ପ୍ରଥମ ଥର ପାଇଁ ଓଡ଼ିଶାରେ ଜଣେ ଡାକ୍ତରଙ୍କୁ ‘କରୋନା’

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେ କଟକ ସିଟି ହସ୍ପିଟାଲରେ ଶିଶୁ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ନମୁନା ପଜିଟିଭ ଆସିବା ପରେ ଡାକ୍ତରଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ କଟକ ମହାନଗର ନିଗମ ସୂତ୍ରରୁ ସୂଚନା ମିଳିଛି। ତେବେ ସେ କାହା ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତାହା ଜଣାପଡ଼ି ନହିଁ। ସେଥିପାଇଁ ଉଦ୍ୟମ ଜାରି ରହିଛି। ଆଜି ସୁଦ୍ଧା ରାଜ୍ୟରେ […]

corona

Manoranjan Sial
  • Published: Tuesday, 26 May 2020
  • , Updated: 26 May 2020, 09:36 PM IST

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେ କଟକ ସିଟି ହସ୍ପିଟାଲରେ ଶିଶୁ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ନମୁନା ପଜିଟିଭ ଆସିବା ପରେ ଡାକ୍ତରଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ କଟକ ମହାନଗର ନିଗମ ସୂତ୍ରରୁ ସୂଚନା ମିଳିଛି। ତେବେ ସେ କାହା ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତାହା ଜଣାପଡ଼ି ନହିଁ। ସେଥିପାଇଁ ଉଦ୍ୟମ ଜାରି ରହିଛି।

ଆଜି ସୁଦ୍ଧା ରାଜ୍ୟରେ ୧୫୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୭୭୮ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

Related story