କୋରାପୁଟରେ ଗଡ଼ୁନି ସିଟି ବସ୍‌: ଜିଲ୍ଲାପାଳ କାରଣ ମାଗିଲେ, ଉତ୍ତର ଦେଉନାହାନ୍ତି ଆର୍‌ଟିଓ

ଜୟପୁର: ଦୁଇମାସ ବିତିଲାଣି। କୋରାପୁଟରେ ଗଡ଼ୁନି ସିଟି ବସ୍। ଘରୋଇ ବସ୍‌କୁ ଅନୁକମ୍ପା ଦେଖାଇ  ଆରଟିଓ ରୁଟ୍ ପରମିଟ୍‌ ଓ ଟାଇମ୍‌ ଟେବୁଲ ଦେଇଥିବା ଅଭିଯୋଗ କରି ଜେକେ ଟ୍ରଷ୍ଟ ବସ୍ ସେବା ବନ୍ଦ କରିଛି। ଏଥିପାଇଁ ଦୁଇମାସ୍ ହେଲାଣି ଲୋକେ ହଇରାଣ ହେଉଛନ୍ତି। ସେପଟେ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ ଉପରେ ଜବାବ ଦେଇ ନାହାନ୍ତି ଆରଟିଓ କର୍ତ୍ତୃପକ୍ଷ। ଦୀର୍ଘ ଦୁଇମାସ ହେଲାଣି ଜୟପୁର ଡିପୋରେ ଅଟକି ରହିଛି ୨୦ଟି ସିଟି ବସ। ଜୟପୁର, ସୁନାବେଡ଼ା […]

CITYBUS

Rakesh Mallick
  • Published: Tuesday, 28 March 2017
  • , Updated: 28 March 2017, 11:15 PM IST

ଜୟପୁର: ଦୁଇମାସ ବିତିଲାଣି। କୋରାପୁଟରେ ଗଡ଼ୁନି ସିଟି ବସ୍। ଘରୋଇ ବସ୍‌କୁ ଅନୁକମ୍ପା ଦେଖାଇ  ଆରଟିଓ ରୁଟ୍ ପରମିଟ୍‌ ଓ ଟାଇମ୍‌ ଟେବୁଲ ଦେଇଥିବା ଅଭିଯୋଗ କରି ଜେକେ ଟ୍ରଷ୍ଟ ବସ୍ ସେବା ବନ୍ଦ କରିଛି। ଏଥିପାଇଁ ଦୁଇମାସ୍ ହେଲାଣି ଲୋକେ ହଇରାଣ ହେଉଛନ୍ତି। ସେପଟେ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ ଉପରେ ଜବାବ ଦେଇ ନାହାନ୍ତି ଆରଟିଓ କର୍ତ୍ତୃପକ୍ଷ। ଦୀର୍ଘ ଦୁଇମାସ ହେଲାଣି ଜୟପୁର ଡିପୋରେ ଅଟକି ରହିଛି ୨୦ଟି ସିଟି ବସ। ଜୟପୁର, ସୁନାବେଡ଼ା ଓ କୋରାପୁଟ ମଧ୍ୟରେ ଚାଲୁଥିବା ଏହି  ସିଟି ବସ୍‌ ସେବା ଗତ ବର୍ଷ ଜୁନ୍‌ ୩୦ରେ ଆରମ୍ଭ ହୋଇଥିଲା। କିନ୍ତୁ ବର୍ଷେ ନ ପୁରୁଣୁ ସେବା ଠପ୍। ସିଟି ବସ୍‌ ସେବା ବନ୍ଦ ହେବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତାଷ ତେଜୁଛି।

ଏନେଇ ଆଞ୍ଚଳିକ ପରିବହନ ଅଧିକାରୀ  ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହଁ ବୋଲି  ଜୟପୁର-କୋରାପୁଟ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟର ଅପରେଟର କହିଛନ୍ତି। ସୂଚନା ଅନୁଯାୟୀ ସହରାଞ୍ଚଳରେ ସିଟିବସ୍‌ ଚଳାଚଳ ପାଇଁ ପ୍ରତ୍ୟେକ ମାସ ଆରଟିଓଙ୍କ ନିକଟରେ ପରିମିଟ୍‌ ନେବାର ବ୍ୟବସ୍ଥା ଥିଲା। କିନ୍ତୁ ଏହି ନିୟମରେ  ୬ମାସ ଚଳାଚଳ କରିବା ପରେ ଟ୍ରଷ୍ଟ ପକ୍ଷରୁ ମାସିକିଆ ପରିବର୍ତ୍ତେ ୫ ବର୍ଷିଆ ପରମିଟ୍‌ ପାଇଁ ଆବେଦନ କରାଗଲା। ନିୟମ ଅନୁସାରେ ଅଢେଇ ଲକ୍ଷ ଟଙ୍କା ଜମା କରିବା ପରେ ଟ୍ରଷ୍ଟକୁ ୫ ବର୍ଷିଆ ପରମିଟ୍‌ ମିଳିଲା। କିନ୍ତୁ ଆରଟିଓ ଘରୋଇ ବସକୁ ଅନୁକମ୍ପା ଦେଖାଇ ରୁଟ୍‌ ପରିମିଟ୍ ଓ ସମୟ ସାରଣୀ ଦେଇଥିବା ଅଭିଯୋଗ କରି ଟ୍ରଷ୍ଟ ବସ୍‌ ଚଳାଚଳ ବନ୍ଦ ରଖିଛି। ସେପଟେ ଜିଲ୍ଲାପାଳ ଆରଟିଓଙ୍କୁ ଗତ ଜାନୁୟାରୀ ୨୫ ତାରି‌ଖରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ମଧ୍ୟ ଏହାର ଜବାବ ଦେଇ ନାହାନ୍ତି ଆରଟିଓ।

Related story