷ୍ଟର ଏମଡି ପ୍ରଭାତ ନନ୍ଦ ଓ ରାବେୟା ବେଗମଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ଖୋର୍ଦ୍ଧା: ଇଷ୍ଟକୋଷ୍ଟ ମ୍ୟୁଚୁଆଲ୍ ଟ୍ରଷ୍ଟ ଚିଟଫଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସଂସ୍ଥାର ଏମଡି ପ୍ରଭାତ ନନ୍ଦ ଓ ରାବେୟା ବେଗମଙ୍କୁ ୫ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଜେଲ୍ ଦଣ୍ଡ ସହ ୫୦ ହଜାର ଲେଖାଏଁ ଜରିମାନା କରିଛନ୍ତି ସିଜେଏମ୍ କୋର୍ଟ। ଏହି କଂପାନୀ ଦୁଇ ବର୍ଷ ଧରି ଖୋର୍ଦ୍ଧାରେ ଚିଟଫଣ୍ଡ୍ କାରବାର ଚଳାଇଥିଲା। ଏହି ସମୟ ମଧ୍ୟରେ କଂପାନୀ ଲୋକଙ୍କଠାରୁ ୧୦ କୋଟି ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି। ତେବେ ଅହମଦ ଖାନ […]

khordh

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 08:49 AM IST

ଖୋର୍ଦ୍ଧା: ଇଷ୍ଟକୋଷ୍ଟ ମ୍ୟୁଚୁଆଲ୍ ଟ୍ରଷ୍ଟ ଚିଟଫଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସଂସ୍ଥାର ଏମଡି ପ୍ରଭାତ ନନ୍ଦ ଓ ରାବେୟା ବେଗମଙ୍କୁ ୫ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଜେଲ୍ ଦଣ୍ଡ ସହ ୫୦ ହଜାର ଲେଖାଏଁ ଜରିମାନା କରିଛନ୍ତି ସିଜେଏମ୍ କୋର୍ଟ।

ଏହି କଂପାନୀ ଦୁଇ ବର୍ଷ ଧରି ଖୋର୍ଦ୍ଧାରେ ଚିଟଫଣ୍ଡ୍ କାରବାର ଚଳାଇଥିଲା। ଏହି ସମୟ ମଧ୍ୟରେ କଂପାନୀ ଲୋକଙ୍କଠାରୁ ୧୦ କୋଟି ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି। ତେବେ ଅହମଦ ଖାନ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ ପୋଲିସ୍ ଏହି ଚିଟଫଣ୍ଡ୍ କଂପାନୀ ନାଁରେ ମାମଲା ରୁଜୁ କରିଥିଲା। କଂପାନୀ ତାଙ୍କଠାରୁ  ୧ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ସେ ଅଭିଯୋଗ କରିଥିଲେ। ଏମଡି ପ୍ରଭାତ ନନ୍ଦ ଓ ରାବେୟା ବେଗମଙ୍କ ସମେତ ମୋଟ ୪ ଜଣଙ୍କ ନାମରେ ଅହମଦ ଏଫଆଇଆର ଦେଇଥିଲେ। ତେବେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ସେମାନଙ୍କୁ ମଧ୍ୟ ଗିରଫ କରି ସଜ୍ଜା ଦେବାକୁ ଅହମଦ ଓ ଠକେଇର ଶିକାର ହୋଇଥିବା ଅନ୍ୟ ବ୍ୟକ୍ତିମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଅଦାଲତଙ୍କ ରାୟ ବିରୁଦ୍ଧରେ ପ୍ରଭାତ ଓ ରାବେୟା ଉପରକୋର୍ଟକୁ ଯିବେ ବୋଲି ଜଣାପଡ଼ିଛି।

Related story