ESMA ଆଇନ୍ ପ୍ରତ୍ୟାହାର ଦାବିରେ CITUର ବିକ୍ଷୋଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ (ESMA) ଆଇନ ପ୍ରତ୍ୟାହାର ଦାବିରେ CITU ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାଷ୍ଟର କ୍ୟାଣ୍ଟିନ ଛକର ଲୋୟର ପିଏମଜି ଠାରେ ବିକ୍ଷୋଭ ସହ ବିଧାନସଭା ଘେରାଉ ଉଦ୍ୟମ କରାଯାଇଛି। ତେବେ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଛି। ଶ୍ରମିକମାନଙ୍କର ଧର୍ମଘଟ କରିବାର ଅଧିକାର ରହିଛି। ଲୋକସଭାରେ ମଧ୍ୟ ଏନେଇ ବିଲ୍ ପାସ୍ ହୋଇଥିବା ବେଳେ ବିଧାନସଭାରେ ଏସମା ଆଇନ ପାସ୍ କରିବା ସମ୍ବିଧାନ ବିରୋଧୀ ସରକାର ପ୍ରତ୍ୟାହାର ନକଲେ […]

citu

Ranjit Kumar Jena
  • Published: Wednesday, 25 November 2020
  • , Updated: 25 November 2020, 02:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ (ESMA) ଆଇନ ପ୍ରତ୍ୟାହାର ଦାବିରେ CITU ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାଷ୍ଟର କ୍ୟାଣ୍ଟିନ ଛକର ଲୋୟର ପିଏମଜି ଠାରେ ବିକ୍ଷୋଭ ସହ ବିଧାନସଭା ଘେରାଉ ଉଦ୍ୟମ କରାଯାଇଛି। ତେବେ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଛି। ଶ୍ରମିକମାନଙ୍କର ଧର୍ମଘଟ କରିବାର ଅଧିକାର ରହିଛି। ଲୋକସଭାରେ ମଧ୍ୟ ଏନେଇ ବିଲ୍ ପାସ୍ ହୋଇଥିବା ବେଳେ ବିଧାନସଭାରେ ଏସମା ଆଇନ ପାସ୍ କରିବା ସମ୍ବିଧାନ ବିରୋଧୀ ସରକାର ପ୍ରତ୍ୟାହାର ନକଲେ ଆନ୍ଦୋଳନ ଆଗକୁ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।

ସୂଚନାଯୋଗ୍ୟ, ରବିବାର ବିଧାନସଭାରେ ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ପାରିତ ହୋଇଥିଲା। ଏହି ବିଲ୍ ମୁତାବକ, ବେଆଇନ୍‌ ଧର୍ମଘଟକୁ ପ୍ରୋତ୍ସାହନ କଲେ ଜେଲ୍‌ ଦଣ୍ଡ ମିଳିବା ସହ ୧ ବର୍ଷ ଜେଲ୍‌ କିମ୍ବା ୫୦୦୦ ଟଙ୍କା ଯାଏ ଜରିମାନା କରାଯିବା ପାଇଁ ଧାର୍ଯ୍ୟ ହୋଇଛି।

ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ ହୋଇଛି। ଏଥିସହ କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ମଧ୍ୟ ସାମିଲ ହୋଇଛି। ନୂଆକରି ସାମିଲ ବିଭାଗର କର୍ମଚାରୀମାନେ ବେଆଇନ୍‌ ଧର୍ମଘଟରେ ସାମିଲ ହେଲେ ଦଣ୍ଡିତ ହେବେ।

ସେହିପରି ଯଦି କେହି ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କରେ ଓ ସମର୍ଥନ କରି ଆର୍ଥିକ ସହାୟତା କଲେ, ସେମାନେ ମଧ୍ୟ ଦଣ୍ଡିତ ହେବେ। ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡବିଧାନ ହେବ। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ବିରୋଧ କରିଥିଲେ। ଶାସକ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ବିଲ୍‌କୁ ପାସ୍‌ କରିଦିଆଯାଇଥିଲା।

Related story