ସିଭିଲ ଇଞ୍ଜିନିୟର ଏବେ ଅଟୋ ଚାଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତାରେ ଏବେ ଗଡ଼ୁଛି CRUTର ଇ- ରିକ୍ସା । ମୁଖ୍ୟତଃ ଯୁବତୀ ଓ ମହିଳାମାନେ ଏହି ଇ-ରିକ୍ସା ଚଳାଇ ନିଜକୁ ସ୍ୱାବଲମ୍ବୀ କରି ପାରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ସସ୍ମିତା ନାମ୍ନୀ ମହିଳା। ସସ୍ମିତା ଅନ୍ୟମାନଙ୍କଠୁ ଟିକେ ଭିନ୍ନ। କାରଣ ଏବେ ଇ- ରିକ୍ସା ଚଳାଇ ନିଜ ପରିବାର ପୋଷୁଥିବା ସସ୍ମିତା ଜଣେ ସିଭିଲ ଇଞ୍ଜିନିୟର ଡିଗ୍ରୀଧାରୀ। ସବୁବେଳେ ସ୍ୱାବଲମ୍ବୀ ହେବାକୁ ଇଚ୍ଛା ରଖିଥିବା ସସ୍ମିତା ଏବେ ଅଟୋ ଚାଳକ ହୋଇଥିବା […]

sasmita

sasmita

Niharika Rout
  • Published: Tuesday, 07 June 2022
  • Updated: 07 June 2022, 08:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତାରେ ଏବେ ଗଡ଼ୁଛି CRUTର ଇ- ରିକ୍ସା । ମୁଖ୍ୟତଃ ଯୁବତୀ ଓ ମହିଳାମାନେ ଏହି ଇ-ରିକ୍ସା ଚଳାଇ ନିଜକୁ ସ୍ୱାବଲମ୍ବୀ କରି ପାରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ସସ୍ମିତା ନାମ୍ନୀ ମହିଳା। ସସ୍ମିତା ଅନ୍ୟମାନଙ୍କଠୁ ଟିକେ ଭିନ୍ନ। କାରଣ ଏବେ ଇ- ରିକ୍ସା ଚଳାଇ ନିଜ ପରିବାର ପୋଷୁଥିବା ସସ୍ମିତା ଜଣେ ସିଭିଲ ଇଞ୍ଜିନିୟର ଡିଗ୍ରୀଧାରୀ। ସବୁବେଳେ ସ୍ୱାବଲମ୍ବୀ ହେବାକୁ ଇଚ୍ଛା ରଖିଥିବା ସସ୍ମିତା ଏବେ ଅଟୋ ଚାଳକ ହୋଇଥିବା ବେଳେ ଜଣେ ପୁଲିସ୍‌ ଅଧିକାରୀ ହେବାର ସ୍ୱପ୍ନ ଦେଖୁଛନ୍ତି।

ଏକ ଘରୋଇ ସଂସ୍ଥାରେ ଜଣେ ସିଭିଲ ଇଞ୍ଜିନିୟର ଭାବେ ଚାକିରି କରି ବେଶ୍‌ ଭଲ ରୋଜଗାର କରୁଥିଲେ ସସ୍ମିତା । ମହାମାରୀ କରୋନା କିନ୍ତୁ ଉଜାଡ଼ିଦେଲା ସ୍ୱପ୍ନ । ଚାକିରି ଗଲା,  ବନ୍ଦ ହୋଇଗଲା ରୋଜଗାର।  ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ ହୋଇ ପଡ଼ିଲା । ହେଲେ ପରିସ୍ଥିତି ଆଗରେ ହାର ମାନି ନାହାନ୍ତି ସସ୍ମିତା । ସବୁବେଳେ ନିଜେ ସ୍ୱାବଲମ୍ବୀ ହେବାକୁ ଆଶା ରଖିଥିବା ସସ୍ମିତା ଚାକିରି ହରାଇବା ପରେ ଭାଙ୍ଗି ନାହାନ୍ତି। ବରଂ ନିଜକୁ ଅଧିକ ମଜଭୁତ କରି ଖୋଜି ପାରିଛନ୍ତି ବିକଳ୍ପ ରୋଜଗାର ପନ୍ଥା। ଏବେ  ରାଜଧାନୀ ରାଜରାସ୍ତାରେ  ଗଡ଼ୁଥିବା CRUTର ଇ- ରିକ୍ସା  ଚଳାଇ ନିଜ ଖର୍ଚ୍ଚ ନିଜେ ଉଠାଇ ପାରିବା ସହ ପରିବାର ଚଳାଇ ପାରୁଛନ୍ତି ସସ୍ମିତା ।

ଏନେଇ ସସ୍ମିତା କହିଛନ୍ତି, କରୋନା ସମୟରେ ସବୁ କମ୍ପାନୀ ବନ୍ଦ ହୋଇଗଲା। ମୁଁ ଚାକିରି ହରାଇଲି। ପ୍ରାୟ ଦେଢ ବର୍ଷ ପରେ କମ୍ପାନୀ ପକ୍ଷରୁ ଡାକରା ପାଇଲି । ହେଲେ ଆଉ ସେଠାକୁ ଯିବାକୁ ଇଚ୍ଛା ନାହିଁ। ନିଜେ ସ୍ୱାବଲମ୍ବୀ ହେବାର ଶ୍ରେୟ ସସ୍ମିତା ସ୍ୱାମୀ, ପରିବାର ଲୋକ ତଥା ଶାଶୁ, ଶ୍ୱଶୁରଙ୍କୁ ଦେଇଛନ୍ତି। ସବୁବେଳେ ଆତ୍ମନିର୍ଭର ହେବାକୁ ପରିବାର ଲୋକେ କହୁଥିବା ସହ ସହଯୋଗ କରୁଥିବାରୁ ଆଜି ଏଠାରେ ଛିଡ଼ା ହୋଇ ପାରିଥିବା କହିଛନ୍ତି। ହେଲେ ଆଶା ଏତିକିରେ ସରିନି । ଆଗକୁ ଓଡ଼ିଶା ପୁଲିସ୍‌ରେ ଯୋଗ ଦେବାକୁ ଇଚ୍ଛା ରଖିଥିବା ସସ୍ମିତା ଏଥିନିମନ୍ତେ ପ୍ରସ୍ତୁତି ବି ଚଳାଇଥିବା କହିଛନ୍ତି ।

https://youtu.be/-5FCX_cd-og

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story