ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ଚିଟଫଣ୍ଡ ମାମଲା: ସିବିଆଇ ପକ୍ଷରୁ ଚାର୍ଜସିଟ୍ ଦାଖଲ 

ଭୁବନେଶ୍ୱର: ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ଚିଟଫଣ୍ଡ ଠକେଇ ମାମଲାରେ  ଆଜି ସିବିଆଇ ପକ୍ଷରୁ କମ୍ପାନୀ ମୁଖ୍ୟ ଭି.ସମ୍ପତ୍ ଏବଂ କମ୍ପାନୀ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଅନ୍ୟପକ୍ଷରେ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲାରେ  ସିବିଆଇ ଅଫିସ ଆଗରେ ଜମାକାରୀମାନେ ଧାରଣା ଦେଇଛନ୍ତି। କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି, ଅଭିଯୁକ୍ତଙ୍କୁ ଗିରଫ ଦାବି ଓ ଟଙ୍କା ଫେରସ୍ତ ଦାବିରେ  ଜମାକାରୀମାନେ ଏହି ଧାରଣା  ଦେଇଛନ୍ତି। ଜଣେ ଜମାକାରୀ ପ୍ରଶାନ୍ତ ସାହୁ କହିଛନ୍ତି,“ଗ୍ରୀନ ଇଣ୍ଡିଆ କମ୍ପାନୀ  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ […]

chtfund

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 02:21 PM IST

ଭୁବନେଶ୍ୱର: ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ଚିଟଫଣ୍ଡ ଠକେଇ ମାମଲାରେ  ଆଜି ସିବିଆଇ ପକ୍ଷରୁ କମ୍ପାନୀ ମୁଖ୍ୟ ଭି.ସମ୍ପତ୍ ଏବଂ କମ୍ପାନୀ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି।

ଅନ୍ୟପକ୍ଷରେ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲାରେ  ସିବିଆଇ ଅଫିସ ଆଗରେ ଜମାକାରୀମାନେ ଧାରଣା ଦେଇଛନ୍ତି। କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି, ଅଭିଯୁକ୍ତଙ୍କୁ ଗିରଫ ଦାବି ଓ ଟଙ୍କା ଫେରସ୍ତ ଦାବିରେ  ଜମାକାରୀମାନେ ଏହି ଧାରଣା  ଦେଇଛନ୍ତି।

ଜଣେ ଜମାକାରୀ ପ୍ରଶାନ୍ତ ସାହୁ କହିଛନ୍ତି,“ଗ୍ରୀନ ଇଣ୍ଡିଆ କମ୍ପାନୀ  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସୀକୃତିପ୍ରାପ୍ତ।  ଦେଶବିଦେଶରୁ  ବହୁ ଲୋକଙ୍କ ପାଖରୁ ଅଧିକ ସୁଧ  ଦେବା ନାଁରେ ଶହଶହ କୋଟି ଟଙ୍କା ନେଇଛି। ଲୋକଙ୍କୁ ପ୍ଲଟ ଦେବା ନାଁରେ ଲୋକଙ୍କଠାରୁ ପଇସା ନେଇ ଠକିଛି। ଚୁକ୍ତିର ସମୟ ସୀମା ସରିବା ପରେ ମଧ୍ୟ କୌଣସି ଜମାକାରୀଙ୍କୁ ପ୍ଲଟ  ଓ ଜମା ଟଙ୍କା ଫେରସ୍ତ କରି ନାହିଁ। କମ୍ପାନୀର କିଛି ସମ୍ପତ୍ତି ଜବତ ହୋଇଥିବା ବେଳେ  କମ୍ପାନୀର  ଆଉ କିଛି ଅଧିକାରୀଙ୍କ ନାଁରେ ଥିବା  ସମ୍ପତ୍ତି ଜବତ କରିବାକୁ ଆମେ ଦାବି କରୁଛୁ।”

Related story