ମହାଦେଇପୁଟ୍ ସେବାଶ୍ରମ ଛାତ୍ରଙ୍କୁ ଆକ୍ରମଣ ଘଟଣା: ପ୍ରତିଶୋଧ ପାଇଁ ମାଡ଼ ମାରି ନାଳରେ ପିଙ୍ଗିଥିଲେ ୪ ଛାତ୍ର

କୋରାପୁଟ(ଓଡିଶା ରିପୋର୍ଟର): ଛୁଆଙ୍କ ଦେହରେ ଭଗବାନ ଅଛନ୍ତି। ସେମାନଙ୍କ ମନରେ  ସମାଜର କଳି କଳ୍ମଷ ନ ଥାଏ। ସେଇଥିପାଇଁ ତ ଏମିତି କୁହାଯାଏ। ହେଲେ ସମାଜ ବଦଳିବା ସହ ଛୋଟ ଛୁଆଙ୍କ ଭିତରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯାହା ସେମାନଙ୍କ ଅପରାଧ ପ୍ରବଣତାକୁ ବଢାଇ ଦେଉଛି। ନିକଟରେ ଏମିତି ଗୋଟିଏ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। ପ୍ରତିଶୋଧ ନେବାକୁ ଯାଇ ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ପଢୁଥିବା ୪ ଜଣ […]

45

Rakesh Mallick
  • Published: Sunday, 14 January 2018
  • , Updated: 14 January 2018, 09:17 PM IST

କୋରାପୁଟ(ଓଡିଶା ରିପୋର୍ଟର): ଛୁଆଙ୍କ ଦେହରେ ଭଗବାନ ଅଛନ୍ତି। ସେମାନଙ୍କ ମନରେ  ସମାଜର କଳି କଳ୍ମଷ ନ ଥାଏ। ସେଇଥିପାଇଁ ତ ଏମିତି କୁହାଯାଏ। ହେଲେ ସମାଜ ବଦଳିବା ସହ ଛୋଟ ଛୁଆଙ୍କ ଭିତରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯାହା ସେମାନଙ୍କ ଅପରାଧ ପ୍ରବଣତାକୁ ବଢାଇ ଦେଉଛି। ନିକଟରେ ଏମିତି ଗୋଟିଏ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ।

ପ୍ରତିଶୋଧ ନେବାକୁ ଯାଇ ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ପଢୁଥିବା ୪ ଜଣ ଛାତ୍ର ଜଣେ ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିବା ଏବଂ ସେ ମରିଯାଇଛି ଭାବି ଡ୍ରେନ୍‌ରେ ଫିଙ୍ଗି ଚାଲି ଆସିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି କୋରାପୁଟ ଜିଲାରେ। ମହାଦେଇପୁଟ ସେବାଶ୍ରମ ବିଦ୍ୟାଳୟରେ ଘଟିଛି ଏହି କାଣ୍ଡ। ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଏକ ପରିତ୍ୟକ୍ତ ଡ୍ରେନ୍‌ରୁ ଉଦ୍ଧାର କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି।  ପୋଲିସ ଅଭିଯୁକ୍ତ ୪ ଛାତ୍ରଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ପଠାଇ ଦେଇଛି।

ସୂଚନାଯୋଗ୍ୟ, ଗତ୧୧ ତାରିଖରେ ସ୍କୁଲ ପାଖ ଡ୍ରେନ୍ ଭିତରୁ ମୁର୍ମୁର୍ଷୁ ଅବସ୍ଥାରେ ନିଖୋଜ ପ୍ରଥମ ଶ୍ରେଣୀ ଛାତ୍ର ସରୋଜ ଭୋଇଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାର ତଦନ୍ତ କରି ପୋଲିସ୍ ଯେଉଁ ତଥ୍ୟ ରଖିଛି ତାଜୁବ୍ କଲାଭଳି । ସରୋଜ କୁଆଡ଼େ ଜଣେ ଚତୁର୍ଥ ଶ୍ରେଣୀର ପିଲାକୁ ମାରିଥିଲେ। ବାସ୍ ଏଇ ରାଗରେ ମେଳି ହୋଇଗଲେ ୪ ଜଣ ଚତୁର୍ଥ ଓ ୫ମ ଶ୍ରେଣୀର ଛାତ୍ର । ମନରେ ପ୍ରତିଶୋଧର ନିଆଁକୁ ଚାପି ଖେଳିବାକୁ ଯିବା ବାହାନାରେ ଗତ ୧୦ ତାରିଖରେ ସ୍କୁଲ ପାଖ ନିଛାଟିଆ ଯାଗାକୁ ଡାକିନେଇଥିଲେ। ସେଇଠି ସରୋଜକୁ ଅତି ଭୟଙ୍କର ଭାବେ ମାଡ଼ ମାରିବା ସହ ମୁହଁକୁ ପଥରରେ ଛେଚି ପକେଇଥିଲେ । ସରୋଜର ଶରୀର ନିସ୍ତେଜ ହୋଇଯିବାରୁ ମରିଯାଇଛି ଭାବି ପାଖରେ ଥିବା ଡ୍ରେନ୍ରେ ଫିଙ୍ଗି ଚାଲି ଆସିଥିଲେ । ପରେ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ପୁଅ ନିଖୋଜ ଥିବା ଖବର ପାଇ ଖୋଜାଖୋଜି କରିବା ବେଳେ ସ୍କୁଲ ପାଚେରୀକୁ ଲାଗିଥିବା ଏକ ଡ୍ରେନ୍‌ରୁ ଗୁରୁତର ଅବସ୍ଥାରେ ସରୋଜଙ୍କୁ ପାଇଥିଲେ ତାଙ୍କ ପରିବାର ଲୋକେ ।  ମୁମୂର୍ଷୁ ଅବସ୍ଥାରେ ତାଙ୍କୁ କୋରାପୁଟ ସଦର ହସ୍ପିଟାଲରେ ଭର୍ତ୍ତି କରିବା ସହ ଥାନାରେ ଏତଲା ଦେଇଥିଲେ।

Related story