ସହିଦ ସ୍ତମ୍ଭ ଚାରିକଡ଼େ କଟା ପାପୁଲି

ଯାଜପୁର (ଅଭୟ ପତି): ସହିଦ ସ୍ତମ୍ଭ ଚାରିକଡ଼ରୁ ମିଳିଲା କଟା ପାପୁଲି। ପୁଣି ଗୋଟିଏ କି ଦୁଇଟି ନୁହେଁ ୧୦ଟି ପାପୁଲି। ଯାଜପୁର ଜିଲ୍ଲା କଳିଙ୍ଗନଗର ଆମ୍ବଗାଡ଼ିଆ ସ୍ଥିତ ସହିଦ ସ୍ତମ୍ଭ ଚାରିକଡ଼ରେ ଏହି ୧୦ଟି କଟା ପାପୁଲି ଠାବ କରାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, କଟା ପାପୁଲିଗୁଡ଼ିକ ୧୨ ବର୍ଷ ତଳେ ପ୍ରାଣ ହରାଇଥିବା ଆଦିବାସୀଙ୍କର। ଟାଟା ଷ୍ଟିଲ୍‌କୁ ବିରୋଧ କରି ଆଦିବାସୀମାନେ […]

choppedpalm

Jitendra Garnayak
  • Published: Sunday, 18 November 2018
  • , Updated: 18 November 2018, 03:50 PM IST

ଯାଜପୁର (ଅଭୟ ପତି): ସହିଦ ସ୍ତମ୍ଭ ଚାରିକଡ଼ରୁ ମିଳିଲା କଟା ପାପୁଲି। ପୁଣି ଗୋଟିଏ କି ଦୁଇଟି ନୁହେଁ ୧୦ଟି ପାପୁଲି।

ଯାଜପୁର ଜିଲ୍ଲା କଳିଙ୍ଗନଗର ଆମ୍ବଗାଡ଼ିଆ ସ୍ଥିତ ସହିଦ ସ୍ତମ୍ଭ ଚାରିକଡ଼ରେ ଏହି ୧୦ଟି କଟା ପାପୁଲି ଠାବ କରାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଛି।

ମିଳିଥିବା ସୂଚନା ଅନୁଯାୟୀ, କଟା ପାପୁଲିଗୁଡ଼ିକ ୧୨ ବର୍ଷ ତଳେ ପ୍ରାଣ ହରାଇଥିବା ଆଦିବାସୀଙ୍କର।

[caption id="attachment_302525" align="aligncenter" width="749"] ସହିଦ ସ୍ତମ୍ଭ[/caption]

ଟାଟା ଷ୍ଟିଲ୍‌କୁ ବିରୋଧ କରି ଆଦିବାସୀମାନେ ଆନ୍ଦୋଳନ କରୁଥିବା ବେଳେ ୨୦୦୬ ଜାନୁଆରୀ ୨ ତାରିଖରେ ଘଟିଥିଲା କଳିଙ୍ଗନଗର ଗୁଳିକାଣ୍ଡ ଘଟଣା। ପୁଲିସ୍ ଗୁଳିରେ ୧୩ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଚିହ୍ନଟ ପାଇଁ ମୃତକଙ୍କ ହାତ ପାପୁଲି କାଟି ନିଆଯାଇଥିଲା। ପରେ ପାପୁଲିଗୁଡ଼ିକୁ ପୁଲିସ୍‌ ପରିବାରକୁ ଫେରାଇ ଥିଲା। ତେବେ ସେସବୁ ପାପୁଲିର ଡିଏନ୍ଏ ଟେଷ୍ଟ ଦାବି କରିଥିଲେ ପରିବାର।

[caption id="attachment_302528" align="aligncenter" width="750"] କ୍ଲବ୍ ଘର[/caption]

ପାପୁଲିଗୁଡ଼ିକୁ ପରିବାର ଲୋକେ ଗ୍ରହଣ ନକରିବାରୁ ନିକଟ କ୍ଲବ ଘରେ ରଖାଯାଇଥିଲା। କେମିକାଲ ଦିଆଯାଇ ଏକ ବାକ୍ସରେ ପାପୁଲିକୁ ରଖା ଯାଇଥିଲା।

କାଲି ରାତିରେ କେହି କ୍ଲବ୍ ଘର ତାଲା ଭାଙ୍ଗି ପାପୁଲି ଫିଙ୍ଗିଥିବା ସନ୍ଦେହ କରାଯାଉଛି।

Related story