ବାଙ୍କୀ କଲେଜରେ ସଂଘର୍ଷ: ୮ ଛାତ୍ର ଆହତ, ସାଇନ-ଏ-ଡାଏ ଘୋଷଣା

କଟକ: କଟକ ଜିଲ୍ଲା ବାଙ୍କୀ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଦେଖା ଦେଇଥିବା ବିବାଦ ତୀବ୍ର ହେବାରେ ଲାଗିଛି। ଅଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କଲେଜ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। କଲେଜ କର୍ତ୍ତୃପକ୍ଷ କଲେଜରେ ସାଇନ-ଏ-ଡାଏ ଘୋଷଣା କରିବା ସହ ତୁରନ୍ତ ହଷ୍ଟେଲ ଛାଡି ଚାଲିଯିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସକାଳେ କୌଣସି କଥାକୁ ନେଇ କଲେଜ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ […]

banki

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 06:23 PM IST

କଟକ: କଟକ ଜିଲ୍ଲା ବାଙ୍କୀ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଦେଖା ଦେଇଥିବା ବିବାଦ ତୀବ୍ର ହେବାରେ ଲାଗିଛି। ଅଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କଲେଜ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। କଲେଜ କର୍ତ୍ତୃପକ୍ଷ କଲେଜରେ ସାଇନ-ଏ-ଡାଏ ଘୋଷଣା କରିବା ସହ ତୁରନ୍ତ ହଷ୍ଟେଲ ଛାଡି ଚାଲିଯିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସକାଳେ କୌଣସି କଥାକୁ ନେଇ କଲେଜ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିବାରୁ ଦୁଇ ପକ୍ଷର ୭ରୁ ଅଧିକ ଛାତ୍ର ଆହତ ହୋଇଥିଲେ। ସେମାନଙ୍କୁ ବାଙ୍କୀ ମେଡିକାଲରେ ଚିକିତ୍ସା କରାଯାଇଛି।

ପୋଲିସ ମୁତୟନ ହେବା ପରେ କଲେଜ ପରିସର ଶାନ୍ତ ହୋଇଥିଲେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। କଲେଜ ବାହାରେ ସେମାନଙ୍କ ମଧ୍ୟରେ ପୁଣି ସଂଘର୍ଷ ଘଟିଥିଲା। ଉତ୍ତ୍ୟକ୍ତ ଛାତ୍ରମାନେ ଏକ ପୋଲିସ ଗାଡ଼ିକୁ ଭାଙ୍ଗି ଦେଇଥିଲେ। ଏଥିରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।

Related story