୩୫୦ କ୍ଷୁଦ୍ର ଜମାକାରୀଙ୍କୁ ମିଳିଲା ଟଙ୍କା

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱରର ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର। ୪ ବର୍ଷର ଅପେକ୍ଷା ପରେ ଆଜି ପ୍ରଥମଥର ପାଇଁ ସେମାନଙ୍କୁ ଟଙ୍କା ମିଳିଛି। ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୧୦ ହଜାର ଟଙ୍କାରୁ କମ ଜମାକାରୀଙ୍କୁ ସିଧାସଳଖ କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟରେ ଜମା କରାଯାଇଛି। ପ୍ରଥମ ଦିନରେ ଜିଲ୍ଲାର ୬ଟି ବ୍ଲକ ଭୋଗରାଇ, ଜଳେଶ୍ୱର, ବସ୍ତା-ରେମୁଣା, ସୋର ଓ ବାହାନଗା ବ୍ଲକର ୩୫୦ ଜମାକାରୀଙ୍କୁ ୨୧ ଲକ୍ଷରୁ ଅଧିକ ଟଙ୍କା ପେମେଣ୍ଟ କରାଯାଇଛି। ଏହି ସପ୍ତାହ […]

chitfund scam in odisha

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 06:35 PM IST

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱରର ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର। ୪ ବର୍ଷର ଅପେକ୍ଷା ପରେ ଆଜି ପ୍ରଥମଥର ପାଇଁ ସେମାନଙ୍କୁ ଟଙ୍କା ମିଳିଛି। ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୧୦ ହଜାର ଟଙ୍କାରୁ କମ ଜମାକାରୀଙ୍କୁ ସିଧାସଳଖ କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟରେ ଜମା କରାଯାଇଛି। ପ୍ରଥମ ଦିନରେ ଜିଲ୍ଲାର ୬ଟି ବ୍ଲକ ଭୋଗରାଇ, ଜଳେଶ୍ୱର, ବସ୍ତା-ରେମୁଣା, ସୋର ଓ ବାହାନଗା ବ୍ଲକର ୩୫୦ ଜମାକାରୀଙ୍କୁ ୨୧ ଲକ୍ଷରୁ ଅଧିକ ଟଙ୍କା ପେମେଣ୍ଟ କରାଯାଇଛି। ଏହି ସପ୍ତାହ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ମୋଟ ୧୦୯୬ ଜଣ ଜମାକାରୀଙ୍କୁ ପେମେଣ୍ଟ କରାଯିବ ବୋଲି ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ କହିଛନ୍ତି।

Related story