ତାତିଲେ ପୌରାଧ୍ୟକ୍ଷା, ନିର୍ବାହୀ ଅଧିକାରୀଙ୍କ ଉପରକୁ ଫିଙ୍ଗିଲେ ଫାଇଲ୍‌

ଯାଜପୁର(ଓଡ଼ିଶା ରିପୋର୍ଟର):  ମିଟିଂ ଚାଲିଥିବା ବେଳେ ତାତିଗଲେ ପୌରାଧ୍ୟକ୍ଷା । ଆଉ ହିତାହିତ ଜ୍ଞାନ ଭୁଲି ନିର୍ବାହୀ ଅଧିକାରୀଙ୍କ ଉପରକୁ ଫିଙ୍ଗିଲେ ଫାଇଲ୍‌। ଏଥିସହ ଅଶାଳୀନ ବ୍ୟବହାର ବି କରିଥିବା ଅଭିଯୋଗ ହୋଇଛି । ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।  ପୌରାଧ୍ୟକ୍ଷାଜଣକ ନିଜ ସଫେଇରେ ଫାଇଲ ଫିଙ୍ଗିଥିବା ଘଟଣାକୁ ଅସ୍ୱୀକାର କରିଛନ୍ତି। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦରେ ଦେଖିବାକୁ ମିଳିଛି। ଜିଓ ଟାଓ୍ୱାର ସ୍ଥାପନକୁ […]

jajpur

jajpur

Niharika Rout
  • Published: Wednesday, 16 November 2022
  • Updated: 16 November 2022, 01:59 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର):  ମିଟିଂ ଚାଲିଥିବା ବେଳେ ତାତିଗଲେ ପୌରାଧ୍ୟକ୍ଷା । ଆଉ ହିତାହିତ ଜ୍ଞାନ ଭୁଲି ନିର୍ବାହୀ ଅଧିକାରୀଙ୍କ ଉପରକୁ ଫିଙ୍ଗିଲେ ଫାଇଲ୍‌। ଏଥିସହ ଅଶାଳୀନ ବ୍ୟବହାର ବି କରିଥିବା ଅଭିଯୋଗ ହୋଇଛି । ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।  ପୌରାଧ୍ୟକ୍ଷାଜଣକ ନିଜ ସଫେଇରେ ଫାଇଲ ଫିଙ୍ଗିଥିବା ଘଟଣାକୁ ଅସ୍ୱୀକାର କରିଛନ୍ତି। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦରେ ଦେଖିବାକୁ ମିଳିଛି। ଜିଓ ଟାଓ୍ୱାର ସ୍ଥାପନକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ବ୍ୟାସନଗର ସହରର ୮ ନମ୍ବର ଓ୍ୱାର୍ଡରେ ଜିଓ ଟାଓ୍ୱାର ସ୍ଥାପନ କରିବାକୁ ଓ୍ୱାର୍ଡବାସୀ ପୌର ଅଧିକାରୀଙ୍କୁ ଅନୁମତି ମାଗିଥିଲେ । ପୌର ପରିଷଦ ପକ୍ଷରୁ ଏ ବିଷୟରେ ତଦନ୍ତ କରାଯିବା ପରେ ନିର୍ବାହୀ ଅଧିକାରୀ ଅଶୋକ ରାଉତ ଅନୁମତି ଦେବା ସହିତ ୮ ନମ୍ବର ଓ୍ୱାର୍ଡର କାଉନସିଲର ଅଶୋକ ଦାସ ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଥିଲେ ।

ପରେ ୱାର୍ଡର ଆଉ କିଛି ବାସିନ୍ଦା ଏହି ଟାଓ୍ୱାର ନିର୍ମାଣକୁ ବିରୋଧ କରି ପୌରାଧ୍ୟକ୍ଷାଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାକୁ ନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ପୋର ନିର୍ବାହୀ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ । ଆଉ ଉତକ୍ଷିପ୍ତ ହୋଇ ଅଶାଳୀନ ବ୍ୟବହାର କରିବା ସହିତ ସମସ୍ତଙ୍କ ସାମନାରେ ତାଙ୍କ ଉପରକୁ ଫାଇଲ ଫୋପାଡି ଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି।

ଏହାର ଭିଡିଓ ଭାଇରାଲ ହେବା ପରେ ନିର୍ବାହୀ ଅଧିକାରୀ ଅଶୋକ ରାଉତ କହିଛନ୍ତି, ନୀଳାଚଳ କଲୋନୀରେ ଏକ ଜିଓ ଟାୱାର ପାଇଁ ଅନୁମତି ମଗାଯାଉଥିଲା। ସେଠାରେ ନେଟୱର୍କ ପ୍ରୋବ୍ଲେମ ଦେଖାଦେଉଥିବାରୁ ଏଥିନିମନ୍ତେ ଅନୁମତି ଦେଇଥିଲୁ। ହେଲେ ଉକ୍ତ କଲୋନୀର କିଛି ଲୋକ ଏହାକୁ ବିରୋଧ କରି ପୌରାଧ୍ୟକ୍ଷାଙ୍କୁ ସାକ୍ଷାତ କରିଥିଲେ। ଏନେଇ ସେ ମୋତେ ପଚାରିଥିଲେ। ମୁଁ ଉତ୍ତର ଦେବାରୁ ସମସ୍ତଙ୍କ ସାମନାରେ ଫାଇଲଟିକୁ ଆକ୍ରୋଶମୂଳକ ଭାବେ ମୋ’ ଉପରକୁ ଫୋପାଡ଼ିଥିଲେ। ହେଲେ ସରକାରଙ୍କ ଶୃଙ୍ଖଳିତ କର୍ମଚାରୀ ଭାବେ ମୁଁ ଚୁପ୍‌  ରହିଲି ।

ଅପରପକ୍ଷେ, ନିଜ ସଫେଇରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ କହିଛନ୍ତି, ତାହା ଏକ ଘରୋଇ ଆଲୋଚନା ଥିଲା। ଏକ ଟାୱାର ବସାଇବାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ଏନେଇ ନିର୍ବାହୀ ଅଧିକାରୀଙ୍କୁ କହିବାରୁ ସେ ଫିଲ୍ଡକୁ ଯାଇ ଉକ୍ତ କାର୍ଯ୍ୟ ବନ୍ଦ କରି ଦେଇଥିବା କହିଥିଲେ। ହେଲେ ଏନେଇ ପୁଣି ଥରେ ସ୍ଥାନୀୟ ଲୋକେ ଆସି ନିର୍ବାହୀ ଅଧିକାରୀ ଏନଓସି ଦେଇ ଦେଇଥିବା ଅଭିଯୋଗ କରି କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହି ଘଟଣାରେ ନିର୍ବାହୀ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରି ଏପରି କରିଥିଲି।   ହେଲେ ଏପରି କୌଣସି ଜିନିଷ ହୋଇନି, ଫାଇଲ ସଜାଡ଼ି ଆଣିବାକୁ କହିଥିଲି। ଏହାକୁ ଅଲଗା ଭାବେ ନେବା ଉଚିତ ନୁହେଁ।

ଏହି ବିବାଦ କ୍ରମଶଃ ଘନେଇବାରେ ଲାଗିଥିବା  ବେଳେ ନିର୍ବାହୀ ଅଧିକାରୀଙ୍କର ଗତକାଲି ଖଣ୍ଡପଡା ବଦଳି ହୋଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story