ଆଗଭଳି ଆସୁ ନାହାନ୍ତି ଦର୍ଶକ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ପରେ ସିନେମା ହଲ ଖୋଲିଛି । କୋଭିଡ କଟକଣା ଭିତରେ ସିନେମା ହଲରେ ବସି ଲୋକମାନେ ସିନେମା ଦେଖି ପାରିବେ । ଭଦ୍ରକ ସହରରେ ଏକ ମାତ୍ର ସିନେମା ହଲ (ମାଧବ ଥିଏଟର୍ସ) ରାନ୍ଦିଆରେ ଖୋଲା ରହିଛି । ପୂର୍ବ ଭଳି ଆଉ ଲୋକଙ୍କ ଭିଡ ଲାଗୁ ନାହିଁ । ସହର ଠାରୁ ମାତ୍ର ୩ କିମି ଦୂରରେ  ଓ ସହରର ଏକ ମାତ୍ର ସିନେମା ହଲ ହୋଇଥିବା ବେଳେ ମଧ୍ୟ ଏଠାରେ ଲୋକଙ୍କ ଭିଡ ପରିଲିକ୍ଷିତ ହେଉ ନାହିଁ । ଟିକେଟ କାଉଁଟର ଫାଙ୍କା। ସିଟ ସବୁ ଫାଙ୍କା । ମାତ୍ର ଗଣତି କେତେ ଜଣ ଦର୍ଶକଙ୍କୁ ନେଇ ଫିଲ୍ମ ଚାଲୁଛି । କରୋନା କଟକଣା ଭିତରେ ଦୀର୍ଘଦିନ ଧରି ବନ୍ଦ ରହି ସିନେମା ହଲ ମାଲିକମାନେ କ୍ଷତି ସହୁଥିଲେ।  ଏବେ ଖୋଲିବା ପରେ ମଧ୍ୟ ଦର୍ଶକଙ୍କ ଭିଡ ଜମୁନାହିଁ । ଏହାକୁ କ୍ଷୋଭବ୍ୟକ୍ତ କରିଛନ୍ତି ଫିଲ୍ମ ହଲ କର୍ମଚାରୀ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।