ହାଥରସ ମାମଲାର ନ୍ୟାୟିକ ତଦନ୍ତ ଦାବି କଲା ସିଆଇଟିୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁପି ହାଥରସ ଦୁଷ୍କର୍ମ/ହତ୍ୟା ମାମଲାରେ ରାଜଧାନୀ ଭୁବନେଶ୍ୱରରେ ଗର୍ଜିଛି ସିଆଇଟିୟୁ, ଅଖିଳ ଭାରତ କୃଷକ ସଭା ଏବଂ ଅଖିଳ ଭାରତ କ୍ଷେତ ମଜଦୁର ୟୁନିୟନ। ଏ ନେଇ ରାଷ୍ଟ୍ରପତି ଏବଂ ଓଡିଶାର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ମିଳିତ ଭାବେ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ମଙ୍ଗଳବାର ପ୍ରତିବାଦ କରିଛନ୍ତି। ପାଞ୍ଚ ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ହାଥରାସ ଯୁବତୀ ଗଣ ଦୁଷ୍କର୍ମ ଏବଂ ହତ୍ୟା […]

citu on hatras

citu on hatras

Subhransu Sekhar
  • Published: Tuesday, 13 October 2020
  • Updated: 13 October 2020, 03:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁପି ହାଥରସ ଦୁଷ୍କର୍ମ/ହତ୍ୟା ମାମଲାରେ ରାଜଧାନୀ ଭୁବନେଶ୍ୱରରେ ଗର୍ଜିଛି ସିଆଇଟିୟୁ, ଅଖିଳ ଭାରତ କୃଷକ ସଭା ଏବଂ ଅଖିଳ ଭାରତ କ୍ଷେତ ମଜଦୁର ୟୁନିୟନ। ଏ ନେଇ ରାଷ୍ଟ୍ରପତି ଏବଂ ଓଡିଶାର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ମିଳିତ ଭାବେ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ମଙ୍ଗଳବାର ପ୍ରତିବାଦ କରିଛନ୍ତି। ପାଞ୍ଚ ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ହାଥରାସ ଯୁବତୀ ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ନ୍ୟାୟିକ ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ, ଯେଉଁ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ମାନେ ଦାୟିତ୍ୱରେ ଖିଲାପ କରିଛନ୍ତି, ସେମାନଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବି କରିଛନ୍ତି। ପୀଡିତା ପରିବାରକୁ କ୍ଷତି ପୂରଣ ଦେବା ସହିତ ମର୍ଯ୍ୟାଦା ଏବଂ ନିରାପଦ ସହକାରେ ବଞ୍ଚିବା ପାଇଁ ସମସ୍ତ ପ୍ରକାରର ସୁରକ୍ଷା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି। ଏହାବାଦ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଘଟଣା ମାନଙ୍କରେ ବର୍ମା କମିଶନ କରିଥିବା ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛି ସଂଘ।

ଏହି ଆନ୍ଦୋଳନ ରେ ସି ଆଇ ଟି ୟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଏ ଆଇ କେ ଏସ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଓଡିଶା ଆଦିବାସୀ ଅଧିକାର ମଞ୍ଚ ରାଜ୍ୟ ସମ୍ପାଦକ ସାଲ ମାର୍ଣ୍ଡି, ମହିଳା ନେତ୍ରୀ ତାପସୀ ପ୍ରହରାଜ ପ୍ରମୁଖ ସାମିଲ୍ ହୋଇଥିଲେ।

ସୂଚନାଯୋଗ୍ୟ, ହାଥରସ ମାମଲାର ତଦନ୍ତ ଏବେ ସିବିଆଇ ତଦନ୍ତ କରୁଛି। ପୀଡିତାଙ୍କ ଭାଇଙ୍କୁ ଘଟଣାସ୍ଥଳକୁ ନେଇ ସିବିଆଇ ଆଜି ତଦନ୍ତ କରିଥିବା ସୂଚନା ରହିଛି। ଗତାଲି ଏହି ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ପ୍ରଶାସନକୁ କଡ଼ା ଭର୍ତ୍ସନା କରିଥିଲେ। ଯଦି ଜଣେ ପ୍ରଭାବଶାଳୀ ବ୍ୟକ୍ତି କିମ୍ୱା ନିଜ ଝିଅ ହୋଇଥିଲେ ଏଭଳି ରାତି ଅଧିଆ ଶବ ସତ୍କାର କରିଥାନ୍ତେ କି ବୋଲି ପ୍ରଶ୍ନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos