ଯେଉଁଠି ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ ହୋଇଥିଲେ ଆଜି ସେଇଠି ବିଡିଓଙ୍କ ପାଦ ପଡ଼ିଛି

ମାଲକାନଗିରି(ଓଡ଼ିଶା ରିପୋର୍ଟର):ବିକାଶର ପ୍ରତିଶ୍ରୁତି ଦେଇ ଏଇ ମାଟିରେ ଦିନେ ପାଦ ଥାପିଥିଲେ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା। ହେଲେ ଏଇଠାରୁ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ତା ପରଠାରୁ ଆଉ କୌଣସି ସରକାରୀ ବାବୁଙ୍କର ପାଦ ପଡ଼ି ନ ଥିଲା ମାଲକାନଗିରି ଜିଲ୍ଲାର ଅପହଞ୍ଚ ଏଇ ଧୂଳିପୁଟ ମାଟିରେ। ତେଣୁ ସରକାରୀ ସହାୟତା ଆଶା ଛାଡ଼ି ଦେଇଥିଲେ ଅଞ୍ଚଳବାସୀ। ନିଜ ପାଇଁ ନିଜେ ଲଢି ଜୀଇଁବାର ନିଷ୍ପତ୍ତି ନେଇଥିଲେ। ହେଲେ ଦୀର୍ଘ ଦିନର ବ୍ୟବଧାନ ପରେ ଅଞ୍ଚଳବାସୀଙ୍କ […]

479

479

Tapas Behera
  • Published: Sunday, 09 June 2019
  • Updated: 09 June 2019, 07:11 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର):ବିକାଶର ପ୍ରତିଶ୍ରୁତି ଦେଇ ଏଇ ମାଟିରେ ଦିନେ ପାଦ ଥାପିଥିଲେ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା। ହେଲେ ଏଇଠାରୁ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ତା ପରଠାରୁ ଆଉ କୌଣସି ସରକାରୀ ବାବୁଙ୍କର ପାଦ ପଡ଼ି ନ ଥିଲା ମାଲକାନଗିରି ଜିଲ୍ଲାର ଅପହଞ୍ଚ ଏଇ ଧୂଳିପୁଟ ମାଟିରେ। ତେଣୁ ସରକାରୀ ସହାୟତା ଆଶା ଛାଡ଼ି ଦେଇଥିଲେ ଅଞ୍ଚଳବାସୀ। ନିଜ ପାଇଁ ନିଜେ ଲଢି ଜୀଇଁବାର ନିଷ୍ପତ୍ତି ନେଇଥିଲେ।

ହେଲେ ଦୀର୍ଘ ଦିନର ବ୍ୟବଧାନ ପରେ ଅଞ୍ଚଳବାସୀଙ୍କ ମନରେ ପୁଣି ଉଇଁଛି ବିକାଶର ସ୍ୱପ୍ନ। ଲାଲଗଡ଼ର ଧୂଳିପୁଟ ମାଟିରେ ଆଉ ଜଣେ ସରକାରୀ ବାବୁଙ୍କୁ ଦେଖି ଆଶାବାଦୀ ହୋଇଛନ୍ତି ଏମାନେ। ଏବେ ଏହି ଗାଁ ଗସ୍ତରେ ଯାଇଛନ୍ତି ଚିତ୍ରକୋଣ୍ଡାର ବିଡ଼ିଓ ଲରେମୋହନ କରସାଲ।

ମାଲକାନଗିରି ଜିଲ୍ଲାର ମାଓଗଡ଼ ଭାବେ ପରିଚିତ ଧୂଳିପୁଟ ଗ୍ରାମ। ୨୦୧୧ରେ ଏହି ଗ୍ରାମରୁ ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ଅପହରଣ କରିଥିଲେ ମାଓବାଦୀ। ପରେ ଅବଶ୍ୟ ଭିନିଲ କ୍ରିଷ୍ଣାଙ୍କୁ ଛାଡ଼ି ଦେଇଥିଲେ। ହେଲେ ଏହି ଘଟଣା ପରଠାରୁ ଠାରୁ ଧୂଳିପୁଟ ପଞ୍ଚାୟତ ବିକାଶର ଆଢୁଆଳରେ ରହି ଯାଇଥିଲା। ସରକାରୀ କର୍ମଚାରୀ ଏଠାକୁ ଆସିବାକୁ ସାହସ କରୁ ନଥିଲେ।

ଏବେ ଚିତ୍ରକୋଣ୍ଡା ବିଡିଓ ଲରେମୋହନ ପାହାଡ଼, ଜଙ୍ଗଲ ରାସ୍ତାରେ ଚାଲିଚାଲି ପହଞ୍ଚିଥିଲେ ଏହି ଗାଁରେ। ଲୋକଙ୍କୁ ଭେଟି ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଥିଲେ। ଆଉ ପ୍ରତିଶ୍ରୁତି ଦେଇଥିଲେ ଗାଁର ବିକାଶ କରିବେ ବୋଲି।
ଏହି ଗାଁ ପରିଦର୍ଶନ କରିବା ପରେ ବିଡିଓ କହିଛନ୍ତି, ବଣ ଜଙ୍ଗଲ ଘେରା ଏହି ଗାଁକୁ ରାସ୍ତାଟିଏ ବି ନାହିଁ।

୨ ବର୍ଷ ପୂର୍ବେ ଏହାକୁ ପଞ୍ଚାୟତର ମାନ୍ୟତା ମିଳିଛି, ହେଲେ ଏଯାଏ ନିର୍ମାଣ ହୋଇନି ପଞ୍ଚାୟତ ଗୃହ। ରାସ୍ତା ନଥିବାରୁ ସ୍ୱାସ୍ଥ୍ୟସେବା ମଧ୍ୟ ବିପର୍ଯ୍ୟସ୍ତ। ପାନୀୟ ଜଳର ବି ସୁବିଧା ନାହିଁ। ଏଠାରୁ ଫେରିବା ପରେ ସ୍ଥିତି ସମୀକ୍ଷା କରି ପ୍ରାଥମିକ କାମ ଭାବେ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେବି ବୋଲି କହିଛନ୍ତି ବିଡିଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos