ଅଗଷ୍ଟରେ ୪ ଜିଲ୍ଲା ସମେତ ରାଉରକେଲା ସହର ସପ୍ତାହାନ୍ତ ଶଟ୍‌ଡାଉନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ମାସରେ ୪ ଜିଲ୍ଲା ଓ ରାଉରକେଲା ସହର ପାଇଁ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲା। ଏନେଇ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ସେ କହିଛନ୍ତି-“ଅଗଷ୍ଟ ୧ ଓ ୨ ତାରିଖରେ ଶଟ୍‌ଡାଉନ୍‌ରେ ସାମାନ୍ୟ କୋହଳ କରାଯିବ। ଅଗଷ୍ଟ ୧ ଓ ୨ରେ ଦିନ ୧ଟାରୁ ରାତି ୯ଟା ଯାଏ ଶଟଡାଉନ୍‌ […]

lockdown_BBSR-750x430

Manoranjan Sial
  • Published: Friday, 31 July 2020
  • , Updated: 01 August 2020, 07:17 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ମାସରେ ୪ ଜିଲ୍ଲା ଓ ରାଉରକେଲା ସହର ପାଇଁ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲା। ଏନେଇ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା।

ସେ କହିଛନ୍ତି-“ଅଗଷ୍ଟ ୧ ଓ ୨ ତାରିଖରେ ଶଟ୍‌ଡାଉନ୍‌ରେ ସାମାନ୍ୟ କୋହଳ କରାଯିବ। ଅଗଷ୍ଟ ୧ ଓ ୨ରେ ଦିନ ୧ଟାରୁ ରାତି ୯ଟା ଯାଏ ଶଟଡାଉନ୍‌ ରହିବ। ୧ ଓ ୨ ତାରିଖରେ ଦିନ ୧ଟା ଯାଏ ସବୁ ଖୋଲା ରହିବ। ପରବର୍ତ୍ତୀ ଶନି ଓ ରବିବାର ସଂପୂର୍ଣ୍ଣ ଶଟ୍‌ଡାଉନ ଲାଗୁ ହେବ। ଶଟ୍‌ଡାଉନରେ ପୂର୍ବରୁ ଲାଗୁ ସମସ୍ତ କଟକଣା ଲାଗୁ ହେବ। ତେବେ ସାରା ରାଜ୍ୟରେ ଲକ୍‌ଡାଉନ୍‌କୁ  ନିୟମକୁ ରାଜ୍ୟ ସରକାର ସାମାନ୍ୟ କୋହଳ କରିଛନ୍ତି। ଅର୍ଥାତ ଏଣିକି ସକାଳ ୫ରୁ ରାତି ୯ଟା ଯାଏଁ ସାଧାରଣ ଯାତାୟତ ଏବଂ ଦୋକାନ ବଜାର ଚାଲୁ ରହିବ। ତେବେ ରାତି ୯ରୁ ସକାଳ ୫ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ଏହି କର୍ଫ୍ୟୁ ବେଳେ ନିର୍ଦ୍ଦିଷ୍ଟ କିଛି ଅତ୍ୟାବଶ୍ୟକ ସେବାର କର୍ମଚାରୀମାନଙ୍କୁ ଯିବା ଆସିବାରେ ଅନୁମତି ମିଳିବ।”

ସେ ଆହୁରି କହିଛନ୍ତି-“ ବାହାଘରରେ କୌଣସି ପରିସ୍ଥିତିରେ ୫୦ରୁ ଅଧିକ ଲୋକ ରହିବେନି। ବର ଓ କନ୍ୟା ପକ୍ଷ ସମସ୍ତଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ରହିବେନି। ଶୁଦ୍ଧିକ୍ରିୟା କାର୍ଯ୍ୟରେ ୨୦ରୁ ଅଧିକ ଲୋକ ରହିପାରିବେନି। ବାହାଘର ଓ ଶୁଦ୍ଧିରେ ଗାଇଡ୍‌ଲାଇନ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ରାଜ୍ୟ ବାହାରୁ କେହି ୩ ଦିନ ପାଇଁ ଆସିଲେ କ୍ୱାରେଣ୍ଟାଇନ୍‌ ହେବେନି। ୩ ଦିନରୁ ଅଧିକ କେହି ରହିଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ କରାଯିବ।”

ଶ୍ରୀ ଜେନା ଆହୁରି କହିଛନ୍ତି-“ଅଗଷ୍ଟ ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ। ଗ୍ରୁପ୍-ଏ ସହ ସମସ୍ତ କର୍ମଚାରୀଙ୍କୁ ମିଶାଇ ୫୦%ରେ ଚାଲିବ ଅଫିସ। କ୍ରମ ବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି କଟକଣା ଜାରି କରାଯାଇଛି। ପ୍ରତି ସପ୍ତାହର ଶନିବାର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ନୂଆ କଟକଣା ନେଇ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଜାରି କରାଯିବ।”

Related story